ଅନେକ ପୁରୁଣା ଶାସ୍ତ୍ରରେ ଯେତେ ଯାହାବି ବର୍ଣ୍ଣିତ ହୋଇଥାଉ ନା କାହିଁକି ପ୍ରେମ ସମ୍ବନ୍ଧିତ ତଥ୍ୟ ନିଶ୍ଚିତ ଭାବରେ ବର୍ଣ୍ଣିତ ହୋଇଥାଏ । ପ୍ରେମ ଏକ ସ୍ୱତନ୍ତ୍ର ଅନୁଭବ ଅଟେ ଯାହାକି ସାଧରଣ ଜୀବନ ଭିତରେ ଅନୁଭବ କରିବା ସମ୍ଭବ ନୁହେଁ । ଏହା ଏକ ପବିତ୍ର ଅନୁଭୂତି ହୋଇଥାଏ ଯାହାକି ଦୁଇଟି ମନକୁ ଗୋଟିଏ କରି ଗଢ଼ି ତୋଳେ । ତେବେ ଦୁନିଆରେ ପ୍ରାୟ ସବୁ ଲୋକ କହନ୍ତି ଯେ ସେମାନେ ପ୍ରେମ କରିଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ ମାତ୍ର ଅଳ୍ପ କେତେଜଣ ହିଁ ବାସ୍ତବ ପ୍ରେମ କରିଥାନ୍ତି ।
ତାହାର ବି ଏକ କାରଣ ରହିଛି । ଯିଏ ପ୍ରେମକୁ ନିଜର ଦାୟିତ୍ୱ ଭାବି ନିଏ ସେ କେବେବି ପ୍ରେମ ପାଇଁ ଉତ୍ସର୍ଗୀକୃତ ହୋଇ ପାରିବ ନାହିଁ । କାରଣ ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରେ ସେତେବେଳେ ଫାଟ ସୃଷ୍ଟି ହୋଇଥାଏ ଯେତେବେଳେ ଜଣେ ପ୍ରେମକୁ ବୋଝ ଭାବିନିଏ କିମ୍ବା ଉଭୟ ବୋଝ ସଦୃଶ ଭାବି ନିଅନ୍ତି । କେହି କେହି ବାସ ଦାୟିତ୍ୱ ଭାବି ନିଅନ୍ତି । ଯାହାଦ୍ୱାରା ପ୍ରେମ ର ଅର୍ଥ ହିଁ ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇ ଏକ ଡିଲ ସଦୃଶ ହୋଇଯାଏ ।
ସାଧରଣତଃ ଭଗବାନ ଶ୍ରୀକୃଷ୍ଣ ପ୍ରେମର ଅସଲ ଅର୍ଥକୁ ବୁଝାଇଛନ୍ତି ଏବଂ ଏହା ସହିତ କେଉଁ କାରଣରୁ ଦୁଇ ପ୍ରେମୀ ଯୁଗଳ ଙ୍କ ମଧ୍ୟରେ ଫାଟ ସୃଷ୍ଟି ହୁଏ କିମ୍ବା ଦୁଇ ପ୍ରେମୀ ଯୁଗଳ କିପରି ସାରା ଜୀବନ ପାଇଁ ପ୍ରେମର ପଥିକ ହୋଇ ରହନ୍ତି ସେହି ବିଷୟରେ ମଧ୍ୟ ଜଣାଇଛନ୍ତି । ଶ୍ରୀକୃଷ୍ଣ ଏବଂ ଶ୍ରୀରାଧା ଙ୍କ ପ୍ରେମ ସମ୍ବନ୍ଧରେ ମଧ୍ୟ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । ଯେଉଁ ପ୍ରେମ ଜନ୍ମ ଜନ୍ମ ପାଇଁ ଉଦାହରଣ ହୋଇ ରହିଛି । ସେହି ପ୍ରେମରେ ସ୍ୱାର୍ଥ ନଥିଲା , ସନ୍ଦେହ ନଥିଲା କି କିଛି ପାଇବାକୁ ଇଚ୍ଛା ନଥିଲା । ଦୁହେଁ ସାଥିରେ ନରହି ବି ଦୁହିଁଙ୍କ ପ୍ରେମ ଅମର ।
ତେଣୁ ପ୍ରେମରେ କେବେବି ସନ୍ଦେହ କରିବା ଉଚିତ ନୁହେଁ । ଉଭୟ ପାର୍ଟନର ପରସ୍ପର ଉପରେ ସବୁବେଳେ ଭରସା ରଖିବା ଉଚିତ । ଯଦି ପ୍ରେମରେ ଭରସା ନଥାଏ ତେବେ କିଛି ଦିନ କିମ୍ବା କିଛି ବର୍ଷ ପରେ ସେହି ପ୍ରେମ ସମ୍ପର୍କ ନିଶ୍ଚିତ ଭାବରେ ଛିନ୍ନ ହୋଇଯିବ କିମ୍ବା ବିବାହ ପରେ ବି ତାହା ରହିବ ନାହିଁ । ପୁଣି ପ୍ରେମକୁ ଯଦି ସମସ୍ତେ ବୋଝ ଭାବିବେ ତେବେ ପ୍ରେମ କମି ଯାଇଥାଏ । ଯାହାଦ୍ୱାରା ପ୍ରେମର ଅପମାନ ହୋଇଥାଏ । ପୁଣି ଉଭୟେ ପାର୍ଟନର କେବେବି ପରସ୍ପର କୁ ମିଛ କହିବା ଉଚିତ ନୁହେଁ । ତେଣୁ ଏପରି କିଛି ଚିନ୍ତାଧାରା କିମ୍ବା କାମ କରିବା ଉଚିତ ନୁହେଁ ଯାହାଦ୍ୱାରା ଯୁଗ ଯୁଗାନ୍ତରରୁ ଚଳି ଆସୁଥିବା ପବିତ୍ର ପ୍ରେମ ମିଛ ହୋଇଯିବ ।