ଧନୀ ଲୋକଙ୍କ ସହ ଗୋଟେ ରାତି ଶୋଇବାକୁ କେତେ ନାଉଥିଲେ ଅର୍ଚ୍ଚନା ନାଗ….?

ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନ ସେକ୍ସ ରାକେଟ ଜୋରରେ ଚାଲିଛି। ପୋଲିସ ତା’ର ଆପ୍ରାଣ ଉଦ୍ୟମ ଲଗେଇ ଏହାକୁ ରୋକିବାକୁ ଚେଷ୍ଟା କରିଥିବା ବେଳେ ବର୍ତ୍ତମାନ ଖବର ଅନୁସାରେ ପୋଲିସ ଜାଲରେ ସେକ୍ସ ରାକେଟ ଚଳାଉଥିବା ଉଭୟ ସ୍ୱାମୀ ଓ ସ୍ତ୍ରୀ ଧରା ପଡିଛନ୍ତି। ତେବେ ଘଟଣାସ୍ଥଳରୁ ସ୍ୱାମୀ ଫେରାର ଥିବା ବେଳେ ସ୍ତ୍ରୀ ପୋଲିସ ଜାଲରେ ଧରା ପଡିଛି। ତେବେ ବଡ଼ ବଡ଼ ଲୋକଙ୍କ ସହ ଶାରୀରିକ ସମ୍ପର୍କ ରଖି ବ୍ଲାକମେଲ କରି ଅଜସ୍ର ଟଙ୍କା ଲୁଟୁଥିଲେ।

ଆଜ୍ଞା ହଁ, ରାଜଧାନୀରେ ହାଇପ୍ରୋଫାଇଲ ସେକ୍ସ ରାକେଟ ଚଳାଉଥିବା ମୁଖ୍ୟ କାର୍ପଟଦାର ଅର୍ଚ୍ଚନା ନାଗଙ୍କୁ ପୋଲିସ ଶୁକ୍ରବାର ଦିନ ଧରିଛି। ତେବେ ସ୍ତ୍ରୀକୁ ଗିରଫ କରିବା ପରେ ସ୍ବାମୀ ଫେରାର ଅଛି। ମିଳିଥିବା ସୂଚନା ଅନୁସାରେ ଅର୍ଚ୍ଚନାଙ୍କ ଗୋଟେ ପରେ ଗୋଟେ ଗୁମର ଫିଟିବାରେ ଲାଗିଛି। ସେ ଆଉ ତାଙ୍କ ସ୍ୱାମୀ କିପରି ବଡ଼ ଘରର ଲୋକଙ୍କୁ ଜାଲରେ ଫସାଉ ଥିଲେ ସେ ବିଷୟରେ ମଧ୍ୟ କହିଛନ୍ତି। କେବଳ ସେତିକି ନୁହେଁ ସେ ୨୦ ଜଣ ଯୁବତୀଙ୍କୁ ନେଇ ସେକ୍ସ କାରବାର କରୁଥିଲେ। ଯେଉଁ ପାର୍ଟି ଅଧିକ ଟଙ୍କା ଦେଉଥିଲା ସେ ନିଜେ ଆସୁଥିଲେ।

ତେବେ ପୋଲିସ ଅର୍ଚ୍ଚନାଙ୍କୁ ଗିରଫ କରିବା ପରେ ସବୁ ଜିନିଷ ଯାଞ୍ଚ କରିଥିଲା। ତେବେ ଅର୍ଚ୍ଚନା ବ୍ୟବହାର କରୁଥିବା ଇ-ମେଲ ଆଇଡିରୁ ଅନେକ ସୁରାଖ ମିଳିଛି। ଅର୍ଚ୍ଚନାଙ୍କ ଇମେଲରୁ ୬୪ଟି ଫଟୋ ମିଳିଛି। ସେଥିରେ ଅନେକ ନେତା ମନ୍ତ୍ରୀ, ପ୍ରଶାସନୀକ ଅଧିକାରୀ, ପୋଲିସ ସହ ରାଜ୍ୟର ଦୁଇଟି ରାଜ ପରିବାରର ସଦସ୍ୟଙ୍କ ଫଟୋ ରହିଛି। ତେବେ ସେମାନେ ଅର୍ଚ୍ଚନାଙ୍କ ସହ ଅସଞ୍ଜତ ଅବସ୍ଥାରେ ଥିବାର ଦେଖିବାକୁ ମିଳିଛି। କେବଳ ଅର୍ଚ୍ଚନା ନୁହେଁ ତାଙ୍କ ସହ ଆହୁରି ଯୁବତୀ ମଧ୍ୟ କାମ କରୁଛନ୍ତି।

