ମିଡ଼ିଆ ସାମ୍ନାରେ ଭୋ ଭୋ ହୋଇ କାନ୍ଦି କାନ୍ଦି କହିଲେ ରାଜବୀର ଙ୍କ ମା ” ମୋ ଅଙ୍ଗ ବିକ୍ରି କରି ଚିକିତ୍ସା ହୋଇ ପାରିଥିଲେ ମୋ ପୁଅର ଚିକିତ୍ସା ନିଶ୍ଚିତ କରାଇଥାନ୍ତି ” :- ଦେଖନ୍ତୁ ଭିଡିଓ

ବର୍ତ୍ତମାନ ସୁଦ୍ଧା ରାଜବୀର ଙ୍କ ଚିକିତ୍ସା ପାଇଁ ଅନେକ ଲୋକ ଫଣ୍ଡିଂ କରି ସାରିଛନ୍ତି । କିନ୍ତୁ ନିକଟରେ ଭାଇରଲ ହୋଇଥିବା କିଛି ଭିଡ଼ିଓ କାରଣରୁ ଲୋକେ ରାଜବୀର ଙ୍କ ମା ଙ୍କୁ ରାଜବୀରଙ୍କ ଅସୁସ୍ଥ ଥିବାର ସବୁ ପ୍ରମାଣ ମାଗିଛନ୍ତି । ତେବେ ଯଦି ସବୁ ସତ ହୋଇଥାଏ ତେବେ ଲୋକେ ଫଣ୍ଡିଂ କରିବେ ବୋଲି କହିଛନ୍ତି । ପୁଣି କିଛି ଲୋକ ଫଣ୍ଡିଂ କରି ସାରିଥିବା ସତ୍ତ୍ୱେ ବି କହିଛନ୍ତି ଯେ ତାଙ୍କ ଟଙ୍କା ଫେରାଇ ଦେବାକୁ । ଏହାକୁ ନେଇ ଆଜି ରାଜବୀର ଙ୍କ ମା ମିଡ଼ିଆ ସାମ୍ନାରେ କାନ୍ଦିଛନ୍ତି ।

ରାଜବୀର ଙ୍କ ମା କହିଛନ୍ତି ଯେ ଯାହା ସବୁ ଭିଡ଼ିଓ ପୂର୍ବରୁ ଭାଇରଲ ହୋଇଥିଲା ତାହା ସେ କେବଳ ନିଜେ କରିଥିଲେ କାରଣ ତାଙ୍କ ସ୍ୱାମୀଙ୍କୁ ଏକ ପ୍ରକାର ହେରେସ କରାଯାଉ ଥିଲା । ଏବଂ ସେ ରାଗରେ ନିଜ ପରିବାର ଲୋକଙ୍କୁ ଦେଖାଇବା ପାଇଁ ସେହି ଭିଡ଼ିଓ କରିଥିଲେ । ଯାହାକୁ ବର୍ତ୍ତମାନ ସୁଦ୍ଧା ୨ ଥର ଭାଇରଲ ହୋଇ ସାରିଛି । ତାଙ୍କ ଅନୁଯାୟୀ ଏହି ଭିଡ଼ିଓ ପ୍ରଥମଥର ଭାଇରଲ ହେବା ପରେ ସେ ଫୋନ ରୁ ଭିଡ଼ିଓ କୁ ଡିଲିଟ କରି ଦେଇଥିଲେ ମାତ୍ର ଦ୍ୱିତୀୟ ଥର ତାହା ଭାଇରଲ ହୋଇଛି । ତେବେ ତାଙ୍କ ଅନୁଯାୟୀ ତାଙ୍କ ବ୍ୟତୀତ ଏହି ଭିଡ଼ିଓ ସୁଜାତା ମ୍ୟାଡମଙ୍କ ପାଖରେ ଥିବା ସେ କହିଛନ୍ତି । କିନ୍ତୁ କେହିବି ତାହାକୁ ଭାଇରଲ କରି ନାହାଁନ୍ତି ବୋଲି କହିଛନ୍ତି ।

ରାଜବୀର ଙ୍କ ବାପା ଏବଂ ମା ଙ୍କୁ ଗତ କାଲି ସୁଦ୍ଧା ଯିଏକି ରାଜବୀର ଙ୍କ ରିପୋର୍ଟ ଏବଂ ଫଣ୍ଡିଂ ଫେରାଇବାକୁ କହିଛନ୍ତି ସେମାନେ ତାହା କରିଛନ୍ତି ବୋଲି କହିଛନ୍ତି । କିନ୍ତୁ ୪ କୋଟି ଲୋକଙ୍କୁ ଜଣ ଜଣ କରି ରିପୋର୍ଟ ପଠାଇବା ସମ୍ଭବ ହେଉ ନଥିବା ମଧ୍ୟ ସେ କହିଛନ୍ତି । ସେ କାନ୍ଦି କାନ୍ଦି ସମସ୍ତ ଜନତା ଙ୍କୁ ବିଶ୍ୱାସ କରିବାକୁ ଅନୁରୋଧ କରିଛନ୍ତି । ଏମିତିକି ଏହା ବି କହିଛନ୍ତି ଯେ ଯଦି ନିଜର ଅଙ୍ଗ ବିକ୍ରି କରି ପୁଅର ଚିକିତ୍ସା ହୋଇ ପାରିଥାନ୍ତା ତେବେ ସେ ନିଶ୍ଚୟ କରିଥାନ୍ତେ । ନିଜ ପୁଅର ଚିକିତ୍ସା ପାଇଁ ସେ ବାଙ୍ଗାଲୋର ର ଘର , ଅଟୋ ଏବଂ ସବୁ ଜିନିଷ ବିକ୍ରି କରି ଦେଇଥିବା କଥା ଜଣାଇଛନ୍ତି ।

କିଛି ଲୋକ ନିଜ ଫଣ୍ଡିଂ ଫେରାଇବାକୁ କହିବା ସହିତ ଆଉ କିଛି ଲୋକ ରିପୋର୍ଟ ଦେଲେ ଫଣ୍ଡିଂ ଦେବେ ବୋଲି ମଧ୍ୟ କହିଛନ୍ତି । ଏବେ ସୁଦ୍ଧା ସେ ଚେଷ୍ଟା କରିଛନ୍ତି ସମସ୍ତଙ୍କୁ ରାଜବୀର ଙ୍କ ରିପୋର୍ଟ ପଠାଇବାକୁ ।

Leave a Reply

Your email address will not be published. Required fields are marked *