ଇଡି ପ୍ରସ୍ତୁତ କରିଛି କାହା ତାଲିକା,ଭୟରେ ନେତା ମନ୍ତ୍ରୀ

ଆଉ ଏଥର ଖସିବା ଆଦୌ ସମ୍ଭବ ନୁହେଁ। ଏଥର ଇଡି ହାବୁଡ଼ରୁ ମୁକିଳିବା ସତରେ ଭାରି ଅସମ୍ଭବ। ଏତେ ଦିନ ସିନା ଅର୍ଚ୍ଚନା ସହ ସମ୍ପର୍କରେ ଥିବା ନେତା ମନ୍ତ୍ରୀ ଲୁଚିକି ରହୁଥିଲେ। ଏତେ ଦିନ ହେଲାଣି ଅର୍ଚ୍ଚନା ସିନା ସେମାନଙ୍କ ଉପରେ ଦୟା ଦେଖାଇ ଚୁପ ରହିଥିଲା। ହେଲେ ଏଥର କିନ୍ତୁ ଇଡି ହାବୁଡ଼ରେ ପହଞ୍ଚିଛନ୍ତି ମାନେ ଇଡି କିନ୍ତୁ ଦୟା ମାୟା ଦେଖାଇବ ନାହିଁ।

ଇଡି ନୋଟିସ ଜାରି କରିବ ଆଉ ଝାଳ ମାଳ ଆଣ୍ଠୁଏ ହେଇ ନେତା ମନ୍ତ୍ରୀ ମାନେ ଯିବେ ଇଡି କାର୍ଯ୍ୟଳୟକୁ ଆଉ ତା ପରେ ପ୍ରଶ୍ନ ପରେ ପ୍ରଶ୍ନରେ ଘାଇଲା ହୋଇଯିବେ ବାବୁମାନେ। ଇଡି ଅତି ସରଳ ଭାବରେ ପଚାରୁଥିବା ପ୍ରଶ୍ନ ନେତା ମନ୍ତ୍ରୀଙ୍କ ପାଖରେ ପହଞ୍ଚିଲା ବେଳକୁ ଭାରି କଠିନ ହୋଇ ଯାଇଥିବ ଆଉ ଏହାର ଉତ୍ତର ବି କୁଆଡେ ଦେବାକୁ ନେତାମନ୍ତ୍ରୀ ମାନଙ୍କ ପାଟି ଖନି ବାଜିଯିବ। ବନ୍ଧୁଗଣ ଏ କଥା ଆମେ କହୁନୁ ଗାଁ ଠୁ ସହର ଗଳି ଠୁ କନ୍ଦି ଏହି କଥା ଆଲୋଚନା କରୁଛନ୍ତି ଲୋକେ।

କେବଳ ଏତିକିରେ ଆଲୋଚନା ଶେଷ ହୋଇ ନାହିଁ। ସୁନ୍ଦରୀ ଅର୍ଚ୍ଚନା ଗିରଫ ହେବା ପରେ ଏବେ ଜେଲରେ ଥିବା ବେଳେ ଇଡି ଏବେ ଅର୍ଚ୍ଚନାଙ୍କୁ ନୋଟିସ ଜାରି କରିଛି। ଆଉ ଯେଉଁ ନୋଟିସ କେବଳ ଇଡି ଅର୍ଚ୍ଚନାଙ୍କୁ ନୁହେଁ ବରଂ ଖଗେଶ୍ବର ଓ ଶ୍ରଦ୍ଧାଞ୍ଜଳିଙ୍କୁ ମଧ୍ୟ କରିପାରେ। ଏବଂ ଏଥି ସହିତ ଅର୍ଚ୍ଚନା ସହ ସୁ ସମ୍ପର୍କ ରଖିଥିବା ନେତା ମନ୍ତ୍ରୀ ରାଜ ନେତା ବଡ଼ ବଡ଼ ବ୍ୟବସାୟୀ ମଧ୍ୟ ଇଡିର ତାଳିକାରେ କୁଆଡେ ଅଛନ୍ତି।

