ସତ ହେବ କି ଭବିଷ୍ୟବାଣୀ , ଆରମ୍ଭ ହୋଇଯିବ ମହାବିନାଶ , ୨୦୨୩ ରେ ହୋଇଯିବ ସବୁ ଶେଷ

ଦୁନିଆଁ ଯେତେ ଆଗକୁ ବଢି ବଢ଼ି ଯାଉଛି , ସେତେ ଅନ୍ୟାୟ ବଢ଼ି ଚାଲିଛି । ଲୋକ ମାନେ ହିଂସ୍ର ହୋଇ ଚାଲିଛନ୍ତି । ଦୁର୍ନୀତି ବଢ଼ି ଚାଲିଛି । ତେଣୁ କୁହାଯାଉଛି ମାଳିକା ବଚନ ହେବ ସତ , ଆଉ ଏ ପୃଥିବୀ ଦିନେ ନା ଦିନେ ହୋଇଯିବ ଧ୍ଵଂସ । ମଣିଷ ଏ ପୃଥିବୀରୁ ଲୋପ ପାଇଯିବ ଆଉ ସତ୍ୟ ଯୁଗ ଆରମ୍ଭ ହେବ । ତେବେ ଏହାରି ମଧ୍ୟରେ କୁହାଯାଉଛି କି , ଆଗକୁ ଧର୍ମ ଯୁଦ୍ଧ ହେବ ଯାହାକୁ ଚତୁର୍ଥ ବିଶ୍ଵଯୁଦ୍ଧ ମଧ୍ୟ କୁହାଯାଉଛି । ତେବେ ଏହା କେତେ ସତ ହେବ , ତାହା କୁହା ଯାଇପାରିବ ନାହିଁ ।

ତେବେ ଚତୁର୍ଥ ବିଶ୍ଵଯୁଦ୍ଧରେ ଭଗବାନ କଳ୍କୀ ଅବତାରରେ ଯୁଦ୍ଧ କରିବେ ଆଉ ତାହାକୁ କଳି ଯୁଗ ଯୁଦ୍ଧ ବୋଲି ମଧ୍ୟ କୁହାଯାଉଛି । ତେବେ ଏହା ପୂର୍ବରୁ ପ୍ରଭୁ ଶିବଙ୍କର ସବୁ ପ୍ରାଚୀନ ମଧ୍ୟ ଲୁପ୍ତ ହୋଇ ଯିବ ବୋଲି କୁହାଯାଉଛି । ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ ଭାଇରାଲ ହୋଇଥିବା ଭିଡ଼ିଓରେ ଭଗବାନ ଶିବଙ୍କର ଏକ ରୂପାର ଲିଙ୍ଗ ମିଳିଛି , ଯାହା ଦେହରେ ଲାଖ ଭରି ରହିବା ସହିତ ଆଉ ଏକ ଶିବ ଲିଙ୍ଗ ମିଳିଛି , ଯେଉଁଥିରେ ମୁଣ୍ଡରେ ରୂପାର ଚନ୍ଦ୍ରମା ରହିଛି । ତେବେ ଏହାର ଅର୍ଥ ଆଗକୁ ଜଳ ପ୍ରଳୟ ଆସୁଛି ବୋଲି କୁହାଯାଉଛି ।

ଏହାବ୍ୟତୀତ ଶିବଙ୍କ ଧାମ ମଧ୍ୟ ବିଲୁପ୍ତ ହୋଇଯିବ ଆଉ ମାଟିରେ ମିଶି ଯିବ ବୋଲି ମଧ୍ୟ କୁହା ଯାଉଅଛି , ତେବେ ଏହାର ଅର୍ଥ ଯୁଗ ଶେଷ ହୋଇଯିବ । ବଦ୍ରିନାଥ ପୀଠ ପାହାଡ଼ରେ ମିଶି ଯାଇପାରେ । ଚାରିଧାମରେ ମଧ୍ୟ ପ୍ରାକୃତିକ ପରିବର୍ତ୍ତନ ଦେଖା ଯିବ । ପାଞ୍ଚ ହଜାର ବର୍ଷ ବିତି ଯିବା ପରେ ଗଙ୍ଗା ନଦୀର ପ୍ରଭାବ କମି ଯିବ । ଆଉ ବର୍ତ୍ତମାନ ସେହି ସମୟ ଆସି ଯାଇଛି ବୋଲି ମଧ୍ୟ କୁହାଯାଉଛି । ଅଧର୍ମ ବଢିବା ସହିତ ପ୍ରାକୃତିକ ବିପର୍ଯ୍ୟୟ ଦେଖାଯିବ । ଏହାକୁ ଚତୁର୍ଥ ଯୁଦ୍ଧ ଭାବରେ ବିବେଚନା କରାଯିବ ।

ତେବେ ଏହା ମଧ୍ୟରେ ଏହି ସବୁ ନୂତନ ବର୍ଷ ଆରମ୍ଭରୁ କ୍ରମାଗତ ଭାବରେ ଦେଖିବାକୁ ମିଳିବ । ଏହା ମଧ୍ୟରେ ଆହୁରି ମଧ୍ୟ କୁହାଯାଉଛି କି , ୨୧ ଲକ୍ଷ ମାଳିକା ଲେଖା ହୋଇଥିଲା କିନ୍ତୁ ସେ ମଧ୍ୟରୁ ମାତ୍ର ୩୦୦ ପୁସ୍ତକ ପାଠ କରାଯାଇଛି । ଆଉ ସେଥିରୁ ଅଚ୍ୟୁତାନନ୍ଦ ଦାସଙ୍କ ହିଁ ପାଠ କରାଯାଇଛି । ଆଗାମୀ ନୂଆ ବର୍ଷରେ ପ୍ରାକୃତିକ ପରିବର୍ତ୍ତନ ଦେଖାଯିବ ଆରମ୍ଭ ହୋଇଯିବ ବୋଲି ଭବିଷ୍ୟବାଣୀରେ ଉଲ୍ଲେଖ କରାଯାଇଛି । ତେବେ ଏହା ମଧ୍ୟରୁ ଅନେକ ମିଛ ମଧ୍ୟ ହୋଇ ଥାଇପାରେ , କିନ୍ତୁ ଦିନ ଏପରି ଆସିବ ଯେତେବେଳେ ପୃଥିବୀ ଧ୍ଵଂସ ହୋଇଯିବ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *