ଜାଣିନିଅନ୍ତୁ ଏହି ରହସ୍ୟମୟ କଥା , ଘର ଆଗରେ ଏହି ସବୁ ଗଛ ଥିଲେ ଆସିଥାଏ ଅକାଳ ମୃତୁ ଓ ଘୋର ଦାରିଦ୍ର୍ୟତା

ଆପଣ ମାନେ ଜାଣିଥିବେ ଯେ , ଗଛ ହିଁ ଜୀବନ । ଗଛ ଆମକୁ ଜୀବନ ଦେଇଥାଏ । ଗଛ ନଥିଲେ ଏ ଜୀବ ଜଗତ ବଞ୍ଚିପାରିବେ ନାହିଁ ।କିନ୍ତୁ ଆପଣ ଜାଣିଛନ୍ତି କି , ଯଦି ଏହି ଗଛ ସଠିକ ବାସ୍ତୁ ଅନୁଯାୟୀ , ଆମ ଘରେ ନଥାଏ , ତେବେ ଏହା ଆମ ପାଇଁ କାଳ ପାଲଟିଯାଏ । ଦୁଃଖ ଦାରିଦ୍ର୍ୟତା ଆଦିକୁ ଘରକୁ ଟାଣି ଆଣିଥାଏ । କିନ୍ତୁ ଗୋଟିଏ କଥା ମନେରଖନ୍ତୁ ସବୁକିଛି ଏଭଳି ହୋଇନଥାଏ । କିଛି ଗଛ ମାନେ ମଧ୍ୟ ବାସ୍ତବରେ ଭଲ ଫଳ ଦେଇଥାନ୍ତି । କିଛି ଗଛ ଭଗବାନଙ୍କର ସ୍ୱରୂପ ହୋଇଥାନ୍ତି । ତେବେ ଜାଣିନେବା ଆସନ୍ତୁ କେଉଁ ଗଛ ଘରେ ରହିବା ଦ୍ୱାରା ଉନ୍ନତି ହୋଇଥାଏ ଆଉ କେଉଁ ଗଛ ରହିବା ଦ୍ୱାରା ଦୁଃଖ ଦାରିଦ୍ର୍ୟତା ମାଡି ଆସିଥାଏ ।

ବାସ୍ତୁ ଶାସ୍ତ୍ରରେ କିଛି ଗଛକୁ ବହୁତ ଶୁଭ ଭାବରେ ବିବେଚନା କରାଯାଇଛି । ସେହି ଗଛ ସବୁ ଘରେ ରହିଲେ , ଘରେ ସକାରାତ୍ମକତା ବଢିଥାଏ । ଆଉ ଯେଉଁ ଘରେ ସକାରାତ୍ମକତା ରହିଥାଏ , ସେହି ଘରେ ସୁଖ ସମୃଦ୍ଧି ଏବଂ ଧନ ଐଶ୍ୱର୍ଯ୍ୟତା ବଢିଥାଏ । ତେବେ ସେହି ଗଛ ଗୁଡିକ ହେଉଛି ଗଙ୍ଗଶିଉଳି ଗଛ , ବେଲ ଗଛ , ଭୃସଙ୍ଗ ଗଛ , ଡାଲିମ୍ବ ଗଛ , ଅଁଳା ଗଛ ଏବଂ ତୁଳସୀ ଗଛ । ତେବେ ଏହା ବ୍ୟତୀତ ବାସ୍ତୁ ଶାସ୍ତ୍ରରେ ଏଭଳି କିଛି ଗଛ ବିଷୟରେ ବର୍ଣ୍ଣନା କରାଯାଇଛି , ଯାହା ଘର ପାଇଁ ଅଶୁଭ ହୋଇଥାଏ । ପ୍ରାଚୀନ ଗ୍ରନ୍ଥ ଅନୁଯାୟୀ , ଏହି ଗଛ ମାନଙ୍କରେ ସମସ୍ତ ନକାରାତ୍ମକ ଶକ୍ତି ତଥା ଭୁତ , ପ୍ରେତ , ପିଶାଚ ଆଦି ବାସ କରିଥାନ୍ତି । ଏହି ଗଛ ଗୁଡିକ ଘରେ ରହିଲେ , ଆର୍ଥିକ ସଙ୍କଟ ବଢିବା ସହ ମାନସିକ ଚାପ ମଧ୍ୟ ବଢିଥାଏ । ତେଣୁ ଘରେ ବାଦ ବିବାଦ ବଢିଥାଏ । ତେବେ ଯେଉଁ ଗଛ ଗୁଡିକ ଅଶୁଭ ହୋଇଥାଏ , ସେ ଗଛ ଗୁଡିକ ବିଷୟରେ ଆସନ୍ତୁ ଜାଣିବା ।

କଣ୍ଟା ଜାତୀୟ ଗଛ କିମ୍ବା କ୍ଷୀର ବାହାରୁଥିବା ଗଛ:-

ଘର ଆଗରେ କିମ୍ବା ଘରେ ଏହି ଗଛ ରହିଲେ ଦୁଃଖ ଦାରିଦ୍ର୍ୟତା ଆଦି ବଢିଥାଏ । ଏହାବ୍ୟତୀତ ଘରର ସଦସ୍ୟ ମାନଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । କୁହାଯାଏ ଏହି ଗଛ ଗୁଡିକ ଘରେ ରହିବା ଦ୍ୱାରା ଘରେ ବାଦ ବିବାଦ ଏବଂ କଳହ ବଢିଥାଏ । ଏଥିପାଇଁ ଘର ଆଗରେ କିମ୍ବା ଘରେ ଏହି ଗଛ ଗୁଡିକୁ ଭୁଲ୍ ରେ ମଧ୍ୟ ରଖନ୍ତୁ ନାହିଁ ।

ବବଲ କଣ୍ଟା ଗଛ:-

ଏହା ମଧ୍ୟ ଘର ପାଇଁ ଅତ୍ୟନ୍ତ ହାନିକାରକ ହୋଇଥାଏ । ଏହା ଘରେ ରହିଲେ ରୋଗ ତଥା ଦୁଃଖ ଦାରିଦ୍ର୍ୟତା ଦେଖା ଯାଇଥାଏ ।

ଖଜୁରୀ ଗଛ:-

ଏହି ଗଛ ଅତ୍ୟନ୍ତ ସୁନ୍ଦର ଦେଖା ଯାଇଥାଏ ତଥା ଏହାର ଫଳ ଅତ୍ୟନ୍ତ ମଧୁର ହୋଇଥାଏ । କିନ୍ତୁ ଏହା ଘର ପାଖରେ କିମ୍ବା ଘର ସମ୍ମୁଖରେ ରହିବା ଅତ୍ୟନ୍ତ ହାନିକାରକ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ , ଯେଉଁ ଘରେ ଏହି ଗଛ ରହିଥାଏ , ସେହି ଘରେ ସଦାବେଳେ ଧନର ଅଭାବ ଲାଗି ରହିଥାଏ । ଯେତେ ଆୟ କଲେ ମଧ୍ୟ ସଞ୍ଚୟ ଆଦୌ ରହି ପାରେନାହିଁ । ଏହାବ୍ୟତୀତ ଅଯଥା ଖର୍ଚ୍ଚ ମଧ୍ୟ ବଢି ଚାଲିଥାଏ । ତେଣୁ ଏହି ଗଛକୁ ଘରେ ଆଦୌ ରଖନ୍ତୁ ନାହିଁ । ଏହି ଗଛ ଯେତେ ଶୀଘ୍ର ବଡ଼ ହୋଇଥାଏ , ଘରେ ସମସ୍ୟା ସେତେ ଶୀଘ୍ର ବଢି ଚାଲିଥାଏ।

ବାଉଁଶ ଗଛ:-

ବାଉଁଶ ଗଛ ଅତ୍ୟନ୍ତ ଶୁଭ କାର୍ଯ୍ୟରେ ଲାଗିଥାଏ । ଦେବାଦେବୀ ମାନଙ୍କର ପତାକା ଉତ୍ତୋଳନ ହେଉ , ଯଜ୍ଞ କାର୍ଯ୍ୟ ହେଉ କିମ୍ବା ମଣିଷର ମୃତ୍ୟୁ ପରେ କୋକେଇ ପାଇଁ ହେଉ , ଏହାର ଆବଶ୍ୟକତା ଅନେକ କାର୍ଯ୍ୟରେ ପଡ଼ିଥାଏ । କିନ୍ତୁ ଏହା ଘର ଆଗରେ ରହିବା ଦ୍ୱାରା ଅନେକ ହାନି ଘଟିଥାଏ । ଏହି ଗଛରେ ଭୁତ ପ୍ରେତ , ପିଶାଚ ଆଦି ରହିଥାଏ , ଯାହାଦ୍ୱାରା ଘରକୁ ନକାରାତ୍ମକ ଶକ୍ତି ମାଡି ଆସିଥାଏ । ଘରେ କଳି ଝଗଡ଼ା , ଅଶାନ୍ତି ଆଦି ଲାଗି ରହିଥାଏ । କିନ୍ତୁ ଫେନସିବି ବାସ୍ତୁ ଅନୁଯାୟୀ , ଏହି ଛୋଟ ଛୋଟ ଗଛକୁ ଘରର ଉତ୍ତର ଦିଗରେ ଲଗାଇପାରିବେ । ଏହା ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ ।

ତେନ୍ତୁଳି ଗଛ:-

ତେନ୍ତୁଳି ଗଛରେ ଫଳୁଥିବା ଫଳ ସମସ୍ତଙ୍କର ପସନ୍ଦ ହୋଇଥାଏ । ଏହାର ନାମ ଧରିବା ମାତ୍ରେ ସମସ୍ତଙ୍କ ପାଟିରୁ ଲାଳ ବାହାରି ଯାଇଥାଏ । କିନ୍ତୁ ଏହି ଅତ୍ୟନ୍ତ ନକାରାତ୍ମକ ଭରା ହୋଇଥାଏ । ଏଥିରେ ଭୁତ , ପ୍ରେତ ପିଶାଚ ଆଦି ବାସ କରିଥାନ୍ତି । ଏହାଦ୍ୱାରା ଘରେ କଳହ ଝଗଡା ସଦାସର୍ବଦା ଲାଗି ରହିଥାଏ । ଘର ପାଖରେ କିମ୍ବା ଆଗରେ ଏହି ଗଛ ଥିଲେ ତୁରନ୍ତ ଏହି ଗଛକୁ କାଟି ଦିଅନ୍ତୁ ନଚେତ ଆପଣଙ୍କର ସମସ୍ତ କାମକୁ ଏହା ଅସଫଳ କରିଦେବ ଏବଂ ଘରେ ସଦାସର୍ବଦା କଳହ ଝଗଡା ଲାଗି ରହିବ ।

ବର ଗଛ:-

ଘର ଆଗରେ କିମ୍ବା ଘରର ପୂର୍ବ ଦିଗରେ ଏହି ଗଛ ରହିବା ଅତ୍ୟନ୍ତ ଅଶୁଭ ହୋଇଥାଏ । କୁହାଯାଏ ବର ଗଛର ଛାଇ ଘରେ ପଡିବା ଦ୍ୱାରା ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ । ଘରେ ରୋଗ ଶୋକ ଆଦି ମଧ୍ୟ ବଢି ଚାଲିଥାଏ । ତେଣୁ ଏହି ଗଛକୁ ଘରର ଆଖପାଖରେ ଆଦୌ ରଖନ୍ତୁ ନାହିଁ । କିନ୍ତୁ ଘରର ଦୂର ସ୍ଥାନରେ ଏହି ଗଛକୁ ରଖିପାରିବେ କାରଣ ଏହି ଗଛ ପ୍ରଚୁର ପରିମାଣରେ ଶୀତଳତା ତଥା ଅମ୍ଳଜାନ ଯୋଗାଇଥାଏ ।

Leave a Reply

Your email address will not be published. Required fields are marked *