ଗେଟ ଭାଙ୍ଗି ପଶିଲା ପ୍ରଥମ ସ୍ତ୍ରୀ, ମୋ ସ୍ୱାମୀର ବାହାଘର କରିବାକୁ ତୁମେ କିଏ…?

ଜାତିପ୍ରଥା ନିୟମ ପାଇଁ ଏ ସମାଜରେ ପ୍ରତିଦିନ ବହୁ ମାମଲା ଦେଖିବାକୁ ମିଳୁଛି । କିଏ ଛୋଟ ଜାତି ହୋଇଥିବାରୁ ନ୍ୟାୟ ମିଳୁନାହିଁ ତ ଆଉ କାହାକୁ ଘରେ ପୁରାଇବାକୁ ଦେଉ ନାହାଁନ୍ତି ଶାଶୁ ଶଶୁର । ତେବେ ଏଭଳି ପ୍ରଥା ଏ ଦୁନିଆଁରୁ ଯିବ ନାହିଁ । ଦୀର୍ଘ ବର୍ଷ ଧରି ଏହି ନିୟମ ଚାଲି ଆସିଛି । ଲୋକେ ଆଜି ଯାଏ ଏହି ଜାତିପ୍ରଥାକୁ ମାନୁଛନ୍ତି । ତେବେ ଏହି ପ୍ରଥା ଯୋଗୁଁ କେତେ ଯେ ମଣିଷ କଷ୍ଟ ପାଉଛନ୍ତି , ସେ କଥା କହି ହେବ ନାହିଁ ।

ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଭଣ୍ଡାରିପୋଖରୀ ଅଞ୍ଚଳରେ । ଯେଉଁ ଠାରେ ବୋହୁ ଛୋଟ ଜାତିର ହୋଇଥିବାରୁ ୭ ବର୍ଷ ଧରି ବୋହୂକୁ ଶାଶୁ ଶଶୁର ଗ୍ରହଣ କରି ନାହାଁନ୍ତି । ଆଉ ବାହାରେ ବୋହୁ ରହୁଛନ୍ତି । ଏହାରି ମଧ୍ୟରେ ତାଙ୍କର ୪ ବର୍ଷର ପୁଅଟିଏ ମଧ୍ୟ ରହିଛି । ତେବେ ଏହାରି ମଧ୍ୟରେ କାଲି ମହିଳାଙ୍କର ସ୍ୱାମୀଙ୍କର ବିବାହ ଅନ୍ୟତ୍ର କରାଇ ଦିଆ ଯାଉଥିଲା । ଆଉ ସୂଚନା ପାଇ ମହିଳା ନିଜ ଶାଶୁ ଘର କବାଟ ଭାଙ୍ଗି ଘର ଭିତରକୁ ପଶି ଯାଇଥିଲେ।

ସୂଚନା ଅନୁଯାୟୀ , ବହୁ ବର୍ଷ ଆଗରୁ ସରସଦା ଗ୍ରାମର ଜ୍ୟୋସ୍ନା ରାଣୀଙ୍କର ବିବାହ ଅନ୍ୟ ସ୍ଥାନରେ ଠିକ୍ ହୋଇ ଯାଇଥିଲା । କିନ୍ତୁ ସେହି ଗ୍ରାମର ପିନା ସାମଲ ତାଙ୍କୁ ଉଠାଇ ନେଇ ଯାଇଥିଲେ । ଏହା ପରେ ପିନା ଗିରଫ ହୋଇଥିଲେ ଆଉ ପରେ ମଧ୍ୟସ୍ଥିଙ୍କ ଜରିଆରେ ଜ୍ୟୋସ୍ନାଙ୍କୁ ବିବାହ କରିଥିଲେ । ବିବାହର ଦୁଇ ବର୍ଷ ପରେ ଉଭୟଙ୍କର ଗୋଟିଏ ପୁତ୍ର ସନ୍ତାନ ମଧ୍ୟ ହୋଇଥିଲା । କିନ୍ତୁ ଜ୍ୟୋସ୍ନାକୁ ଶାଶୁ ଘର ଲୋକେ ଗ୍ରହଣ କରି ନଥିଲେ । ତେବେ କାଲି ଜ୍ୟୋତ୍ସ୍ନା ନଣନ୍ଦଙ୍କର ବିବାହ ଖବର ପାଇ ପହଞ୍ଚି ଥିଲେ ଆଉ ଦେଖିଲା ବେଳକୁ ସେଠାରେ ସ୍ୱାମୀଙ୍କର ମଧ୍ୟ ବିବାହ ହୋଇଥିଲା ।

ଏହାପରେ ସେଠାରେ ଜ୍ୟୋସ୍ନା ବହୁତ ପାଟିତୁଣ୍ଡ ମଧ୍ୟ କରିଥିଲେ । ଏଭଳି ଘଟଣା ଅତ୍ୟନ୍ତ ଲଜ୍ଜାକର । ଜ୍ୟୋସ୍ନା କହିଛନ୍ତି କି , ସେ ଛୋଟ ଜାତିର ହୋଇଥିବାରୁ ତାଙ୍କୁ ଶାଶୁ ଘର ଲୋକେ ଗ୍ରହଣ କରି ନାହାଁନ୍ତି । ଆଉ ଏପଟେ ପୁଅର ବିବାହ ଆଉ ଗୋଟିଏ ସ୍ଥାନରେ କରାଇ ଦେଉଛନ୍ତି । ତେବେ ଏହି କଥାକୁ ଖଣ୍ଡନ କରିଛନ୍ତି ତାଙ୍କ ଶଶୁର । ସେ କହିଛନ୍ତି କି , ପୁଅର ଇଚ୍ଛାରେ ସେମାନେ କଣ କରିପାରିବେ । ତାଙ୍କର ଏଥିରେ କୌଣସି ଭୁଲ୍ ନାହିଁ । ଆଉ ଜାତିପ୍ରଥା କଥାକୁ ମଧ୍ୟ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ କହିଛନ୍ତି । ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏହାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *