ଦ୍ଵିତୀୟ ଆଙ୍ଗୁଠି ଯେଉଁ ଝିଅ ମାନଙ୍କ ବଡ଼ ହୋଇଥାଏ ସେମାନଙ୍କ ଚରିତ୍ର କିପରି ହୋଇଥାଏ ?

ଏଭଳି କିଛି ଅନୁଚିନ୍ତା ରହିଥାଏ , ଯାହାକୁ ଆମେ ଜାଣି ନଥାଉ । ଅନେକ ଜ୍ଞାନୀ ପୁରୁଷ ମାନେ ଆମକୁ ଏହି ଅନୁଚିନ୍ତା ବିଷୟରେ ଅବଗତ କରାଇଥାନ୍ତି । ଯାହାଦ୍ୱାରା ଜୀବନ ଆହୁରି ସରଳ ହୋଇଯାଏ ଏବଂ ଜୀବନର ପ୍ରତ୍ୟେକଟି ଜିନିଷ ବିଷୟରେ ଆମେ ସହଜରେ ଜାଣି ପାରିଥାଉ । ତେବେ ଆଜି ଆମେ କିଛି ଅନୁଚିନ୍ତା ବିଷୟରେ ଜାଣିବା , ଯାହାଦ୍ୱାରା ଆମେ ଆଉ କୌଣସି ଭୁଲ୍ ଜିନିଷ କରିବା ନାହିଁ । ତେବେ ଆସନ୍ତୁ ସେ ବିଷୟରେ ଜାଣିବା ।

* କହିରଖୁଛୁ ଯେ , କେବେ ମଧ୍ୟ ଅନ୍ୟ ପାଇଁ ରଖା ଯାଇଥିବା ଖାଦ୍ୟକୁ ଖାଇବା ଉଚିତ ନୁହେଁ କିମ୍ବା ପାଖରେ ଥିବା ଅନ୍ୟ କୌଣସି ପ୍ରାଣୀକୁ ଭୋକିଲା ରଖି ଖାଦ୍ୟ ଖାଇଦେବା ଉଚିତ ନୁହେଁ । ଏହା ଆପଣଙ୍କ ପାଇଁ ଅମଙ୍ଗଳ ସାବ୍ୟସ୍ତ ହୋଇଥାଏ ।

* କେବେ ମଧ୍ୟ ଭଲ ଭାବରେ ସଫା ହୋଇନଥିବା ବାସନରେ କିମ୍ବା ଭାଙ୍ଗି ଯାଇଥିବା ବସନରେ ଖାଦ୍ୟ ଖାଇବା ଉଚିତ ନୁହେଁ , ଏହାଦ୍ବାରା ଘରକୁ ଦାରିଦ୍ର୍ୟତା ଆସିଥାଏ ।

* ଏକାଡ଼ଶୀ ଦିନ କେବେ ମଧ୍ୟ ଆମିଷ ଭୋଜନ କରିବା ଉଚିତ ନୁହେଁ , ଏହା ଅମଙ୍ଗଳ ହେବା ସହ ଆପଣଙ୍କର ଅନର୍ଥର କାରଣ ହୋଇଥାଏ ।

* ଅନ୍ୟମାନଙ୍କ ସହ ଭୋଜନ କରୁଥିବା ସମୟରେ , କେବେ ମଧ୍ୟ ଅନ୍ୟ ମାନେ ନ ଖାଇସାରିବା ପୂର୍ବରୁ ଉଠିବା ଉଚିତ ନୁହେଁ , ଏହା ଅତ୍ୟନ୍ତ ଅମଙ୍ଗଳକାରୀ ସାବ୍ୟସ୍ତ ହୋଇଥାଏ ।

* ଭୋଜନ କରିସାରିବା ପରେ କେବେ ମଧ୍ୟ ସେହି ଥାଳିରେ ହାତ ଧୋଇବା ଉଚିତ ନୁହେଁ , ଏହା ଖାଦ୍ୟର ଅପମାନ କରିବା ସହ ସମାନ ହୋଇଥାଏ ।

* ବିଛଣା ଉପରେ ବସି କେବେ ମଧ୍ୟ ଭୋଜନ କରିବା ଉଚିତ ନୁହେଁ , ଏହାଦ୍ବାରା ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଥାଏ ।

* ସବୁବେଳେ ପୂର୍ବ ଦିଗ ଆଡ଼କୁ ମୁହଁ କରି ଭୋଜନ କରିବା ଉଚିତ । ଏହାଦ୍ବାରା ସ୍ୱାସ୍ଥ୍ୟ ଭଲ ରହିବା ସହ ରୋଗ ଦୂର ହୋଇଥାଏ ।

* ଦକ୍ଷିଣ ଦିଗକୁ ମୁହଁ କରି ଖାଦ୍ୟ ଖାଇବା ଉଚିତ ନୁହେଁ । ଏହାଦ୍ବାରା ଆୟୁ କମ୍ ହୋଇଥାଏ ଏବଂ ଏହା ଅଶୁଭ ସଂକେତ ହୋଇଥାଏ ।

* ଯେଉଁ ପୁରୁଷ ମାନଙ୍କ ମଥାରେ କୌଣସି ଦାଗ ରହିଥାଏ , ସେମାନଙ୍କୁ ଜୀବନରେ ସଫଳତା ପାଇବାରେ ଅନେକ କଷ୍ଟ କରିବାକୁ ପଡିଥାଏ । ଚଉଡା ମଥା ଥିବା କିମ୍ବା ଚାରି ଆଙ୍ଗୁଳିରୁ ଅଧିକ ବଡ଼ ମଥା ଥିବା ପୁରୁଷ ଭାଗ୍ୟଶାଳୀ ହୋଇଥାନ୍ତି ।

* ଯେଉଁ ପୁରୁଷ ମାନଙ୍କ ଶରୀରରୁ ଅଧିକ ଝାଳ ବାହାରିଥାଏ କିମ୍ବା ଅଧିକ ଚୁଟି ରହିଥାଏ , ସେମାନଙ୍କୁ ଜୀବନରେ ଅନେକ କଠିନତାର ସମ୍ମୁଖୀନ କରିବାକୁ ପଡ଼ିଥାଏ ।

* ପୁରୁଷ ମାନେ ପ୍ରତିଦିନ ସ୍ନାନ ପରେ ଚନ୍ଦନ ଲଗାଇବା ଉଚିତ , ଏହା ସେମାନଙ୍କ ପାଇଁ ଶୁଭ ହେବା ସହ ମଙ୍ଗଳକାରୀ ସାବ୍ୟସ୍ତ ହୋଇଥାଏ।

* ସ୍ପଷ୍ଟ ଭାବରେ କଥା କହୁଥିବା ପୁରୁଷ ମାନେ ଜୀବନରେ ଖୁବଶୀଘ୍ର ସଫଳତା ପାଇବା ସହ ଧନ ସମ୍ପତ୍ତି ପାଇଥାନ୍ତି କିନ୍ତୁ ଅନ୍ୟପକ୍ଷରେ ଧୀରେ ଧୀରେ କଥା କହୁଥିବା ପୁରୁଷ ମାନଙ୍କୁ ଜୀବନରେ ସହଜରେ ସଫଳତା ମିଳେନାହିଁ ।

* ସୁନ୍ଦର ଏବଂ କଳା ଆଖି ଥିବା ଏବଂ ଆଖି ତଳେ କୌଣସି କଳା ଦାଗ ନଥିବା ପୁରୁଷ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ।

* ଯେଉଁ ପୁରୁଷ ଏବଂ ଝିଅ ମାନଙ୍କର ପାଦର ଦ୍ଵିତୀୟ ଆଙ୍ଗୁଳି ବଡ ହୋଇଥାଏ ସେମାନେ ଭାଗ୍ୟଶାଳୀ ଏବଂ ସହନଶୀଳ ସ୍ଵଭାବର ହୋଇଥାନ୍ତି ।

* ଯେଉଁ ପୁରୁଷ ମାନେ ନିଜର ପ୍ରଶଂସା କରନ୍ତି ନାହିଁ ଏବଂ ଯାହାଙ୍କର ଅହଙ୍କାର ନଥାଏ , ସେମାନଙ୍କ ଉପରେ ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ସଦାବେଳେ ରହିଥାଏ ।

* ମହିଳା ମାନଙ୍କର ସମ୍ମାନ କରୁଥିବା ପୁରୁଷ ମାନଙ୍କ ଉପରେ ସଦା ସର୍ବଦା ଶନିଦେବଙ୍କ ଆଶୀର୍ବାଦ ରହିଥାଏ ।

* ସ୍ମିତହାସ୍ୟ ତଥା ମନ ମୋହି ନେଉଥିବା ଭଳି ହସ ଥିବା ପୁରୁଷ ମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କର କୃପା ରହିଥାଏ ।

Leave a Reply

Your email address will not be published. Required fields are marked *