ଘରକୁ ଫେରି ଆସିଲା ବୋହୂ , କିନ୍ତୁ ତଥାପି ବାହ୍ୟ ଶତ୍ରୁକୁ ଭୟ । ରାହୁଲ କହିଲେ: ମୋତେ ଡର ଲାଗୁଛି ପୋଲିସ ପ୍ରଟେକ୍ସନ ଦିଅ :-

ଯେତେ ସମସ୍ୟା ଥାଉ ପଛେ ରାହୁଲକୁ ତାର ପ୍ରକୃତ ଭଲ ପାଇବା , ନିଜ ସ୍ତ୍ରୀ ମିଳିଗଲା । ଘର ପରିବାରରେ ପୁରା ଖୁସିର ବାତାବରଣ ଖେଳିଗଲା । ସମସ୍ତେ ପରସ୍ପରକୁ ମିଠା ଖୁଆଇଲେ । ନିଜ ସ୍ତ୍ରୀକୁ ପାଖରେ ପାଇ ରାହୁଲ ଏବଂ ତାଙ୍କ ପରିବାର ଲୋକେ ବହୁତ ଖୁସି ହୋଇଛନ୍ତି । କିନ୍ତୁ ତଥାପି ସେହି ଖୁସି ମଧ୍ୟରେ ଭୟ ଲୁଚି ରହିଛି । କାଳେ ପୁଣିଥରେ ବାହାର ଶତ୍ରୁ ରାହୁଲଙ୍କ ଠାରୁ ତାଙ୍କ ହରପ୍ରିୟାକୁ ଛଡ଼ାଇ ନେବେ ? ଏହି ଭୟରେ ରାହୁଲ କହିଛନ୍ତି ” ମୋତେ ବାହାରକୁ ବାହାରିବାକୁ ଡର ଲାଗୁଛି , ମୋତେ ପୋଲିସ ପ୍ରଟେକ୍ସନ ଦରକାର । ”

ଯେହେତୁ ଦୀର୍ଘ ୬ ଦିନ ପରେ ସବୁ ଘଟଣାର ପର୍ଦାଫାସ ହେଲା ଏବଂ ଜଣା ପଡ଼ିଲା ଯେ ହରପ୍ରିୟା କାହାସହ ଯାଇନଥିଲେ ବରଂ ତାଙ୍କୁ ତାଙ୍କ ମାମୁଁ ଏବଂ ବାପଘର ଲୋକଙ୍କ ଷଡ଼-ଯନ୍ତ୍ର ଦ୍ୱାରା ତାଙ୍କୁ ଅପହରଣ କରାଯାଇଥିଲା । ଯାହା ପରେ ଜଣା ପଡ଼ିଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହା ଜଣା ପଡ଼ିନାହିଁ ଯେ ସେଦିନ ହରପ୍ରିୟାଙ୍କୁ କାରରେ କିଏ ଅପ-ହରଣ କରିଥିଲା ଏବଂ ତାଙ୍କ ମୁଁହରେ କ୍ୟାମିକଲ ଦେଇ କିଏ ଚେତାଶୂନ୍ୟ କରିଥିଲା । ହରପ୍ରିୟା ନିଜେ କିଛି ଜାଣି ନଥିବା ମଧ୍ୟ କହିଛନ୍ତି ।

ଆଉ ଏପଟେ ହରପ୍ରିୟାଙ୍କ ବାପଘର ଲୋକେ ରାହୁଲଙ୍କ ବାପା ତାଙ୍କ ଝିଅର ହତ୍ୟା କରିଥିବା କହିଥିଲେ । ତେବେ ନିଜ ଝିଅର ଯିଏ ଅପହରଣ କରି ପାରୁଛି ସେ ଆଗାମୀ ସମୟରେ ଆଉ କିଛି ନକରିବ ତାହା କିଏ କହି ପାରିବ ? ଏହାକୁ ନେଇ ରାହୁଲ ପୁରା ଗଣମାଧ୍ୟମ ସାମ୍ନାରେ ନିଜକୁ ଭୟ ଲାଗୁଥିବ କହିଛନ୍ତି ଏବଂ ତାଙ୍କୁ ପ୍ରଟେକ୍ସନର ଆବଶ୍ୟକତା ଥିବା କହିଛନ୍ତି । ଏହାବ୍ୟତୀତ ତାଙ୍କୁ ସାହାଯ୍ୟ କରିଥିବା ସବୁ ଲୋକଙ୍କ ସାହାଯ୍ୟର ଆବଶ୍ୟକତା ଥିବା କହିଛନ୍ତି ।

ହରପ୍ରିୟାଙ୍କ ଅପ-ହରଣ ସମୟରେ ରାହୁଲ ଯେପରି ପାଗଳ ଭଳି ହୋଇ ଯାଇଥିଲେ । ଯନ୍ତ୍ରଣାରେ ଛଟପଟ ହେଉଥିଲେ ଏବଂ ଖାଇବା ପିଇବା ମଧ୍ୟ ଛାଡ଼ି ଦେଇଥିଲେ । କିନ୍ତୁ ହରପ୍ରିୟା ଅଧିକ ଦିନ ନିଜ ରାହୁଲଙ୍କୁ ଛାଡ଼ି ରହି ପାରି ନଥିଲେ ଏବଂ ମଉକା ଦେଖି ତାଙ୍କୁ ନିଆଯାଇଥିବା ମନ୍ଦିର ପାଖରୁ ରାହୁଲଙ୍କୁ କଲ କରି ଡାକି ପଠାଇ ଥିଲେ । ହୁଏତ ବୋହୂକୁ ଫେରି ପାଇଛନ୍ତି କିନ୍ତୁ ଏବେ ସୁଦ୍ଧା ତାଙ୍କ ମନରେ ଭୟ ରହିଛି ଯେ ତାଙ୍କ ଚାରିପଟେ ଥିବା ଶତ୍ରୁ ପୁଣିଥରେ କିଛିବି କାଣ୍ଡ ଘଟାଇ ପାରନ୍ତି ।

Leave a Reply

Your email address will not be published. Required fields are marked *