ଓଲଟା ଚାଲିଲା ola ସ୍କୁଟର, କମ୍ପାନୀ ନାମରେ ହେଲା ଅଭିଯୋଗ :-

ଆପଣମାନେ ତ ନିଶ୍ଚୟ ଜାଣିଥିବେ ଯେ ବର୍ତ୍ତମାନ ସମୟରେ ଇଲେକ୍ଟ୍ରିକ ଭେଇକିଲର ଚାହିଦା ବେଶ ଅଧିକ । ଲୋକେ ଏହି ଗାଡ଼ିକୁ ଅଧିକ ଭଲ ପାଉଛନ୍ତି କାରଣ ଏଥିପାଇଁ ପେଟ୍ରୋଲ କିମ୍ବା ଡିଜେଲର ଆବଶ୍ୟକତା ନାହିଁ । ପୁଣି ବର୍ତ୍ତମାନ ସମୟରେ ଓଲା ସ୍କୁଟର ଚାଲୁଥିବାର ଆପଣ ମାନେ ଦେଖିଥିବେ । କିନ୍ତୁ ଏହାକୁ ନେଇ ବର୍ତ୍ତମାନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ଆସୁଛି । କାରଣ ଗତ କିଛିଦିନ ତଳେ ସ୍ୱତଃ ଏକ ଓଲା ସ୍କୁଟରରେ ନିଆଁ ଲାଗିଯିବାର ଘଟଣା ଶୁଣିବାକୁ ମିଳିଥିଲା । ଆଉ ବର୍ତ୍ତମାନ ମଧ୍ୟ ଆଉ ଏକ ଘଟଣା ଶୁଣିବାକୁ ମିଳିଛି ଯାହା ଅନୁଯାୟୀ ଏକ ଓଲା ସ୍କୁଟର ଓଲଟା ମୋଡରେ ଚାଲୁଥିବାର ଦେଖାଯାଇଛି ଯାହାକୁ ନେଇ ଗାଡ଼ି ମାଲିକ କମ୍ପାନୀ ନାମରେ ଅଭିଯୋଗ ଆଣିଛନ୍ତି ।

ତେବେ ବର୍ତ୍ତମାନ ସମୟରେ ଏକ ଭିଡ଼ିଓ ବେଶ ଭାଇରଲ ହେଉଛି ଯେଉଁଥିରେ ଏକ Ola S1 Pro ଇଲେକ୍ଟ୍ରିକ ସ୍କୁଟରର ମାଲିକ ସ୍କୁଟର ବନ୍ଦ ନହୋଇ ଓଲଟା ମୋଡରେ ଚାଲୁଥିବା ନେଇ ଦାବି କରିଛନ୍ତି । ସେ କହିଛନ୍ତି ଯେ ସ୍କୁଟରକୁ ବନ୍ଦ କରିବା ପରେବି ତାହା ବନ୍ଦ ନହୋଇ ଓଲଟା ମୋଡରେ ଚାଲିବାରେ ଲାଗିଛି । ଏହାକୁ ନେଇ ବ୍ୟକ୍ତି ଜଣକ ଅଭିଯୋଗ ଆଣିଛନ୍ତି ଏବଂ ପୂର୍ବରୁ ମଧ୍ୟ ଏହି Ola ସ୍କୁଟରକୁ ନେଇ ଅନ୍ୟ ଏକ ଭିଡ଼ିଓ ଭାଇରଲ ହୋଇଥିଲା ଯେଉଁଥିରେ ସ୍କୁଟରରେ ସ୍ୱତଃ ନିଆଁ ଲାଗି ଯାଇଥିଲା ।

ଏହି Ola S1 Pro ଇଲେକ୍ଟ୍ରିକ ସ୍କୁଟରର ଘଣ୍ଟା ପ୍ରତି ବେଗ ୯୦ କିଲୋମିଟର ହୋଇଥାଏ । କିନ୍ତୁ ଯେଉଁ ସମସ୍ୟାକୁ ବ୍ୟକ୍ତି ଜଣକ ବ୍ୟକ୍ତ କରିଛନ୍ତି ସ୍କୁଟରକୁ ବନ୍ଦ କରିବା ସତ୍ତ୍ୱେ ବି ତାହା ଓଲଟା ମୋଡରେ ଚାଲୁଛି । ଯଦି ଏପରି ହୁଏ ତେବେ ଏହା ବଡ଼ ଦୁର୍ଘଟଣାର କାରଣ ହେବ । ଏହା କୌଣସି ସାଧାରଣ କଥା ନୁହେଁ । ତେଣୁ ବ୍ୟକ୍ତି ଜଣକ କମ୍ପାନୀ ନାମରେ ଅଭିଯୋଗ ଆଣିଛନ୍ତି ।

ଏହି ପ୍ରସଙ୍ଗରେ କମ୍ପାନୀ ପକ୍ଷରୁ କୌଣସି ଆଧିକରିକ ଉତ୍ତର ଆସିନାହିଁ । ବ୍ୟକ୍ତିଙ୍କ କହିବା ଅନୁଯାୟୀ ଗାଡ଼ିର ବାସ୍ତବ ଘଣ୍ଟା ପ୍ରତି ବେଗ ୧୨୦ କିଲୋମିଟର ଅଟେ ମାତ୍ର ଏହା ବନ୍ଦ ହେବା ମାତ୍ରେ ଓଲଟା ମୋଡରେ ୯୦ କିଲୋମିଟର ଘଣ୍ଟା ପ୍ରତି ବେଗରେ ଚାଲୁଛି ଯାହା ନିଶ୍ଚିତ ଭାବରେ କୌଣସି ଦୁର୍ଘଟଣାର କାରଣ ସାଜିବ । ଗତ ମାର୍ଚ୍ଚ ୨୮ ତାରିଖରେ Ola S1 Pro ସ୍କୁଟରରେ ନିଆଁ ଲାଗିଯାଇଥିବାର ଭିଡ଼ିଓ ଭାଇରଲ ହୋଇଥିଲା ।

Leave a Reply

Your email address will not be published. Required fields are marked *