ନାଗମଣି ଲୋଭରେ ଘରେ ପାଳୁଥିଲେ ବିଷଧର ସାପ , ତାପରେ ଜାଣନ୍ତୁ କଣ ହେଲା ଅବସ୍ଥା :-

ଦୁନିଆରେ ଅନେକ ପ୍ରକାରର ସାପ ଅଛନ୍ତି । ସେଥିମଧ୍ୟରୁ ସବୁ ସାପ ବିଷଧର ହୋଇଥାନ୍ତି । ଏମିତି ସାପବି ଅଛି ଯାହା କାମୁଡ଼ିଲେ ମଣିଷର ବଞ୍ଚିବାର ଆଉ ଆଶା ରହେ ନାହିଁ । ସେଥିମଧ୍ୟରୁ ନାଗ ସାପ ଅନ୍ୟତମ ଯାହାକି ଖୁବ ବିଷଧର ହୋଇଥାଏ । କିନ୍ତୁ ନାଗ ସାପକୁ ନେଇ ଅନେକ ଅନ୍ଧବିଶ୍ୱାସ ମଧ୍ୟ ଆମ ଭାରତରେ ରହିଛି । ଅନେକ ପୌରାଣିକ କାହାଣୀ ଅନୁଯାୟୀ ନାଗ ସାପକୁ ଭଗବାନଙ୍କ ସଦୃଶ୍ୟ ମଧ୍ୟ ବିଶ୍ୱାସ କରାଯାଏ ।

ସୋସିଆଲ ମିଡିଆରେ ଅନେକ ଏପରି ଭିଡ଼ିଓ ଭାଇରଲ ହୋଇଥାଏ ଯାହା ସାପ ସମ୍ବନ୍ଧିତ ଅଟେ । କିନ୍ତୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏପରି ଏକ ଭିଡ଼ିଓ ବିଷୟରେ କହିବୁ ଯେଉଁଥିରେ ନାଗ ସାପକୁ ସାପ ଧରାଳି ମାନେ ନେବାକୁ ଆସିବାରୁ ଘରର ମହିଳା ଜଣକ କାନ୍ଦି ପକାଇଛନ୍ତି । ତେବେ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

https://youtu.be/YiiQIxkm8No

ତେବେ ସୂଚନା ଅନୁଯାୟୀ ଏହି ଘଟଣାଟି ଭଦ୍ରକ ଜିଲ୍ଲା ଏକ ଗାଁ ର ଅଟେ । ତେବେ ସେଠାକାର ଜଣେ ବ୍ୟକ୍ତିଙ୍କ ଘରର କାନ୍ଥ ତଳେ ଅନେକ ଦିନ ଧରି ଏକ ନାଗ ସାପ ରହିଥିବାର ସୂଚନା ଘର ଲୋକଙ୍କ ପାଖରେ ଥିଲା । କିନ୍ତୁ ଯେତେବେଳେ ଗାଁ ଲୋକଙ୍କୁ ଏ ସମ୍ବନ୍ଧୀୟ ଜଣା ପଡ଼ିଲା ସେମାନେ ସାପ ଧରାଳିଙ୍କୁ ଏ ସମ୍ବନ୍ଧରେ ସୂଚନା ଦେଲେ । କିନ୍ତୁ ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ଯେତେବେଳେ ସାପ ଧରାଳି ମାନେ ଆସି ସାପକୁ ଧରିବାକୁ ଉଦ୍ୟମ କରି ସଫଳ ହେଲେ ସେତେବେଳେ ଘରର ମହିଳା ଜଣକ ସାପ କୁ ଧରିବାକୁ ମନା କରିଛନ୍ତି ।

କିନ୍ତୁ ସାପ ଧରାଳି ଜଣକ ତାଙ୍କୁ ବୁଝାଇଛନ୍ତି ଯେ ମଣିଷ କିମ୍ବା ଅନ୍ୟ ଜୀବ ଭଳି ସାପର ବୁଝିବା ଶକ୍ତି ନାହିଁ । ତେଣୁ ଯଦି କେବେବି ସେମିତି ପରିସ୍ଥିତି ଆସେ ତେବେ ଘରର କିମ୍ବା ଗାଁ ର କୌଣସି ଲୋକ ସାପର ଶିକାର ହୋଇ ପାରନ୍ତି । ମହିଳାଙ୍କ କହିବା କଥା ଯେ ନାଗ ସାପ ତାଙ୍କ ଘରେ ଥିଲା ଭଲ ଥିଲା । କିନ୍ତୁ ସେ ଏପରି କହିବା ସମ୍ପୂର୍ଣ୍ଣ ଭୁଲ ଅଟେ । ତେଣୁ ସାପ ଧରାଳି ଜଣକ ତାଙ୍କୁ ବୁଝାଇଛନ୍ତି । ପୁଣି ନାଗ ସାପ କାମୁଡ଼ିଲେ ମଣିଷ ବଞ୍ଚିବା ଅସମ୍ଭବ ଅଟେ ।

Leave a Reply

Your email address will not be published. Required fields are marked *