ଗୋଟିଏ ଦିନରେ ସବୁକିଛି ବଦଳି ଗଲା , ବଡ ଭଉଣୀ ଏକା ଥରକେ ସ୍ତ୍ରୀ ହୋଇଗଲା

ସନ୍ଧ୍ୟା ହେଲେ ଘରେ ଯାହା ହେଉ କି ନ ହେଉ , ଘରେ ସନସତେ ଟିଭି ଆଗରେ ବସିବା ସୁନିଶ୍ଚିତ । ଏହି ପ୍ରଥା ଅନେକ ବର୍ଷ ଧରି ଚାଲି ଆସିଛି । ସନ୍ଧ୍ୟା ସମୟରେ ଟିଭି ଆଗରେ ଟିକିଏ ନ ବସିଲେ ଭଲ ଲାଗେ ନାହିଁ ଆଉ ଧାରାବାହିକ ସବୁ ନ ଦେଖିଲେ ରାତି ଭଲ ଭାବରେ କଟେ ନାହିଁ । ସନ୍ଧ୍ୟା ସମୟରେ ହାଲୁକା ଖାଦ୍ୟ ଟିକିଏ ଖାଇ ଖାଇ ଟିଭି ଆଗରେ ବସିବାର ମଜା ଟିକିଏ ଅଲଗା ରହିଥାଏ ।

ସେହି ମଜା ଆଉ କେଉଁଠି ମିଳେ ନାହିଁ , ଏପରିକି ମୋବାଇଲ ଫୋନ୍ କିମ୍ବା ୟୁଟ୍ୟୁବରୁ ମଧ୍ୟ ନୁହେଁ । ତେବେ ସମସ୍ତେ ଓଡ଼ିଆରେ ଅନେକ ଧାରାବାହିକ ଦେଖୁଥିବେ ଆଉ ସମସ୍ତଙ୍କର ପସନ୍ଦ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ଅନେକ ଧାରାବାହିକ ବର୍ତ୍ତମାନ ସମୟରେ ପ୍ରସାରିତ ହେଉଛି ଆଉ ଯାହା ବିଷୟରେ ସମସ୍ତେ ଜାଣି ଥିବେ ।

ତେବେ ସମସ୍ତ ଧାରାବାହିକରେ ଏପରି ଜଣେ ନା ଜଣେ ଚରିତ୍ର ରହିଥାନ୍ତି , ଯିଏ ସମସ୍ତଙ୍କ ମନ କିଣି ନେଇ ଥାଆନ୍ତି । ତାଙ୍କ ଚରିତ୍ର ଗୋଟିଏ ଦିନ ନ ଦେଖିଲେ ଦର୍ଶକ ମାନେ ପାଗଳ ଭଳି ହୋଇ ଯାଆନ୍ତି ଆଉ ତାଙ୍କୁ ଖୋଜିବାକୁ ଲାଗି ପଡନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଚରିତ୍ର ବିଷୟରେ କହିବାକୁ ଯାଉଛି , ଯିଏ ପରଦା ଉପରେ ସମସ୍ତଙ୍କୁ ହସାଇ ଥାଆନ୍ତି ଆଉ ସମସ୍ତଙ୍କୁ ମନ କିଣି ନେଇ ଥାଆନ୍ତି ।

ତେବେ ଆମେ ଜଣଙ୍କ ବିଷୟରେ ନୁହେଁ ବରଂ ଦୁଇ ଜଣଙ୍କ ବିଷୟରେ କହିବାକୁ ଯାଉଛୁ । ଆଉ ସେମାନେ ହେଉଛନ୍ତି ଆପଣଙ୍କ ପ୍ରିୟ ଧାରାବାହିକ “ସିନ୍ଦୂରର ଅଧିକାର” ର ଛତୁଆ ଆଉ ଲାଲି । ଯେଉଁ ମାନେ ନିଜ ଅଭିନୟ ଯାଦୁରେ ସମସ୍ତଙ୍କୁ ବାନ୍ଧି ରଖିଛନ୍ତି । ଆଉ ଆଗକୁ ମଧ୍ୟ ଏପରି ରଖିବେ ବୋଲି କହିଛନ୍ତି ।

