ଘରେ ସ୍ୱାମୀ ଏବଂ ଦୁଇ ଝିଅଙ୍କୁ ଛାଡ଼ି ଦେଢଶୁର ସହ ଭାଇ ବୋହୂ ମାରିଲା ଛୁ :-

ବର୍ତ୍ତମାନ ସମୟରେ ସମ୍ପର୍କର ମୂଲ୍ୟ କିଛି ନାହିଁ । ଏଇ ଯେମିତି ବୋହୂ ଶ୍ୱଶୁର ସହିତ ପ୍ରେମରେ ପଡ଼ି ପଳାଇବା କିମ୍ବା ଦେଢଶୁର ଭାଇ ବୋହୂର ପ୍ରେମ । ଏମିତି ଅନେକ ଅନୈ-ତିକ ସମ୍ପର୍କ କାରଣରୁ ସମାଜ କଳୁଷିତ ହୋଇ ଯାଇଛି । ତେବେ ଏସବୁ କଥା କୌଣସି ସମ୍ପର୍କ ଯୋଡ଼ାଯିବା ପୂର୍ବରୁ ଭାବିବା ଉଚିତ । ଆଜିକାର ଲେଖାରେ ଆମେ ଏକ ଘଟଣା ବିଷୟରେ କହିବୁ ଯେଉଁଠି ଜଣେ ମହିଳା ନିଜର ସ୍ୱାମୀ ଏବଂ ଦୁଇ ଝିଅଙ୍କୁ ଛାଡ଼ି ଦେଢଶୁର ସହିତ ପଳାଇ ଯାଇଛନ୍ତି ।

ତେବେ ସୂଚନା ଅନୁଯାୟୀ ଏହି ଘଟଣା ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଭୋଗବେରେଣୀ ଗ୍ରାମପଞ୍ଚାୟତର ଖାମଣା ଗାଁର ଅଟେ । ଯେଉଁଠି ଦେଢଶୁର ସହିତ ଭାଇବୋହୂ ପଳାଇ ଥିବା ଘଟଣାପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମିଳିଥିବା ସୂଚନା ଅନୁଯାୟୀ ଗୌତମ ନାୟକର ସ୍ତ୍ରୀ ଲିପି ନାୟକ ତାଙ୍କ ଘର ପାଖରେ ଥିବା ବଡ଼ ଭାଇ ଲକ୍ଷ୍ମୀକାନ୍ତ ନାୟକଙ୍କ ସହିତ ପ୍ରେମ ସମ୍ପର୍କରେ ବାନ୍ଧି ହୋଇଥିଲେ । ଦୁହିଁଙ୍କ ପ୍ରେମ ସମ୍ପର୍କ ସମ୍ବନ୍ଧରେ ଜାଣିବା ପରେ ଗତ ୧୩ ତାରିଖ ଦିନ ଲକ୍ଷ୍ମୀକାନ୍ତ ନାୟକଙ୍କ ସ୍ତ୍ରୀ ଏବଂ ତାଙ୍କ ମା ଆସି ଗୌତମ ନାୟକଙ୍କ ସ୍ତ୍ରୀଙ୍କୁ ମା-ଡ଼ ମାରି-ଥିଲେ ।

ଏହା ଦେଖି ଗୌତମ ନାୟକଙ୍କ ଝିଅ ତାଙ୍କ ଦାଦାଙ୍କୁ ଜଣାଇବା ପରେ ସେ ଏହି ବିଷୟରେ ତାଙ୍କ ଭାଇ ଗୌତମଙ୍କୁ ଫୋନ ଯୋଗେ ଜଣାଇଥିଲେ । ଏନେଇ ଗୌତମ ନାୟକ ତାଙ୍କ ଭାଇଙ୍କୁ ଥାନାରେ ଅଭିଯୋଗ କରିବା ପାଇଁ କହିଥିଲେ । ଗୌତମଙ୍କ ଭାଇ ଯାଇ ବଅଁରପାଳ ଥାନାରେ ଅଭିଯୋଗ କରିବା ପରେ ଥାନା ବାବୁ ଲିପି ନାୟକ ଏବଂ ଲକ୍ଷ୍ମୀକାନ୍ତ ନାୟକଙ୍କୁ ଥାନାକୁ ଡକାଇ ଥିଲେ । ଥାନାକୁ ଆସି ଲେଖାପଢ଼ା କରିବା ପରେ ଲିପିଙ୍କୁ ତାଙ୍କ ଶାଶୁଘର ଯେତେ ଡାକିଲେ ମଧ୍ୟ ସେ କାହାରି କଥା ଶୁଣି ନଥିଲେ । ଶେଷରେ ଲିପିଙ୍କ ଅରାଜକତାକୁ ଦେଖି ପୋଲିସ ଲିପି ଏବଂ ଲକ୍ଷ୍ମୀକାନ୍ତଙ୍କୁ ସାଙ୍ଗରେ ରହିବାକୁ ନିଷ୍ପତ୍ତି ଶୁଣାଇ ଥିଲେ ।

କିନ୍ତୁ ପରେ ଉଭୟ ଲିପି ନିଜ ସାନ ଝିଅ ଏବଂ ଲକ୍ଷ୍ମୀକାନ୍ତଙ୍କ ସହିତ ଘରୁ ପଳାଇ ଯାଇଛନ୍ତି । କିନ୍ତୁ ଲିପିଙ୍କ ସ୍ୱାମୀଙ୍କ କହିବା କଥା ଯେ ସେ ଘରେ ନଥିବା ସମୟରେ ଲକ୍ଷ୍ମୀକାନ୍ତ ହିଁ ତାଙ୍କ ସ୍ତ୍ରୀ ଙ୍କୁ ନେଇ ପଳାଇ ଯାଇଛନ୍ତି । ଲିପିଙ୍କର ତିନି ଝିଅ । କିନ୍ତୁ ସେ ଦୁଇ ଝିଅଙ୍କୁ ଘରେ ଛାଡ଼ି ଯାଇଛନ୍ତି ଏବଂ ସାନ ଝିଅକୁ ସାଙ୍ଗରେ ନେଇ ଦେଢଶୁର ସହିତ ପଳାଇ ଯାଇଛନ୍ତି । ଏହି ଘଟଣା ବର୍ତ୍ତମାନ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏବଂ ଏପଟେ ଲିପିଙ୍କ ପରିବାର ଲକ୍ଷ୍ମୀକାନ୍ତଙ୍କ ପରିବାର ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *