ଗୋଟିଏ ଲାଇକ ପାଇଁ ସଲମାନ ଖାନଙ୍କୁ ଭିକ ମାଗିଥିଲେ ଅନୁଭବ ମହାନ୍ତି , ବର୍ଷାଙ୍କର ରହିଛନ୍ତି ଅଧିକ ପ୍ରଶଂସକ।

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆ ହିଁ ସବୁକିଛି ପାଲଟିଯାଇଛି । ଲୋକମାନେ ନିଜର ସମସ୍ତ ତଥ୍ୟକୁ ଏଥିରେ ସେୟାର କରୁଛନ୍ତି । ବର୍ତ୍ତମାନ ଲୋକମାନେ ତାଙ୍କର ସମସ୍ତ ଗୋପନୀୟ ତଥ୍ୟକୁ ମଧ୍ୟ ଏଥିରେ ସେୟାର କରିଦେଉଛନ୍ତି । ସକାଳେ ଉଠିବା ଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ନିଜର ସମସ୍ତ କାର୍ଯ୍ୟକୁ ସେମାନେ ସୋସିଆଲ ମିଡିଆରେ ଅପଲୋଡ କରିଦେଉଛନ୍ତି । ଆଉ ଲୋକମାନେ ମଧ୍ୟ ଏହାକୁ ଦେଖିବା ପାଇଁ ବହୁତ ପସନ୍ଦ କରୁଛନ୍ତି । ଆଉ ସେ ସବୁରେ ମଜା ନେଉଛନ୍ତି । ଏହି ସୋସିଆଲ ମିଡିଆ ହିଁ ଅନେକ ଲୋକଙ୍କର ଭାଗ୍ୟ ବଦଳାଇ ଦେଉଛି । ଲୋକେ ରାତାରାତି ଏହା ମାଧ୍ୟମରେ ବଡ଼ ଲୋକ ହୋଇ ଯାଉଛନ୍ତି ।

ଅନେକ ବଡ଼ ବଡ଼ ସେଲିବ୍ରିଟି ମଧ୍ୟ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଥାନ୍ତି । ଆଉ ସେଥିରେ ନିଜର ଦୈନନ୍ଦିନ ଜୀବନକୁ ସେୟାର କରିଥାନ୍ତି । ତେବେ ଲୋକମାନେ ମଧ୍ୟ ସେମାନଙ୍କ ଠାରୁ ବହୁତ କଥା ଶିଖିଥାନ୍ତି ଆଉ ନିଜ ଜୀବନରେ ବିନିଯୋଗ କରିଥାନ୍ତି । ଲୋକେ ଏହି ସୋସିଆଲ ମିଡିଆରେ ପରସ୍ପର ସହ ପ୍ରତିଯୋଗିତା ମଧ୍ୟ କରିଥାନ୍ତି । ଗୋଟିଏ ଲାଇକ , ସେୟାର ପାଇବା ପାଇଁ ଲୋକେ କଣ କଣ ନ କରୁଛନ୍ତି । ଆଉ ନିଜର ପ୍ରତିଦ୍ୱନ୍ଦୀ ପାଲଟି ଯାଉଛନ୍ତି ।

ତେବେ ଆପଣ ମାନଙ୍କୁ ଏ ସବୁ କଥା କହିବାର କାରଣ ହେଉଛି , ବର୍ତ୍ତମାନ ସମୟରେ ବହୁଳ ଭାବରେ ଅନୁଭବ ଏବଂ ବର୍ଷାଙ୍କର ଘରୋଇ ବିବାଦ ଲାଗିରହିଛି । ଅନେକ ସମୟରେ ସେମାନେ କୋର୍ଟ କଚେରୀର ଦ୍ୱାରସ୍ଥ ହେଉଛନ୍ତି । ଆଉ ପରସ୍ପରର ପ୍ରତିଦ୍ୱନ୍ଦୀ ମଧ୍ୟ ପାଲଟି ଯାଇଛନ୍ତି । ତେବେ ଅନୁଭବ ଏବଂ ବର୍ଷା ବାସ୍ତବ ଜୀବନରେ ଯେପରି ନିଜର ପ୍ରତିଦ୍ୱନ୍ଦୀ ପାଲଟିଛନ୍ତି , ସୋସିଆଲ ମିଡିଆରେ ମଧ୍ୟ ସେପରି ପ୍ରତିଦ୍ୱନ୍ଦୀ ପାଲଟି ଯାଇଛନ୍ତି ।

ନିକଟରେ ଅନୁଭବ ମହାନ୍ତି ଗୋଟିଏ ଲାଇକ ପାଇଁ ସଲମାନ ଖାନଙ୍କୁ ଅନୁରୋଧ କରିଥିଲେ । ଆଉ ଏହି ଲାଇକ ପାଇଁ ଭିକ ମାଗିବା ତାଙ୍କୁ ଜଣେ ସାଂସଦ ହିସାବରେ ନିନ୍ଦିତ କରି ଦେଇଥିଲା । ତେବେ ଏହାର ପ୍ରତିକ୍ରିୟାରେ ସେ କହିଥିଲେ ଯେ , ସେ ସଲମାନ ଖାନଙ୍କର ଜଣେ ବହୁତ ବଡ଼ ପ୍ରଶଂସକ ଅଟନ୍ତି , ସେଥିପାଇଁ ସେ ଲାଇକ ପାଇଁ ଭିକ ମାଗିଥିଲେ । ଆଉ ଏଥିପାଇଁ ସେ ବିବାଦକୁ ମଧ୍ୟ ଚାଲି ଯାଇଥିଲେ । ସୋସିଆଲ ମିଡ଼ିଆରେ ଲାଇକ , କମେଣ୍ଟ , ସେୟାରର ଖେଳ ଚାଲିଥିବା ବେଳେ ଏଠାରେ ମଧ୍ୟ ନିଜ ସ୍ତ୍ରୀ ଠାରୁ ବହୁତ ପଛରେ ଅଛନ୍ତି ଅନୁଭବ ମହାନ୍ତି ।

ଉଭୟଙ୍କର ପ୍ରଶଂସକ ମାନଙ୍କର ସଂଖ୍ୟା କମ୍ ନୁହେଁ । କିନ୍ତୁ ଆମେ ଯଦି ଦୁଇ ଜଣଙ୍କୁ ତୁଳନା କରିବା , ତେବେ ବର୍ଷାଙ୍କ ଠାରୁ ଅନୁଭବଙ୍କର ପ୍ରଶଂସକ ସଂଖ୍ୟା ବହୁତ କମ ଅଟେ । ତେବେ ଦୁହିଁଙ୍କ ମଧ୍ୟରେ କଡା ପ୍ରତିଦ୍ବନ୍ଦିତା ରହିଛି , କାହିଁକି ନା ଜଣେ ସ୍ୱାମୀ ଆଉ ଜଣେ ସ୍ତ୍ରୀ । ସ୍ୱାମୀ ହିସାବରେ ସେ ଜଣେ ରାଜନେତା ମଧ୍ୟ ଅଟନ୍ତି । ତେବେ ଯଦି ଅନୁଭବଙ୍କର ଇନଷ୍ଟାଗ୍ରାମ ପେଜ ଉପରେ ନଜର ପକାଇଲେ ଜାଣିପାରିବା କି ଅନୁଭବ ୫୯୦ଟି ପୋଷ୍ଟ ଏପର୍ଯ୍ୟନ୍ତ କରିଛନ୍ତି ଏବଂ ତାଙ୍କୁ ୧୯୮ ହଜାର ଲୋକ ଫୋଲୋ କରୁଛନ୍ତି । ଆଉ ସେ ୧୩ ଜଣଙ୍କୁ ଫୋଲୋ କରୁଛନ୍ତି ।

ଅନ୍ୟପକ୍ଷରେ ବର୍ଷା ପ୍ରିୟଦର୍ଶିନୀ ୧୬୧୪ଟି ପୋଷ୍ଟ କରିଥିବା ବେଳେ ୮୭୪ ହଜାର ଲୋକ ତାଙ୍କୁ ଫୋଲୋ କରୁଛନ୍ତି ଏବଂ ସେ ମାତ୍ର ୬ ଜଣଙ୍କୁ ଫୋଲୋ କରୁଛନ୍ତି । ଆଉ ଯଦି ଅନୁଭବଙ୍କର ଭେରିଫାଏଡ଼ ଫେସବୁକ ପେଜ ଉପରେ ନଜର ପକାଇବା , ତେବେ ତାଙ୍କୁ ୨୪୩ ହଜାର ଲୋକ ଫୋଲୋ କରୁଛନ୍ତି । ଆଉ ଅନ୍ୟପଟେ ବର୍ଷାଙ୍କୁ ୭୬୦ ହଜାର ଲୋକ ଫୋଲୋ କରୁଛନ୍ତି । କିନ୍ତୁ ଯଦି ଟ୍ୱିଟର ଉପରେ ନଜର ପକାଇବା ତେବେ ବର୍ଷା ଅନୁଭବଙ୍କ ଠାରୁ ଟିକିଏ ପଛରେ ରହିଛନ୍ତି । ବର୍ଷା ୩ ଜଣଙ୍କୁ ଫୋଲୋ କରୁଥିବା ବେଳେ ଅନୁଭବ ୮୪୩ ଜଣଙ୍କୁ ଫୋଲୋ କରୁଛନ୍ତି। ଆଉ ତାଙ୍କର ଫୋଲୋଅର ୮୭ ହଜାର ୩୦୦ ଅଟନ୍ତି ।

ତେବେ ଯଦି ସ୍ୱାମୀ , ସ୍ତ୍ରୀଙ୍କର ଲୋକପ୍ରିୟତା ବିଷୟରେ କହିବା , ତେବେ ବର୍ଷା ଅଧିକ ଲୋକପ୍ରିୟତା ହାସଲ କରିଛନ୍ତି ।ଗୋଟିଏ ଲାଇକ କିମ୍ବା କମେଣ୍ଟ ପାଇଁ ବର୍ଷା କେବେ କାହା ଆଗରେ ହାତ ଦେଖାଇ ନାହାଁନ୍ତି । ଆପେ ଆପେ ତାଙ୍କୁ ଲାଇକ ମିଳିଯାଇଥାଏ । ଅନ୍ୟପଟେ ଗୋଟିଏ ଲାଇକ ପାଇଁ ଅନୁଭବ ସଲମାନ ଖାନଙ୍କ ଆଗରେ ହାତ ଦେଖାଇ ଅପଦସ୍ତ ହୋଇଛନ୍ତି । ତେବେ ସ୍ୱାମୀ ସ୍ତ୍ରୀଙ୍କର ଏହି ସୋସିଆଲ ମିଡିଆ ଯୁଦ୍ଧରେ ସ୍ତ୍ରୀ ଯେ ସ୍ୱାମୀଙ୍କ ଠାରୁ ଆଗରେ ଅଛନ୍ତି , ଏଥିରେ କୌଣସି ସନ୍ଦେହ ନାହିଁ ।

Leave a Reply

Your email address will not be published. Required fields are marked *