ସାଙ୍ଗ ଗୁପ୍ତାଙ୍ଗରେ ସିଗାରେଟ ଚେଙ୍କ ଦେଲା ସାଙ୍ଗ, ତାପରେ ଯାହା ଘଟିଲା ଦେଖିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ : ଦେଖନ୍ତୁ ଭିଡ଼ିଓ।

ବାହାଘର ପରେ ସ୍ବାମୀ ସ୍ତ୍ରୀ ଦୁହେଁ ଅଗ୍ନିକୁ ସାକ୍ଷୀ ରଖି ସାତ ଜନମ ପର୍ଯ୍ୟନ୍ତ ଏକାଠି ରହିବେ ବୋଲି ପ୍ରତିଜ୍ଞା ନେଇଥାନ୍ତି। କେବଳ ସେତିକି ନୁହେଁ ଦୁହେଁ ବିପଦ ଆପଦରେ ପରସ୍ପରକୁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥାନ୍ତି। ତେବେ ଏଥିମଧ୍ୟରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କ ପବିତ୍ର ସମ୍ପର୍କ ରୂପେ ବିବେଚନା କରାଯାଏ। ହେଲେ ବର୍ତ୍ତମାନ ସମୟରେ ସମାଜ ଯେତେ ଶିକ୍ଷିତ ହେଲେ ମଧ୍ୟ ଲୋକମାନଙ୍କ ମଧ୍ୟରେ ଅନୈତିକ ଛାପ ରହୁଛି।

ଯଦି ଦୁହିଁଙ୍କ ବୈବାହିକ ଜୀବନରେ ଅନ୍ୟ ପୁରୁଷ କିମ୍ବା ମହିଳାଙ୍କ ପ୍ରତି ଆକୃଷ୍ଟ ହୁଅନ୍ତି ତେବେ ସେମାନଙ୍କ ବୈବାହିକ ଜୀବନରେ ପୂର୍ଣ୍ଣ ଛେଦ ପଡିଯାଏ। ବେଳେ ଅଧିକ ସନ୍ଦେହ ମଧ୍ୟ ବୈବାହିକ ଜୀବନକୁ ନଷ୍ଟ କରିଦେଇଥାଏ। ତେବେ ଏଭଳି ଏକ ଘଟଣା ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ମୟିଦଲପୂର ଫାଣ୍ଡି ଅନ୍ତର୍ଗତ ରାଣିଗୁଡ଼ା ଗାଁ ରେ ଘଟିଛି। ପରକୀୟା ପ୍ରୀତି ସନ୍ଦେହ କରି ସ୍ୱାମୀ ଏକ ଜଘନ୍ୟ କାଣ୍ଡ ଘଟାଇଛି।

ତେବେ ଆପଣମାନେ ଜାଣିଛନ୍ତି ଯେ ସାଙ୍ଗ ଏହି ଦୁନିଆରେ ଏକ ଅମୂଲ୍ୟ ସମ୍ପଦ ଅଟେ। ଯାହାର କୌଣସି ମୂଲ୍ୟ ନାହିଁ। କିନ୍ତୁ ଯଦି ସାଙ୍ଗ ଉପରୁ ଥରେ ବିଶ୍ୱାସ ଭଙ୍ଗେ ତେବେ ଅନେକ ଦିନ ଲାଗି ଯିବ ପଛେ ସେହି ଭରଷା ଏବଂ ବିଶ୍ୱାସ ପୁଣି ଆସିବ ନାହିଁ। ତେବେ ଆଜି ଆମେ ଆପଣଙ୍କୁ ଏହି ସାଙ୍ଗ ସହ ଜଡିତ ଏକ ଘଟଣା ବିଷୟରେ କହିବାକୁ ଯାଉଛୁ। ସାଙ୍ଗ ଉପରୁ ଭରଷା ଉଠିବା ପରେ ଏତେ ତଳକୁ ସାଙ୍ଗ ଖସି ଯିବ ତାହା ଆପଣ କେବେ ସ୍ୱପ୍ନରେ ମଧ୍ୟ ଭାବି ନଥିବେ।

ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ରାଣିଗୁଡ଼ା ଗାଁର ଗୋପୀ ମୁଦୁଲି ଓ ସିନ୍ଧିଗୁଡ଼ା ଗାଁର ଆନନ୍ଦ ଗୌଡ଼ ଉଭୟ ଭଲ ବନ୍ଧୁ ଅଟନ୍ତି। ଦୁହେଁ ଦୁହିଁଙ୍କ ସୁଖ ଦୁଃଖରେ ଏକାଠି ହୁଅନ୍ତି। ଗତ ୨୮ ତାରିଖ ରାତିରେ ଦୁହେଁ ଆନନ୍ଦ ଗୌଡ଼ ଘରେ ବସି ମଦ ପିଉଥିଲେ। କିନ୍ତୁ ମଦ ପିଇବା ପରେ ଆନନ୍ଦ ଗୌଡ଼ ଗୋପିକୁ ଘରେ ଏକୁଟିଆ ଛାଡି କିଛି ସମୟ ବାହାରକୁ ଚାଲି ଯାଇଥିଲା। ଏହାପରେ ଯେତେବେଳେ ଆନନ୍ଦ ଘରକୁ ଫେରିଲା ସେତେବେଳେ ସେ ଗୋପୀକୁ ତା’ ଘରେ ସ୍ତ୍ରୀ ସହିତ ଦେଖିବାକୁ ପାଇଥିଲା।

ଏହାପରେ ନିଜ ସାଙ୍ଗ ଉପରେ ଆନନ୍ଦର ସନ୍ଦେହ ଆସିଥିଲା। ତେବେ ଗୋପୀ ଅନୈତିକ ସମ୍ପର୍କ ରଖିଥିବା ସନ୍ଦେହ କରି କିଛି ଏପରି ପଦକ୍ଷେପ ନେଇଥିଲା ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଆନନ୍ଦ ତାର ଅନ୍ୟ ସାଙ୍ଗ ସାଥିଙ୍କୁ ଡାକି ଗୋପୀ ମୁଦୁଲି କୁ ଗାଁ ମଝି ଏକ ଖୁଣ୍ଟ ରେ ବାନ୍ଧି ଉଲଗ୍ନ କରି ତା ଗୁପ୍ତାଙ୍ଗ ରେ ସିଗାରେଟ ଚେଙ୍କ ଦେଇଛନ୍ତି। କେବଳ ସେତିକି ନୁହେଁ ଲାଠିରେ ମାଡ଼ ମଧ୍ୟ ମାରିଲେ। ଏପରି ଅମାନୁଷିକ ନିର୍ଯ୍ୟାତନା ଗୋପୀକୁ ଦେଇଥିଲେ।

ତେବେ ଏହି ସମସ୍ତ ଘଟଣାକୁ କେହି ଜଣେ ନିଜ ମୋବାଇଲରେ ରେକର୍ଡ଼ କରି ଦେଇଥିଲେ ଏବଂ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ। ଯାହାକି ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହୋଇଥିଲା। ତେବେ ଭିଡ଼ିଓ ଭାଇରାଲ ହେବା ପରେ ପୋଲିସ ନିଜ ଆଡୁ କାର୍ଯ୍ୟାନୁଷ୍ଠାନ ନେଲେ। ତେବେ ଭିଡ଼ିଓକୁ ଆଧାର କରି ୮ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave a Reply

Your email address will not be published. Required fields are marked *