ଆଉ ଉପଯୁକ୍ତ ସମୟ ରେ ଇଡି ସମସ୍ତଙ୍କୁ କାର୍ଯ୍ୟାଳୟକୁ ଡାକି ଜଣଙ୍କ ପରେ ଜଣଙ୍କର ଜେରା କରିବ। କାରଣ ଇଡି ଅର୍ଚ୍ଚନା ନାଗର ନାଗ ଗୁମ୍ଫା ଭିତରକୁ ଯେତିକି ଯେତିକି ପଶୁଛି। ଇଡି ହାତରେ ସେତିକି ସେତିକି ତଥ୍ୟ ଲାଗୁଛି। ପୂର୍ବରୁ ଇଡି ହାତରେ ଅର୍ଚ୍ଚନାର ବ୍ୟାଙ୍କ ପାସବୁକର ତଥ୍ୟ ଲାଗିଥିବା ବେଳେ ଏବେ ଶୁଣିବାକୁ ମିଳୁଛି କି ଅର୍ଚ୍ଚନା କୁଆଡେ ନିଜ ବ୍ୟାଙ୍କ ଏଟିଏମ ରେ ଟଙ୍କା ବ୍ୟବହାର କରୁ ନଥିଲା।

ତେବେ ସେ ଯାହା ବି ହେଉ ଅର୍ଚ୍ଚନା ଆଉ ଅର୍ଚ୍ଚନା ସହ ସମ୍ପର୍କରେ ରହିଥିବା ଓ ମଜା ନେଉଥିବା ଏବଂ ବର୍ତ୍ତମାନ ନିଜକୁ ଲୁଚାଇ ରଖିଥିବା ବ୍ୟକ୍ତିମାନେ ପତ୍ରେ ପତ୍ରେ ଗଲେ ଇଡି ସିରେ ସିରେ ଯିବ। ଆଉ ଇଡି ସିରେ ସିରେ ଯାଇ ଗୋଟିଏ ପରେ ଗୋଟିଏ ଗୁମର ଫିଟାଇବ। ଆଉ ସେପଟେ ଲୋକେ ଆହୁରି ମଧ୍ୟ କହୁଛନ୍ତି କି ଏବେ ନେତା ମନ୍ତ୍ରୀ ମାନଙ୍କୁ ଭୟରେ ଉଚ୍ଚ ରକ୍ତ ଚାପ ହୋଇ ଯାଇଥିବ। କାଳେ ସତରେ ଇଡିର ଲିଷ୍ଟିରେ ଯଦି ସେମାନଙ୍କ ନାମ ଥାଏ ତେବେ ସବୁକିଛି ବର୍ବାଦ ହୋଇଯିବ। ଦିନେ ଅର୍ଚ୍ଚନା ଖୁବ ଖୁସି ଦେଉଥିଲା। ହେଲେ କିଏ ଜାଣିଥିଲା ସେହି ମଜା ଆଜି ସଜାରେ ପରିଣତ ହୋଇଯିବ।

ତେବେ ସେପଟେ ଅର୍ଚ୍ଚନା ଜାମିନ ଆବେଦନ କରିଥିବା ବେଳେ ଅର୍ଚ୍ଚନାର ଜାମିନ ଆବେଦନ ଶୁଣାଣି ସରିଛି ଆଉ କୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି। ଗୋଟେ ପଟେ ଅର୍ଚ୍ଚନା ଜେଲ ଭିତରେ ରହି ବାହାରକୁ ଆସିବାକୁ ଦିନ ଗଣୁଥିବା ବେଳେ ଅନ୍ୟପଟେ ଇଡି ଏବେ ଯେଉଁଭଳି ଭାବେ ଘାଣ୍ଟୁଛି। ଅର୍ଚ୍ଚନା କେବେ ବାହାରକୁ ଆସିବ ତାହା ଆଶା ଆଶଙ୍କା ଭିତରେ।

ତେବେ ଏବେ ତ ଅର୍ଚ୍ଚନା ଘଟଣା ଉପରେ ସାରା ଓଡିଶା ବାସୀଙ୍କ ନଜର ରହିଥିବା ବେଳେ ସେ ଦିନ କୋର୍ଟ ପରିସର ମଧ୍ୟରେ ଅର୍ଚ୍ଚନା ମଧ୍ୟ କହିଥିଲେ ତଦନ୍ତ ହେଉ ସତ ସାମ୍ନାକୁ ଆସୁ। ତେବେ ଏବେ ଦେଖିବାକୁ ବାକି ରହିଲା ଏହି ଘଟଣା କେତେ ବାଟ ଯାଉଛି। ଆଉ ଇଡିର ସ୍କାନରରେ କେଉଁ କେଉଁ ମାନଙ୍କ ନାମ ଅଛି

Leave a Reply

Your email address will not be published. Required fields are marked *