ମା ଦେହ ଖରାପ ଟଙ୍କା ପାଇଁ ଆସିଥିଲି କିନ୍ତୁ ଥାନା ବାବୁ ଅଟକେଇ ଦେଇଛନ୍ତି…

ରାଜଧାନୀର ରାଜରାସ୍ତାରୁ ପ୍ରତିଦିନ ଅନେକ ଆଶ୍ଚର୍ଯ୍ୟ କରିଦେବା ଭଳି ଖବର ସାମ୍ନାକୁ ଆସୁଛି । ଏହା ଏଭଳି ଏକ ସହର ଯେ , ଏଇଠି କିଏ କାହାକୁ ଚିହ୍ନେ ନାହିଁ । ସମସ୍ତେ ସମସ୍ତଙ୍କ କାମରେ କାମ ରଖିଥାନ୍ତି । କୁହାଯାଏ ରାସ୍ତାରେ ମ-ରିଗଲେ ମଧ୍ୟ ଲୋକେ ଏଠାକୁ ଉଠାଇବା ପାଇଁ ଆସନ୍ତି ନାହିଁ ଆଉ ଏଇଠି କେହି କାହାକୁ ସାହାଯ୍ୟ କରିବାପାଇଁ ମଧ୍ୟ ରାଜି ନଥାନ୍ତି । ତେବେ ବର୍ତ୍ତମାନ ରାଜଧାନୀରୁ ଆସୁଛି ଏଭଳି କିଛି ଲ-ଜ୍ଜା-କର କଥା।

ନିଜ ପେଟ ପାଇଁ ଆସିଥିବା ତିନି ଜଣ ପୁଅଙ୍କର ଗାଡିକୁ ଗୋଟିଏ ହୋଟେଲ ମାଲିକ ବାନ୍ଧି ରଖି ଦେଇଛନ୍ତି ଆଉ ଦେଉ ମଧ୍ୟ ନାହାଁନ୍ତି । ଏପଟେ ତିନି ପୁଅ ବାର ଦୁଆର ହେଉଛନ୍ତି ଆଉ ପୋଲିସ ପାଖକୁ ଯାଇ ଆକୁଳ ନିବେଦନ କରି ଗାଡ଼ି ଛାଡିବାକୁ କହୁଛନ୍ତି କିନ୍ତୁ ପୋ-ଲି-ସ କିଛି ଶୁଣିବାକୁ ରାଜି ନାହିଁ । ତେବେ ଏଭଳି ଘ-ଟ-ଣା ଭୁବନେଶ୍ବରର ଅଟେ । ସୂଚନା ଅନୁଯାୟୀ , କୌଣସି ଏକ ଚଳଚ୍ଚିତ୍ରରେ ନାଚିବା ପାଇଁ ଆସିଥିଲେ ଛଅ ଜଣ ଯୁବକ । ଆଉ ସେମାନେ ଏଭଳି କାମ କରି ନିଜର ପେଟ ମଧ୍ୟ ପୋଷିଥାନ୍ତି ।

ତେବେ ଗୋଟିଏ ଗୀତର ଶୁ-ଟିଂ ପାଇଁ ସନ୍ତୋଷ ନାୟକ ନାମକ ଜଣେ ବ୍ୟକ୍ତି , ଯିଏକି ଚଳଚ୍ଚିତ୍ର ଜଗତର ଜଣେ ବିଶିଷ୍ଟ ନାଚ ମାଷ୍ଟର ସୁଧାକର ବସନ୍ତଙ୍କର ଆସିଷ୍ଟାଣ୍ଟ । ସେ ଛଅ ଜଣ ପୁଅ ଆଉ ଛଅ ଜଣ ପୁଅ ବୁଝିଥିଲେ ଗୋଟିଏ ଗୀତରେ ନାଚିବା ପାଇଁ । ତେବେ ନିଜ କାମ ସାରି ଘରକୁ ଫେରି ଯାଇଥାନ୍ତେ ଯୁବକ ମାନେ । କିନ୍ତୁ ତାଙ୍କ ସହ ଏଭଳି କିଛି ଘ-ଟିଥିଲା । ସୂଚନା ମୁତାବିକ , ସେମାନେ ସଠିକ ସମୟରେ ଯାଇ ଶୁ-ଟିଂ ହେଉଥିବା ସ୍ଥାନରେ ପହଞ୍ଚି ଯାଇଥିଲେ କିନ୍ତୁ ସେଠାରେ ପହଞ୍ଚି ନଥିଲେ ଆଉ ଛଅ ଜଣ ଝିଅ ।

ଅନ୍ୟପକ୍ଷରେ ଝିଅ ମାନେ ନ ଆସିବାରୁ ଚଳଚ୍ଚିତ୍ରର ପ୍ରଯୋଜକ ଅତ୍ୟନ୍ତ କ୍ରୋ-ଧିତ ହୋଇ ଯାଇଥିଲେ । ଆଉ କହିଥିଲେ କି ଆଜିର ଦିନରେ ଯେତିକି ଟଙ୍କା ନ-ଷ୍ଟ ହେଲା ସେ ସବୁକୁ ସେମାନେ ଭରଣପୋଷଣ କରିବେ । ଆଉ ସେଥିପାଇଁ ସେମାନେ ତିନି ଜଣ ପୁଅଙ୍କର ବାଇକ ଛଡାଇ ନେଇଥିଲେ ଆଉ ବାନ୍ଧି ରଖି ଦେଇଥିଲେ । ଏପଟେ ଘରୁ ବାହାରି ଆସିଥିବା ପୁଅ ମାନଙ୍କୁ ଘରୁ ଆସୁଥିଲା ବାରମ୍ବାର ଫୋନ । ଆଉ ଘର ଲୋକଙ୍କୁ ମଧ୍ୟ ସତ କଥା କହି ପାରୁ ନଥିଲେ ଯୁବକ ମାନେ ।

ଆଉ ଏହାପରେ ସେମାନେ ଥା-ନାର ଦ୍ୱାରସ୍ଥ ହୋଇଥିଲେ । ସକାଳ ୭ଟାରୁ ଯାଇ ସେମାନେ ଥା-ନାରେ ପହଞ୍ଚି ଥିଲେ। କିନ୍ତୁ ଥା-ନାରେ ସେମାନଙ୍କ କଥା କେହି ମଧ୍ୟ ଶୁଣି ନଥିଲେ । ତେବେ ଅନ୍ୟପକ୍ଷରେ ମିଡ଼ିଆ ସେଠାରେ ପହଞ୍ଚିବା ପରେ ସେମାନଙ୍କ କଥା ଶୁଣିଥିଲା ପୋ-ଲି-ସ । ଆଉ କହିଥିଲା କି ପଦ୍ମିନୀ ହୋଟେଲ ମାଲିକଙ୍କୁ ସେ ଜାଣିଛି । ଆଉ କହିଥିଲା ଫୋନ କରି ତାଙ୍କୁ କହିଦେବ କି ସେ ତାଙ୍କ ଗାଡି ଛାଡି ଦେବେ।

Leave a Reply

Your email address will not be published. Required fields are marked *