ସେ ଦିନ OYO ରୁମରେ କେହି ମିଳିବେନି, ଆଗ ହଗ ଡେ଼..କିସ ଡେ଼, ତାପରେ….

ପ୍ରେମ ଏପରି ଏକ ଅନୁଭବ , ଯାହା ବିଷୟରେ କହିବା ଅସମ୍ଭବ । ଯାହାକୁ ପ୍ରେମ ହୋଇଛି ସେ ଜାଣିଛି ଏହା କଣ । ଏହାର ଅନୁଭବ ଆଉ କେହି ନେଇପାରିବେ ନାହିଁ କି ଏହା ବିଷୟରେ କେହି ବର୍ଣ୍ଣନା କରିପାରିବେ ନାହିଁ । ତେବେ ଏହି ପ୍ରେମର ଋତୁ ସମସ୍ତଙ୍କୁ ଭିଜାଇ ଦେଇ ଯାଇଥାଏ । ଏହି ପ୍ରେମର ରଙ୍ଗରେ ସମସ୍ତେ ରଙ୍ଗେଇ ହୋଇ ଯାଇଥାନ୍ତି ଆଉ ନିଜକୁ ଖୋଜି ପାଇ ନଥାନ୍ତି ।

ତେବେ ଏହି ପ୍ରେମର ରଙ୍ଗକୁ ଆଉ ଟିକିଏ ରଙ୍ଗୀନ କରିବା ପାଇଁ ପ୍ରତ୍ୟେକ ପ୍ରେମୀ ଯୁଗଳ କିଛି ଦିବସକୁ ପାଳନ କରିଥାନ୍ତି ଆଉ ଯାହା ତାଙ୍କ ଜୀବନରେ ଏକ ସ୍ବତନ୍ତ୍ର ରଙ୍ଗ ଆଣି ଦେଇଥାଏ । ତେବେ ଆପଣ ସମସ୍ତେ ଜାଣିଥିବେ କି , ପ୍ରେମୀ ଯୁଗଳ ଏହି ଫେବୃୟାରୀ ମାସରେ କେତୋଟି ଦିନ ରହିଛି , ଯାହାକୁ ପ୍ରେମ ଦିବସ ଭାବେ ପାଳନ କରିଥାନ୍ତି।

ଆଉ ଏହି ଫେବୃୟାରୀ ମାସରେ ଏପରି ଅନେକ ଦିନ ରହିଥାଏ , ଯାହାକୁ ପ୍ରେମୀ ଯୁଗଳ ମାନେ ଗୋଲାପ ଦିବସ , ଟେଡି ଦିବସ , ହଗ୍ ଦିବସ ଆଦି ଭାବରେ ପାଳନ କରିଥାନ୍ତି । ଆଉ ଏ ସବୁ ମଧ୍ୟରେ ସେମାନଙ୍କ ପାଇଁ ସବୁଠାରୁ ସ୍ୱତନ୍ତ୍ର ଦିନଟିଏ ଭାଲେଣ୍ଟାଇନ୍ ଦିବସ ହୋଇଥାଏ । ପ୍ରେମର ବର୍ଷାରେ ସେମାନେ ଏହି ଦିନ ଭିଜି ଯାଇଥାନ୍ତି ।

ତେବେ ବର୍ତ୍ତମାନର ଯୁଗ ବଦଳିବା ସହିତ ଲୋକଙ୍କ ଚିନ୍ତାଧାରା ଆଉ ପ୍ରେମିକା ପ୍ରେମିକ ମାନଙ୍କର ବ୍ୟବହାର ମଧ୍ୟ ବଦଳି ଗଲାନି । ବର୍ତ୍ତମାନ ପ୍ରେମ ବାଟରେ ଆରମ୍ଭ ହୋଇ oyo ରୁମରେ ଯାଇ ଶେଷ ହୋଇ ଯାଉଛି । ଆଉ ଏସବୁ ମଧ୍ୟରେ ବାସ୍ ଦୁଇ ଦିନିଆ ଟାଇମ୍ ପାସ୍ ରହୁଛି । ତେବେ ଏସବୁ ଦେଖିବା ପରେ ଜଣେ ବ୍ୟକ୍ତି ଆଉ ନାମ ତାଙ୍କର ଗଜପତି ସେ ମୁଁହ ଖୋଲିଛନ୍ତି ।

ତାଙ୍କ କହିବା ଅନୁଯାୟୀ , ବର୍ତ୍ତମାନ ପ୍ରେମ କରିବାର ଢ଼ଙ୍ଗ ପୁରାପୁରି ବଦଳି ଗଲାନି । ଆଉ ସେ ଆଗ ଭଳି ସମୟ ନାହିଁ । ବର୍ତ୍ତମାନ ସମୟରେ ଏହି ଡେ ଗୁଡ଼ିକ ପ୍ରେମୀ ଯୁଗଳ ମାନେ oyo ଯାଇ ପାଳନ କରୁଛନ୍ତି ଆଉ ସେ ଭଳି ସମୟ ନାହିଁ କି ସେମାନେ ଦୁହିଁଙ୍କ ମଧ୍ୟରେ ପ୍ରେମ ବାଣ୍ଟିବେ । ବର୍ତ୍ତମାନର ପ୍ରେମିକ ଆଉ ପ୍ରେମିକା ମାନଙ୍କୁ ଭାଲେଣ୍ଟାଇନ୍ ଡେ ର ଅର୍ଥ ମଧ୍ୟ ଜଣା ନାହିଁ ।

ବାସ୍ ସେମାନେ ତାଙ୍କ ଦୁନିଆଁରେ ରହି ଯାଉଛନ୍ତି । ଆଉ ବାବୁ , ଧନ କହି ଦିନ ବିତାଇ ଦେଉଛନ୍ତି । ସେ କହିଛନ୍ତି କି , ବର୍ତ୍ତମାନ ଭାଲେଣ୍ଟାଇନ୍ ଡେ ରେ ଭୁବନେଶ୍ୱରରେ oyo ଆଉ ଫାଙ୍କା ମିଳୁ ନାହିଁ । ସେଦିନ ଦିନ ଯାକ ପ୍ରେମୀ ଯୁଗଳ ମାନେ oyo ବୁକ୍ କରି ଦେଉଛନ୍ତି ଆଉ ତା ମଧ୍ୟରେ ନଟର ପଟର ହେଉଛନ୍ତି । ଆଉ ଏହା ଛଡ଼ା କିଛି ନାହିଁ ।

ଭୁବନେଶ୍ୱରରେ ଏହି ଭାଲେଣ୍ଟାଇନ୍ ଡେ ଦିନ ପ୍ରେମିକ ପ୍ରେମିକା ମାନଙ୍କର ପ୍ରେମକୁ ଦେଖି ଗୋଟିଏ ଗୋଲାପର ଦାମ୍ ମଧ୍ୟ ବଢାଇ ଦିଆ ଯାଉଛି ଆଉ ତାକୁ ୩୦ ଟଙ୍କା କରି ଦିଆଯାଉଛି । ଆଗରୁ ନିଜ ଘର ମଧ୍ୟରେ ପ୍ରେମ ସୀମିତ ରହୁଥିଲା କିନ୍ତୁ ବର୍ତ୍ତମାନ ସମୟରେ ରାସ୍ତା ଘାଟ ଯେଉଁଠି ଦେଖିବ , ସେଠାରେ ହିଁ ମାଳ ମାଳ ପ୍ରେମିକ ପ୍ରେମିକା । ନିଜ ଘର ମଧ୍ୟରେ ଆଉ କିଛି ସୀମିତ ନାହିଁ ।

ଖୋଲାଖୋଲି ଭାବରେ ସବୁକିଛି ଚାଲିଛି । ଆଉ ଲୋକଙ୍କୁ ଲା-ଜ ଲ-ଜ୍ଜା ମଧ୍ୟ କିଛି ନାହିଁ । ଛୋଟ ଛୋଟ ପିଲା ମାନେ ମଧ୍ୟ ଏହି ଭାଲେଣ୍ଟାଇନ୍ ଡେ ର ଅର୍ଥ ବୁଝି ଯାଉଛନ୍ତି । ଆଉ ଚକୋଲେଟ୍ , ଗୋଲାପ ଧରି ପାଠ ପଢିବାକୁ ଚାଲି ଯାଉଛନ୍ତି । ତେବେ ବର୍ତ୍ତମାନର ସମୟ ଅତ୍ୟନ୍ତ ଶୋଚନୀୟ ହୋଇପଡିଛି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *