ରାତିସାରା ମୋବାଇଲ ଦେଖେଇ ତାଙ୍କ ଭାଉଜ ବିଷୟରେ ସବୁ କହିଥିଲେ : ଦେଖନ୍ତୁ ଭିଡିଓ

ଗତ କିଛି ଦିନ ହେବ ରାଜଧାନୀରେ ଧୋକେବାଜ ବୋହୂ ସମ୍ବନ୍ଧିତ ଏକ ଘଟଣା ବେଶ ଚର୍ଚ୍ଚାରେ ରହିଛି । ତେବେ ଘଟଣା ମୁତାବକ ଗତ କିଛି ଦିନ ତଳେ ବଳରାମ ସାହୁ ନାମକ ଜଣେ ବ୍ୟକ୍ତି ନନ୍ଦିନୀ ନାମକ ଯୁବତୀଙ୍କୁ ବିବାହ କରିଥିଲେ । ମାତ୍ର ବିବାହର ମାତ୍ର ଗୋଟିଏ ଦିନ ପରେ ମନ୍ଦିର ଯିବା ବାହାନା କରି ସ୍ୱାମୀଙ୍କୁ ମା-ଡ଼ ମାରି ଫେରାର ହୋଇଥିବା ଘଟଣା ଶୁଣା ଯାଇଥିଲା । ଆଉ ଏହି ମାମଲା ପରେ ଅନେକ କାରଣର ପର୍ଦାଫାସ ହୋଇଥିଲା ।

କୁହାଯାଉଛି ଯେ ନନ୍ଦିନୀ ଆଗରୁ ବିବାହିତ ଥିଲେ । ପୁଣି ବିବାହ ଦିନ ରାତିରେ ଭିଣୋଇ ସହିତ ନ୍ୟୁଡ ଭିଡିଓ କଲିଂ କରିଥିଲେ । ଏମିତିରେ ଯିବା ଦିନ ଘରୁ ଗହଣା ନେଇଯାଇଥିବା କଥା ମଧ୍ୟ କହିଛନ୍ତି ଯୁବକଙ୍କ ପରିବାର । କିନ୍ତୁ ଏସବୁକୁ ଅସ୍ୱୀକାର କରି ବର୍ତ୍ତମାନ ନନ୍ଦିନୀ ମୁଁହ ଖୋଲିଛନ୍ତି । ଏବଂ ବର୍ତ୍ତମାନ ସମୟରେ ନନ୍ଦିନୀଙ୍କର ଏକ କଲ ରେକର୍ଡ଼ିଂ ବେଶ ଭାଇରଲ ହେବାରେ ଲାଗିଛି । ତେବେ ସମ୍ପୂର୍ଣ୍ଣ ଖବର ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ଭାଇରଲ ହେଉଥିବା କଲ ରେକର୍ଡ଼ିଂ ନନ୍ଦିନୀଙ୍କର ବୋଲି ସ୍ପଷ୍ଟ ହୋଇଛି ।ସେଥିରେ ସେ ଯାହା କହିଛନ୍ତି ତାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସେ କହିଛନ୍ତି ଯେ ବିବାହ ରାତିରେ ତାଙ୍କ ସ୍ୱାମୀ ରାତିରେ ତାଙ୍କ ସହିତ କଥା ହୋଇଥିଲେ ଏବଂ ନିଜ ପରିବାର ବିଷୟରେ ସବୁକିଛି କହିଥିଲେ । ତାଙ୍କ ସ୍ୱାମୀ ତାଙ୍କ ଭାଉଜଙ୍କ ବିଷୟରେ ମଧ୍ୟ କହିଥିଲେ । ଏମିତିକି ତାଙ୍କ ଭାଉଜ ଘର ଛାଡ଼ିବା ପରେ କିପରି କେସ କରାଯାଇଥିଲା ତାହା ମଧ୍ୟ ନନ୍ଦିନୀଙ୍କୁ ଜଣାଇଥିଲେ ।

କେବଳ ସେତିକି ନୁହେଁ ବରଂ ସେଦିନ ନନ୍ଦିନୀଙ୍କୁ ତାଙ୍କ ସ୍ୱାମୀ ଧମକ ଦେଇଥିବା ନନ୍ଦିନୀ ନିଜେ କହିଛନ୍ତି । ନନ୍ଦିନୀ ଆହୁରି ମଧ୍ୟ କହିଛନ୍ତି ଯେ ସେ ଯେହେତୁ ଜଣେ ନବ ବିବାହିତା ଥିଲେ ତେଣୁ ଘରୁ ମିଛ କହି ଘର ଛାଡ଼ିବାକୁ ପଡ଼ିଥିଲା । ନନ୍ଦିନୀଙ୍କ କହିବା ଅନୁଯାୟୀ ଯେହେତୁ ନନ୍ଦିନୀ ତାଙ୍କ ଘର ବିଷୟରେ ସବୁକିଛି ଜାଣିଛନ୍ତି ତେଣୁ ତାଙ୍କ ସ୍ୱାମୀଙ୍କ ପରିବାର ଲୋକେ ଜାଣିଶୁଣି ତାଙ୍କୁ ବ୍ଲେମ କରୁଛନ୍ତି ଏବଂ ସାରା ଦୁନିଆ ସାମ୍ନାରେ ଖରାପ କରିବାକୁ ଚାହୁଁଛନ୍ତି । ତେବେ ନନ୍ଦିନୀଙ୍କର ଏପରି ବୟାନ ପରେ ବର୍ତ୍ତମାନ ଏହି ମାମଲା ଉପରେ ଆହୁରି ସନ୍ଦେହ ପ୍ରକାଶ ପାଉଛି । ବାସ୍ତବରେ ଏପରି ପରିସ୍ଥିତିରେ କିଏ ସତ ଏବଂ କିଏ ମିଛ କହୁଛି ତାହା ଜାଣିବା କଷ୍ଟକର ଅଟେ ।

Leave a Reply

Your email address will not be published. Required fields are marked *