ପୋଲିସର ତଦନ୍ତ ବେଳେ ଜଣାପଡିଛି ଯେ, ଅର୍ଚ୍ଚନା ପ୍ରାୟ ୨୦ ଜଣ ଯୁବତୀଙ୍କୁ ନେଇ ହାଇପ୍ରୋଫାଇଲ ସେକ୍ସ ରାକେଟ ଚଳାଉଥିଲେ। ସେ ନିଜ ସ୍ୱାମୀ ସହ ମିଶି ଫାର୍ମ ହାଉସକୁ ସେକ୍ସର ଅଡା କରିଥିଲେ। ଅର୍ଚ୍ଚନା ସବୁବେଳେ ଧନୀ ଶ୍ରେଣୀର ଗ୍ରାହକ ଖୋଜୁଥିଲେ। ସେ ଜଣେ ଗ୍ରାହକଙ୍କ ଠାରୁ ଅତି କମରେ ୫୦୦୦୦ ଟଙ୍କା ଚାର୍ଜ କରୁଥିଲେ। ପୋଲିସକୁ ତଦନ୍ତ ଅନୁସାରେ, ରୂପଜୀବୀଙ୍କ ମଧ୍ୟରେ ଅନେକ ଶିକ୍ଷିତ ଓ ନାମିଦାମୀ ଘରର ଯୁବତୀ ଅଛନ୍ତି। ଅର୍ଚ୍ଚନା ସେମାନଙ୍କୁ ଏକ ଅଫର ଦେଉଥିଲେ। ଗ୍ରାହକଙ୍କୁ ସେବା ଯୋଗାଇବା ସମୟର ଫଟୋ ଓ ଭିଡିଓ ସଂଗ୍ରହ କଲେ ଅଧିକ ଟଙ୍କା ଦେବାକୁ ପ୍ରଲୋଭନ ଦେଖାଉଥିଲେ।

ତେବେ ଉକ୍ତ ଫୋଟ ଓ ଭୁଡ଼ିଓକୁ ରଖି ବ୍ଲାକମେଲ କରିବା ଆରମ୍ଭ କରି ଦେଉଥିଲେ। ରାଜ ପରିବାରର ଜଣେ ସଦସ୍ୟଙ୍କୁ ବ୍ଲାକମେଲ କରି ଅର୍ଚ୍ଚନା ପ୍ରାୟ କୋଟିଏ ଟଙ୍କା ଲୁଟିଥିବା ଜଣା ପଡ଼ିଛି। ତେବେ ଏହି ପାପ ଟଙ୍କାରେ ସ୍ୱାମୀ ଓ ସ୍ତ୍ରୀ ବେଶ ଅୟସ ଆରାମରେ ଜୀବନ କଟୁଥିଲେ। ୨୦ କୋଟି ଟଙ୍କାର ଏକ ବଙ୍ଗଳା ଥିବା ଜଣା ପଡ଼ିଛି। କେବଳ ସେତିକି ନୁହେଁ ୩ ଲକ୍ଷ ଟଙ୍କାର ଦୁଇଟି ଚଢ଼େଇ ଓ ୪ ଲକ୍ଷ ଟଙ୍କା ମୁଲ୍ୟର ବିଦେଶୀ କୁକୁର ରଖିଥିଲେ।

ବିଶେଷ କଥା ହେଉଛି ପୋଲିସ ପାଖରେ ସମସ୍ତ ପ୍ରମାଣ ଥିବା ସତ୍ତ୍ୱେ କୌଣସି ଆକ୍ସନ ଏ ପର୍ଯ୍ୟନ୍ତ ନେଇ ନାହିଁ। ତେବେ ଏହି ମାମଲାରେ ଆହୁରି ଅନେକ ବଡ଼ ବଡ଼ ନେତା ମନ୍ତ୍ରୀଙ୍କ ଲିଙ୍କ ଥିବା ସନ୍ଦେହ କରାଯାଉଛି। କାରଣ ଅର୍ଚ୍ଚନା ଗିରଫ ହେବାର ଦୁଇ ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ ଏପର୍ଯ୍ୟନ୍ତ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେଇ ନାହିଁ। ସେଥିପାଇଁ ମାମଲା ଚପାଇ ଦେବାକୁ ଭିତରୁ ଚାପ ପଡୁଥିବା ନେଇ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *