ଇଞ୍ଜିନିୟର କଲେ କମାଲ , ତିଆରି କଲେ ଏପରି ଏକ ଗାଡ଼ି , ଯାହାର ରୀମୋଟ ଚିପିଲେ ପାଲଟି ଯିବ ଦୋକାନ

ଲୋକଙ୍କ ମଧ୍ୟରେ ଅନେକ ଜ୍ଞାନ କୌଶଳ ରହିଥାଏ , ଆଉ କୌଶଳ ସାହାଯ୍ୟରେ ସେମାନେ ଏପରି ଅନେକ ଜିନିଷ ତିଆରି କରିଥାନ୍ତି , ଯାହାକୁ ଦେଖିବା ପରେ ଲୋକେ ବାଃ ବାଃ କରିଥାନ୍ତି । ତେବେ ଆପଣ ସମସ୍ତେ ଜାଣିଥିବେ କି , ଇଞ୍ଜିନିୟର ମାନେ ଅନେକ ଜିନିଷ ତିଆରି କରିଥାନ୍ତି , ଯାହା ଲୋକଙ୍କୁ ଆକର୍ଷିତ କରିଥାଏ ଆଉ ସେମାନଙ୍କ ମନ ମୋହି ନେଇଥାଏ ।

ତେବେ ଯେତେ ଯୁଗ ଆଗକୁ ବଢି ବଢ଼ି ଚାଲିଛି । ଲୋକଙ୍କ ମନରେ ଆଉ ମଧ୍ୟରେ ଜ୍ଞାନ ସେତେ ଅଧିକ ବଢ଼ି ବଢ଼ି ଚାଲିଛି ଆଉ ଯାହା ମାଧ୍ୟମରେ ସେମାନେ ଅନେକ ଭଲ ଭଲ ଜିନିଷ ତିଆରି କରି ପାରୁଛନ୍ତି । ତେବେ ଏପରି ଜ୍ଞାନ ସମସ୍ତଙ୍କ ମଧ୍ୟରେ ନଥାଏ । ଆଉ କିଛି ଲୋକଙ୍କ ମଧ୍ୟରେ ରହିଥାଏ , ଯେଉଁ ମାନେ ଏହାକୁ ଉପଯୋଗ କରନ୍ତି ନାହିଁ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଜିନିଷ ବିଷୟରେ କହିବାକୁ ଯାଉଛୁ ।

ଯାହା ବିଷୟରେ ଶୁଣିବା ପରେ ଆପଣ ବି ହୋଇଯିବେ ଅବାକ୍ । ତେବେ ଘଟଣାଟି ବାହାର ଦେଶର ନୁହେଁ ବରଂ ଆମ ଓଡ଼ିଶାର ଅଟେ । ଜଣେ ଇଞ୍ଜିନିୟର ତିଆରି କରି ଦେଖାଇଛନ୍ତି ଏପରି ଗାଡ଼ି , ଯାହା ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ନିଜ ଜ୍ଞାନ ଏବଂ କୌଶଳ ପ୍ରୟୋଗ କରି ସେ ତିଆରି କରିଛନ୍ତି ଏକ ଗାଡ଼ି , ଯାହାର ରୀମୋଟ ଚିପି ଦେଲା ପରେ , ତାହା ପାଲଟି ଯିବ ଏକ ଦୋକାନ। ଆଉ ଏହି ଗାଡ଼ିକୁ ଆପଣ ସମସ୍ତ କାମରେ ବ୍ୟବହାର କରିପାରିବେ । କେବଳ ଦୋକାନ ପାଇଁ ନୁହେଁ , ବରଂ ଫୁଡ୍ ଷ୍ଟଲ ଏବଂ ମେଡିସିନ ଦୋକାନ ହିସାବରେ ମଧ୍ୟ ବ୍ୟବହାର କରିପାରିବେ । ତେବେ ଏପରି ଏକ ଚମତ୍କାର କରି ଦେଖାଇଛନ୍ତି ଜଣେ ଇଞ୍ଜିନିୟର ଆଉ ନାମଟି ତାଙ୍କର ଶକ୍ତି ।

ନିଜ ଜ୍ଞାନ କୌଶଳ ଦ୍ଵାରା ସେ ଏକ ଗାଡ଼ି ନିଜେ ତିଆରି କରିଛନ୍ତି । ଯାହାର ଗୋଟିଏ ରୀମୋଟ ଚିପି ଦେଲେ , ତାହା ସାଙ୍ଗେ ସାଙ୍ଗେ ଏକ ଦୋକାନ ପାଲଟି ଯିବ । ଆଉ ସେ ଦୋକାନ ଖୋଲି ମଧ୍ୟ ଦେଖାଇଛନ୍ତି । ସେ କହିଛନ୍ତି କି , ରାସ୍ତା ଘାଟ ଏବଂ ଚାରିଆଡ଼େ ଆପଣ ସହଜରେ ଏହି ଗାଡ଼ି ଚଳାଇ ପାରିବେ । ପରିବେଶ ପ୍ରଦୂଷଣ ରେ ମଧ୍ୟ ଏହା ବହୁତ ଦୂରରେ ।

ତେବେ ଏହି ଗାଡ଼ିକୁ ଦେଖିବା ପରେ କେହି ବି ଭାବିବେ ନାହିଁ କି ତାହା ଏକ ଦୋକାନ ପାଲଟି ଯିବ । କିନ୍ତୁ ଆଜ୍ଞା ହଁ ଏହି ଗାଡ଼ି ସବୁଠାରୁ ନିଆରା ଗାଡ଼ି ହୋଇ ଯାଇଛି । କାହିଁକି ନା ବିଶ୍ୱରେ ଏପରି ଗାଡ଼ି ଆଦୌ ନାହିଁ । ଏହି ଗାଡ଼ି ଶକ୍ତି ତିଆରି କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଆଉ ଲୋକଲୋଚନକୁ ଆସି ଯାଇଛନ୍ତି । ସେ ଏହି ଗାଡ଼ି ପାଇ। ଅନେକ କଷ୍ଟ କରିଥିବା କଥା ମଧ୍ୟ କହିଛନ୍ତି ।

ଯେଉଁ ସ୍ବପ୍ନ ସେ ଦେଖି ଥିଲେ , ଶେଷରେ ସେହି ସ୍ବପ୍ନ ପୂରଣ କରିଛନ୍ତି ବୋଲି କହିଛନ୍ତି । ଆଗକୁ ମଧ୍ୟ ଏହା ପଛରେ ଅନେକ କାମ କରିବେ ବୋଲି କହିଛନ୍ତି । ଗାଡ଼ିର ରିମୋଟ ଚିପିବା ପରେ ଗାଡ଼ି ଖୋଲା ହୋଇଯିବ ଆଉ ତାହା ପରେ ଦୋକାନ ମଧ୍ୟ ଖୋଲି ହୋଇଯିବ । ଆଉ ଧିରେ ଧିରେ ପାହାଚ ମଧ୍ୟ ଖୋଲା ହୋଇଯିବ ।

ଯାହା ପରେ ଆପଣ ସହଜରେ ଦୋକାନ ଉପରକୁ ଉଠି ନିଜର ସମସ୍ତ ଜିନିଷ କିଣି ପାରିବେ । ତେବେ ଏହି ଗାଡିକୁ ଆପଣ ସବୁଠାରେ ଚଳାଇ ପାରିବେ ଆଉ ସବୁ ସ୍ଥାନରେ ନେଇ ରଖିପାରିବେ ବୋଲି କହିଛନ୍ତି । ନିଜ ଜୀବନର ସବୁଠାରୁ ବଡ ସଫଳତା ସେ ହାସଲ କରିଛନ୍ତି ବୋଲି କହିଛନ୍ତି । ତେବେ ଦେଖାଯାଉ , ଆଗକୁ ଶକ୍ତିଙ୍କର ଏହି ପରିଶ୍ରମ ତାଙ୍କୁ କେତେ ପରିଚୟ ଦେଉଛି ।

Leave a Reply

Your email address will not be published. Required fields are marked *