୧୦ ମାସର ଶିଶୁ କନ୍ୟାକୁ କାର ବାହାରକୁ ଫୋପାଡ଼ି କେତେଜଣ ଲୋକ ଶିଶୁ କନ୍ୟାର ମାଆଙ୍କ ସହ ଗଣ ଦୁ-ଷ୍କ-ର୍ମ କରି ଗାଡ଼ି ବାହାରକୁ ଫୋପାଡ଼ି ଦେଇଛନ୍ତି। ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ମହାରାଷ୍ଟ୍ରର ପାଲଘର ଜିଲ୍ଲାର ମୁମ୍ବାଇ-ଅହମ୍ମଦାବାଦ ରାସ୍ତାରେ ଘଟିଛି ।
ଡିସେମ୍ବର ୧୦, ଶନିବାର ଦିନ ସକାଳେ ମହିଳା ଜଣକ ୧୦ ମାସର ଶିଶୁ କନ୍ୟାଙ୍କୁ ଧରି ପେଲହରରୁ ୱାଡା ତହସିଲକୁ ଯିବାପାଇଁ ରାସ୍ତା କଡ଼ରେ ଗାଡ଼ିକୁ ଅପେକ୍ଷା କରି ଛିଡ଼ା ହେଇଥିଲେ। ସେଇ ସମୟରେ ଗୋଟେ କାର ଆସିଲା ଯୋଉଥିରେ କିଛି ଲୋକ ଏବଂ ମହିଳା ବସିଥିଲେ।
ମହିଳା ଜଣଙ୍କ କାର ରେ ବସିଲେ କିଛି ବାଟ ଯିବାପରେ କାରରେ ବସିଥିବା ମହିଳାମାନେ ଓହ୍ଲେହି ଗଲେ। ତା’ପରେ କାର ଡ୍ରାଇଭର ଏବଂ ପଛରେ ବସିଥିବା ୩ ଜଣ ଯୁବକ ମହିଳାଙ୍କ ସହ ଖରାପ୍ ବ୍ୟବହାର କଲେ ସେହି ସମୟରେ ତାଙ୍କ ପିଲାଟି କାନ୍ଦିବାରୁ ୧୦ ମାସର ପିଲାଟିକୁ କାର ବାହାରକୁ ଫୋପାଡ଼ି ଦେଲେ ତା’ପରେ ଜଣେ ପରେ ଜଣେ ମହିଳାଙ୍କ ସହ ଗଣ ଦୁ-ଷ୍କ-ର୍ମ କଲେ। ପିଲାକୁ ବଞ୍ଜେଇବାକୁ ଯାଇ ମହିଳା ଜଣଙ୍କ ମଧ୍ୟ କାରରୁ ଦେଇପଡ଼ିଲେ। କିନ୍ତୁ ତାଙ୍କ ୧୦ ମାସର ଶିଶୁ କନ୍ୟା ସେଇଠି ମୃତୁ ବରଣ କରିଥିଲା।
ମୁମ୍ବାଇ ପୋଲିସ୍ ଏ ଘଟଣା ବିଷୟରେ ଜାଣିବା ପରେ ଅଭିଯୁକ୍ତ ବିଜୟ କୁଶୱା ଏବଂ ଅନ୍ୟ ୩ ଜଣଙ୍କୁ ପୋଲିସ ଆଇପିସିର ଧାରା ୩୦୪ ଏବଂ ୩୫୪ ଅନୁଯାୟୀ ତାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଏହି ଘଟଣାରେ ମହିଳାଙ୍କ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ମହିଳାଙ୍କ ୧୦ ମାସର ଶିଶୁର ମୃତ୍ୟୁ ପରେ ମହିଳାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଛି। ଏହି ମାମଲା ମାଣ୍ଡଭି ପୋଲିସ ଷ୍ଟେସନରେ ପଞ୍ଜୀକୃତ ହେଇଛି ଏବଂ ଖସି ଯାଇଥିବା ଅପରାଧୀଙ୍କୁ ପୋଲିସ୍ ଖୋଜୁଛି।