ନବଦାସକୁ ମା-ରିବାକୁ ମେଡ଼ିସିନ ନଖାଇ ଫିଙ୍ଗି ଦେଉଥିଲା ଗୋପାଳ । ନାରକୋ ଟେଷ୍ଟରେ ଗୋପାଳ ଉଗାଳିଲା ସତ ।

ନୂଆ ବର୍ଷର ଜାନୁଆରୀ ୩୦ ଯାହାକି ଓଡ଼ିଶା ପାଇଁ ଏକ ଦୁଃ-ଖଦ ଦିନ । କାରଣ ଏହିଦିନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହ-ତ୍ୟା ହୋଇଥିଲା । ଆଉ ହ-ତ୍ୟାକା-ରୀ ଜଣେ ଏଏସଆଇ ବୋଲି ସମସ୍ତେ ଜାଣିଛନ୍ତି ଏବଂ କ୍ରୋ-ଧିତ ହେଉଛନ୍ତି । ଏଏସଆଇ ଗୋପାଳ ଯେଉଁଭଳି ଭାବରେ ନବ ଦାସଙ୍କୁ ଗୁ-ଳି କଲା ତାହା ଦେଖିବା ପରେ ସମସ୍ତେ ତାଜୁବ ହୋଇ ଯାଇଥିଲେ ଏବଂ କିଛି ବୁଝିବା ଆଗରୁ ର-କ୍ତାକ୍ତ ନବ ଦାସ ତଳେ ପଡ଼ି ଯାଇଥିଲେ । ପୁଣି ବେଶୀ ଆଶ୍ଚର୍ଯ୍ୟ ହୋଇଥିଲେ ସେତେବେଳେ , ଯେତେବେଳେ ଜଣେ ସୁର-କ୍ଷା ଦେଉଥିବା ଲୋକ ହିଁ ଜୀବନ ନେଇଗଲା । ଆଖି ପିଛୁଳାକେ ପୁରା ବାତାବରଣ ବଦଳି ଯାଇଥିଲା ।

ତେବେ ସେହି ଘ-ଟଣା ପରେ ନବ ଦାସଙ୍କ ମୃ-ତ୍ୟୁ ହୋଇଥିଲା । ନବଦାସଙ୍କ ହ-ତ୍ୟା ମାମ-ଲା ସିଧାସଳଖ କ୍ରାଇମବ୍ରାଞ୍ଚ ହାତକୁ ଗଲା । ଆଉ ବର୍ତ୍ତମାନ ସୁଦ୍ଧାବି କ୍ରାଇମବ୍ରାଞ୍ଚ ଅଭି-ଯୁକ୍ତ ଗୋପାଳକୁ ପଚ-ରା ଉ-ଚୁରା ଜାରି ରଖିଛି । ତେବେ ଆପଣ ମାନେ ବି ଘ-ଟଣା ଘ-ଟିବାର ପରଠାରୁ ହିଁ ଶୁଣିବାକୁ ପାଉଥିବେ ଯେ ଗୋପାଳର କୁଆଡ଼େ ମୁଣ୍ଡ ଖରାପ ଥିଲା ଏବଂ ସେ ମେଡ଼ିସିନ ନେଇ ଆସୁଥିଲା । ଆଉ ଏହି କଥାର ପ-ର୍ଦାଫା-ସ ମଧ୍ୟ ହୋଇ ସାରିଛି ଯେ ଗୋପାଳର ବାସ୍ତବରେ ହିଁ ମାନସିକ ବିକୃତି ଥିଲା ।

କ୍ରାଇମବ୍ରାଞ୍ଚ ଦ୍ୱାରା ହୋଇଥିବା ନାରକୋଟେଷ୍ଟରେ ଗୋପାଳ ଠିକ ଏହି କଥା ହିଁ କହିଛି । ଗୋପାଳକୁ ଯେତେବେଳେ କ୍ରାଇମବ୍ରାଞ୍ଚ ଏହା ପଚାରିଥିଲା ଯେ , କଣ ତାଙ୍କର ମାନସିକ ବିକୃତି ଅଛି ? ଏବଂ କଣ ଡେ ମେଡ଼ିସିନ ଖାଉଥିଲେ ? ଏହାର ଉତ୍ତର ଦେଇ ଗୋପାଳ ହଁ ଭରିଛି । ଗୋପାଳ କହିଛି ଯେ ତାର ମୁଣ୍ଡ ଖରାପ କାରଣରୁ ସେ ମେଡ଼ିସିନ ନେଉଥିଲା । ମାତ୍ର ଯେତେବେଳେ ନବ ଦାସଙ୍କୁ ମା-ରିବାକୁ ମନସ୍ଥ କଲା ସେତେବେଳେ ଘରଲୋକ ଖାଇବାକୁ ଦେଉଥିବା ମେଡ଼ିସିନ ସେ ଫିଙ୍ଗି ଦେଉଥିଲା । ଯାହାଦ୍ୱାରା ତାର କ୍ରୋ-ଧ ବଢ଼ିବ । ଗୋପାଳ କହିଛି ଯେ , ଯଦି ସେ ମେଡ଼ିସିନ ଖାଇଥାନ୍ତା ତେବେ କ୍ରୋ-ଧ ନିୟନ୍ତ୍ରଣକୁ ଆସି ଯାଇଥାନ୍ତା ।

ଯାହା ସେ ଚାହୁଁ ନଥିଲା । ଏବଂ ଶେଷରେ ରା-ଗର ଚରମ ସୀମାରେ ଯେତେବେଳେ ନବ ଦାସଙ୍କୁ ଦେଖଲା ସେତେବେଳେ ହ-ତ୍ୟା କରିଥିଲା ଗୋପାଳ । ତେବେ କୁହାଯାଉଛି ଯେ ଗୋପାଳ ଏହାବ୍ୟତୀତ ଅନେକ କଥା ମଧ୍ୟ କହିଛି । ବର୍ତ୍ତମାନ ଗୋପାଳର ନାର୍କୋଟେଷ୍ଟ ସରିଛି ଏବଂ ତାକୁ ଓଡ଼ିଶାକୁ ଅଣା ଯାଉଛି । ଗୋପାଳ କହିଛି ଯେ ତାକୁ କୁଆଡ଼େ ବ୍ରଜନଗର ସବଜେଲରେ ରହିବାକୁ ଭ-ୟ ରହିଛି । ଯେଉଁ କାରଣରୁ ତାଙ୍କୁ ଚୌଦ୍ୱାର ଜେ-ଲକୁ ଟ୍ରାନ୍ସଫର କରାଯିବ ବୋଲି ସୂଚନା ମିଳୁଛି ।

Leave a Reply

Your email address will not be published. Required fields are marked *