କ୍ୟାମେରା ଆଗରେ ସେମାନେ ନିଜ ମନର ସବୁ କଥା କହି ଦେଇଛନ୍ତି । ଆଉ କ୍ୟାମେରା ପଛର ଅନେକ କଥା ସେୟାର କରିଛନ୍ତି । ତେବେ ସେମାନଙ୍କ କହିବା ଅନୁଯାୟୀ , ଛତୁଆ ଆଉ ଲାଲି ସମସ୍ତଙ୍କୁ କେବଳ ହସାଇବା ପାଇଁ ଜନ୍ମ ହୋଇଛନ୍ତି । ଆଉ ଯେତେ ପର୍ଯ୍ୟନ୍ତ ସେମାନେ ଅଛନ୍ତି ସମସ୍ତେ ହସିବେ , କାହା ଆଖିରୁ ଲୁହଟିଏ ମଧ୍ୟ ଝରିବ ନାହିଁ ।

ଅନ୍ୟ ପକ୍ଷରେ ଛତୁଆ ଅରବ ବିକାଶ ନାୟକ କହିଛନ୍ତି କି , ଲାଲି ଚରିତ୍ରରେ ଅଭିନୟ କରିଥିବା କୁନି ପଣ୍ଡା ତାଙ୍କ ଠାରୁ ବୟସରେ ବଡ ଅଟନ୍ତି । ତେଣୁ ଯେତେବେଳେ ତାଙ୍କ ପାଖକୁ ସିରିଏଲ ପାଇଁ ଅଫର ଆସିଥିଲା ସେ କୁନି ପଣ୍ଡାଙ୍କ ସହିତ ଅଭିନୟ କରିବେ ନାହିଁ ବୋଲି ମନା କରି ଦେଇଥିଲେ କିନ୍ତୁ ପରେ ବହୁତ ବୁଝା ବୁଝି କରିବା ପରେ ସେ ରାଜି ହୋଇ ଯାଇଥିଲେ ।

ତେବେ ବର୍ତ୍ତମାନ ସେମାନେ ଦୁହେଁ ପରସ୍ପର ସହିତ ଅଭିନୟ କରି ନିଜକୁ ଠିକ୍ ଠାକ୍ ମନେ କରୁଛନ୍ତି । ଗୋଟିଏ ଥର ଅଭିନୟ କରିବା ପରେ ସେମାନେ ଭାଇ ଭଉଣୀରୁ ପୁରାପୁରି ସ୍ଵାମୀ ସ୍ତ୍ରୀ ହୋଇ ଯାଇଥିଲେ । ଆଉ ବର୍ତ୍ତମାନ ମଧ୍ୟ ସେପରି ହିଁ ଅଛନ୍ତି । ବର୍ତ୍ତମାନ ସେମାନଙ୍କ ମଧ୍ୟରେ ଅଭିନୟ କରିବା ପାଇଁ ଆଉ କିଛି ଅସୁବିଧା ହୁଏ ନାହିଁ ।

ବର୍ତ୍ତମାନ ଡାଇଲଗ ଭୁଲି ଗଲେ ମଧ୍ୟ ନିଜ ମନ ମୁତାବକ ଡାଇଲଗ କହି ଦେଇଥାନ୍ତି ଆଉ ନିର୍ଦ୍ଦେଶକ ମଧ୍ୟ ସେଥିରେ ଓକେ କରି ଦେଇଥାନ୍ତି । ଆଉ ଯାହା ସେମାନଙ୍କୁ ଅତ୍ୟନ୍ତ ଖୁସି ଦେଇଥାଏ । ଏପରି ଯେତେ ଦିନ ପର୍ଯ୍ୟନ୍ତ ଜୀବନ ଅଛି , ସେମାନେ ଅନ୍ୟକୁ ହସାଇବା ପାଇଁ ଲାଗି ରହିବେ ବୋଲି ସମସ୍ତଙ୍କୁ କହିଛନ୍ତି । ଅନ୍ୟ ପକ୍ଷରେ ସମସ୍ତଙ୍କୁ ସବୁବେଳେ ଖୁସିରେ ରହିବା ପାଇଁ ସେମାନେ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *