ବର୍ତ୍ତମାନ ପ୍ରତି ପରିବାରକୁ ମିଳିବ ମାଗଣା ଗ୍ୟାସ ସିଲିଣ୍ଡର , ରାଜ୍ୟ ସରକାରଙ୍କ ବଡ଼ ଘୋଷଣା :-

ଦେଶରେ ପେଟ୍ରୋଲ ଡିଜେଲ ଠାରୁ ଆରମ୍ଭ କରି ରୋଷେଇ ଗ୍ୟାସ ପର୍ଯ୍ୟନ୍ତ ସବୁଥିରେ ଦାମରେ ଅହେତୁକ ବୃଦ୍ଧି ଘଟିଛି । ଏପଟେ ମୁଖ୍ୟମନ୍ତ୍ରୀ ଶପଥ ସହିତ ସହିତ ଆଉ କିଛି ପ୍ରତିଶୃତି ମଧ୍ୟ ଶୁଣିବାକୁ ମିଳିଛି । ଯେଉଁ ଅନୁଯାୟୀ ରାଜ୍ୟର ସବୁ ପରିବାରକୁ ମାଗଣା ବାର୍ଷିକ ତିନୋଟି ରୋଷେଇ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯିବ । ତେବେ ଏହା କେଉଁ ରାଜ୍ୟରେ କାର୍ଯ୍ୟକାରୀ ହେବ ତାହା ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

ଯେହେତୁ ରୋଷେଇ ଗ୍ୟାସରେ ଅହେତୁକ ବୃଦ୍ଧି ଘଟିଛି ତେଣୁ ଏହାକୁ ନେଇ ରାଜନୈତିକ ଦଳ ମାନେ ରାଜନୀତି ଆରମ୍ଭ କରି ଦେଇଛନ୍ତି । ଗୋଆ ର ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ବଡ଼ ଘୋଷଣା କରିଥିବାର ଶୁଣା ଯାଇଛି । ଯାହା ଅନୁଯାୟୀ ସେ ପ୍ରତ୍ୟେକ ପରିବାରକୁ ବାର୍ଷିକ ୩ ଟି LPG ଗ୍ୟାସ ସିଲିଣ୍ଡର ମାଗଣା ଦେବାକୁ ପ୍ରତିଶୃତି ଦେଇଛନ୍ତି ।

ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଙ୍କ ଶପଥ ପାଠ ସହିତ ଗୋଆ ରାଜ୍ୟ ବାସୀଙ୍କ ପାଇଁ ଏହା ନିଶ୍ଚିତ ଭାବରେ ଏକ ଶାନ୍ତ୍ବନାମୂଳକ ଅଟେ । ତେବେ ସୂଚନା ଅନୁଯାୟୀ ସୋମବାର ଦିନ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଦ୍ୱିତୀୟଥର ପାଇଁ ଶପଥପାଠ ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ବିଜେପି ଦଳ ତରଫରୁ ଲୋକଙ୍କୁ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶୃତିକୁ ପୂରଣ କରିବାର ପଦକ୍ଷେପ ନିଆଯାଇଛି ।

ତେବେ ପୂର୍ବରୁ ୨୦୧୯ ରେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଦେହାନ୍ତ ପରେ ବିଜେପି ତରଫରୁ ପ୍ରମୋଦ ସାୱନ୍ତଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଚୟନ କରାଯାଇଥିଲା । କିନ୍ତୁ ଏଥର ବିଧାନସଭା ନିର୍ବାଚନରେ ଗୋଆ ରେ ବିଜେପିକୁ ୪୦ ରୁ ୨୦ ଟି ଆସନ ମିଳିଛି ଏବଂ ଏଥରବି ଗୋଆରେ ବିଜେପି ସରକାର ଗଠନ ହୋଇଛି ଏବଂ ପ୍ରଥମରୁ ହିଁ ରାଜ୍ୟବାସୀଙ୍କୁ ମାଗଣା ସିଲିଣ୍ଡର ଦେବାର ଘୋଷଣା କରି ପ୍ରମୋଦ ସାୱନ୍ତ ନିଜର ଶାସନ ଆଗକୁ ନେଇଛନ୍ତି ।

Leave a Reply

Your email address will not be published. Required fields are marked *