ଡାକ୍ତର ମୃତ ଘୋଷଣା କରି ଦେଇଥିଲେ, ଛାତି ଉପରେ ହାତ ରଖି କାନ୍ଦିବାକୁ ଲାଗିଲେ ସ୍ବାମୀ, ହଠାତ ଚାଲିବାକୁ ଲାଗିଲା ସ୍ପନ୍ଦନ…

ସ୍ତ୍ରୀଙ୍କର ଦୁର୍ଘ-ଟଣା ହୋଇ ଯାଇଥିଲା। ସ୍ବାମୀ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର କହିଥିଲେ ମହିଳା ଜଣଙ୍କ ମରି ଯାଇଛନ୍ତି। ସ୍ବାମୀ ଏହି ଖବରକୁ ନେଇ ଦୁଃଖୀ ହୋଇ ଯାଇଥିଲେ। ବହୁତ କାନ୍ଦିଥିଲେ। ପୁଣି ସେ ସ୍ତ୍ରୀଙ୍କୁ ଅନ୍ତିମ ବିଦାୟ ଦେବାପାଇଁ ତାଙ୍କ ଛାତି ଉପରେ ହାତ ରଖିଥିଲେ। ସେହି ସମୟରେ ଚମତ୍କାର ହୋଇଥିଲା ଏବଂ ସ୍ତ୍ରୀଙ୍କ ନିଃଶ୍ବାସ ଚାଲିବାକୁ ଲାଗିଥିଲା। ତାଙ୍କୁ ସ୍ତ୍ରୀଙ୍କ ସ୍ପନ୍ଦନ ସ୍ପଷ୍ଟ ଭାବରେ ଅନୁଭବ ହେବାକୁ ଲାଗିଥିଲା। ଏହି ପୂରା ଘଟଣା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିବେ, କିନ୍ତୁ ଏହା ସତ ଅଟେ। ଚାଲନ୍ତୁ ଏହା ବିଷୟରେ ଅଳ୍ପ ଟିକେ ବିସ୍ତାର ଭାବରେ ଜାଣିବା।

ଡାକ୍ତର କରିଥିଲେ ମୃତ ଘୋଷିତ, ପୁଣି ଚାଲିବାକୁ ଲାଗିଲା ନିଃଶ୍ବାସ

ବାସ୍ତବରେ ମଧ୍ୟ ପ୍ରଦେଶର ଗ୍ବାଲିୟର ସହରରୁ ଡାକ୍ତରଙ୍କର ବଡ଼ ଅଣଦେଖା ସାମ୍ନାକୁ ଆସିଛି। ଏଠାରେ ଜୟାରୋଗ୍ୟ ଡାକ୍ତରଖାନାରେ ଡାକ୍ତର ଜଣେ ଜୀବନ୍ତ ମହିଳାଙ୍କୁ ମୃତ ଘୋଷିତ କରି ଦେଇଛନ୍ତି। ଏହାପରେ ସେ ପରିବାର ଲୋକଙ୍କୁ ଶବକୁ ପୋଷ୍ଟ-ମର୍ଟମ ହାଉସକୁ ନେଇ ଯିବାପାଇଁ କହିଛନ୍ତି। ପରିବାର ଲୋକେ ଡାକ୍ତରଙ୍କ କଥାକୁ ମାନି ଶବକୁ ପୀଏମ ହାଉସକୁ ନେଇ ଯାଇଥିଲେ। ଏଠାରେ ସ୍ବାମୀ ନିରପତ ସିଂହ ରାଜପୁତ ଯେତେବେଳେ ନିଜ ସ୍ତ୍ରୀଙ୍କ ଛାତି ଉପରେ ହାତ ରଖିଥିଲେ ତ ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସ୍ତ୍ରୀଙ୍କ ସ୍ପନ୍ଦନ ଚାଲୁଥିଲା।

ଦୁର୍ଘ-ଟଣାରେ ଆହତ ହୋଇଥିଲେ ମହିଳା ଜଣଙ୍କ

ବହୁତ ଶୀଘ୍ର ହିଁ ସେଠାରେ ଭିଡ ଜମା ହୋଇ ଯାଇଥିଲା। ପରିବାର ଲୋକେ ପୁଣିଥରେ ତାଙ୍କୁ ଡାକ୍ତରଖାନାକୁ ନେଇ ଯାଇଥିଲେ। ପରିଶେଷରେ ତାଙ୍କର ଚିକିତ୍ସା ହେଉଛି। ମହିଳାଙ୍କ ସ୍ବାମୀ ନିରପତ ସିଂହ ରାଜପୁତ ଉତ୍ତର ପ୍ରଦେଶର ରହୁଛନ୍ତି। ସେ କହିଛନ୍ତି କି ସ୍ତ୍ରୀ ରାମବତୀଙ୍କର ଦୁଇଦିନ ପୂର୍ବରୁ ଦୁର୍ଘଟଣା ହୋଇଥିଲା। ପ୍ରଥମେ ସେ ସ୍ତ୍ରୀଙ୍କୁ ଝାନ୍ସୀରେ ଗୋଟିଏ ପ୍ରାଇଭେଟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ସିରିୟସ କେସ ହେବା ଯୋଗୁଁ ଶୁକ୍ରବାର ରାତିରେ ଗ୍ବାଲିୟରର ଜୟାରୋଗ୍ୟ ଡାକ୍ତରଖାନାକୁ ପଠାଇ ଦିଆଯାଇଛି।

ପୁନଃ ଜୀବନ୍ତ ହେବାରୁ ଆରମ୍ଭ ହୋଇଥିଲା ଚିକିତ୍ସା

ଏଠାରେ ସକାଳ ୪ଟାରେ ଏନ୍ଥିସିୟାର ଡାକ୍ତର ମହିଳା ଜଣଙ୍କୁ ମୃତ ଘୋଷିତ କରି ଦେଇଥିଲେ। ଏହାପରେ ପରିବାର ଲୋକେ ଡାକ୍ତରଙ୍କ କହିବା ଅନୁସାରେ ମହିଳାଙ୍କ ଶବକୁ ପୋଷ୍ଟମର୍ଟମ ହାଉସରେ ରଖିବା ପାଇଁ ନେଇ ଯାଇଥିଲେ। ଏଠାରେ ଭାବୁକ ହୋଇ ଯେତେବେଳେ ସ୍ବାମୀ ନିରପତ ସିଂହ ମହିଳାଙ୍କ ଛାତି ଉପରେ ହାତ ରଖିଥିଲେ ତ ତାଙ୍କୁ ମହିଳାଙ୍କ ନିଃଶ୍ବାସ ଚାଲୁଥିବାର ଅନୁଭବ ହୋଇଥିଲା। ପରିବାର ଲୋକଙ୍କ ହଙ୍ଗାମା ପରେ ଡାକ୍ତରଖାନାର ପ୍ରଶାସନ ପୁଣିଥରେ ମହିଳାଙ୍କୁ ଭର୍ତ୍ତି କରି ତାଙ୍କର ଚିକିତ୍ସା ଆରମ୍ଭ କରିଛନ୍ତି। ବର୍ତମାନ ଏହି ପୂରା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି।

ଚିକିତ୍ସା ଶିକ୍ଷା ମନ୍ତ୍ରୀ ଜଣାଇଲେ ନିରାଶ

ସେଠାରେ ଏହି ଘଟଣାକୁ ନେଇ ଚିକିତ୍ସା ଶିକ୍ଷା ମନ୍ତ୍ରୀ ବିଶ୍ବାସ ସାରଙ୍ଗ ନିରାଶ ଭାବ ଜାହିର କରିଛନ୍ତି।ସେ କହିଛନ୍ତି କି ଘଟଣାରେ ଯିଏ ମଧ୍ୟ ଦୋଷୀ ହେବ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେଠାରେ ଜୟାରୋଗ୍ୟ ଡାକ୍ତରଖାନାର ଅଧୀକ୍ଷକ ଡଃ ଆରକେଏସ ଧାକଡ କହିଛନ୍ତି କି ଆମେ ତଦନ୍ତ ପାଇଁ କମିଟି ଗଠନ କରିଛୁ। ଏହାର ତଦନ୍ତ ଚାଲିଛି। ଦୋଷୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *