ମୋ ଭିତରେ ଗୋଟେ ପାଉଁଶ ତଳର ନିଆଁ କୁହୁଳୁଛି । ହିସାବ କିତାବ ନେବା ପାଇଁ ମୁଁ ଫେରିବି: ଅନୁଭବ ମହାନ୍ତି ।

ବନ୍ଧୁଗଣ ଆପଣମାନେ ସମସ୍ତେ ଜାଣିଥିବେ ନିଶ୍ଚୟ ଯେ ବହୁତ୍ ଦିନ ଧରି ଥମିବାର ନାଁ ନେଉଥିଲା ବର୍ଷା ଓ ଅନୁଭବ ପାରିବାରିକ କଳି । କିନ୍ତୁ ବର୍ତମାନ ସମୟରେ ଅନୁଭବ ମହାନ୍ତିଙ୍କ ପାଇଁ ଆସିଛି ଖୁସି ଖବର । ଶେଷରେ ଆଖିର ଲୁହ ପୋଛି ଖୁସି ହେଲେ ଅନୁଭବ । ହେଇ ପାରୁନଥିଲା ଛାଡ଼ପତ୍ର କିନ୍ତୁ ଏତେ ଦିନ ପରେ ମିଳିଲା ନ୍ୟାୟ । ୨୦୨୦ରୁ ଲଗାତାର ଭାବରେ ୩/୪ ବର୍ଷ ହେଲା କୋର୍ଟରେ ମାମଲା ଚାଲିଥିଲା । ଏମିତି କି କେତେବେଳେ ଫେମିଲି କୋର୍ଟ ପରେ କେତେବେଳେ ହାଇକୋର୍ଟ ତ ସୁପ୍ରିମ କୋର୍ଟ ସବୁଆଡ଼େ ଦୌଡୁଥିଲେ ଆଉ ଚାଲିଥିଲା ଛାଡ଼ପତ୍ର ପାଇଁ ଆବେଦନ । ହେଲେ ହୋଇ ପାରୁନଥିଲା ଛାଡ଼ପତ୍ର । କିନ୍ତୁ ଏବେ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି ହାଇକୋର୍ଟ ।

ଅନୁଭବଙ୍କ ଆବେଦନ ଆଧାରରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଦୁଇ ଓଲିଉଡ୍‌ ଷ୍ଟାରଙ୍କ ଘରକଳି ବାରମ୍ବାର ପଦାରେ ପଡ଼ିଛି । ଅନେକ ଥର ଦୁହେଁ ଦୁହିଁଙ୍କ ବିରୋଧରେ ଅଭିଯୋଗ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିପକ୍ଷରେ ଦୀର୍ଘ ୩ ବର୍ଷରୁ ଅଦାଲତରେ ଚାଲିଥିବା ପାରିବାରିକ କଳହରେ ବିଜୟୀ ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି । ଏହି ଲମ୍ବା ବିବାହ ବିଚ୍ଛେଦ ମାମଲାର ଫଳାଫଳ ଶେଷରେ ଅନୁଭବଙ୍କ ସପକ୍ଷରେ ରହିଛି ।

ଅନ୍ୟପଟେ ବିବାହ ବିଚ୍ଛେଦ ପାଇଁ ବାଟ ଫିଟିବା ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ହାଇକୋର୍ଟଙ୍କୁ ଧନ୍ୟବାଦ ଜଣାଇବା ସହ ବିଳମ୍ବରେ ହେଉ ପଛେ ନ୍ୟାୟ ମିିଳିଥିବା କହିଛନ୍ତି ଅନୁଭବ । ଅନୁଭବ ମହାନ୍ତି ଆହୁରି ମଧ୍ୟ କହିଛନ୍ତି ଯେ, ସେ ଭାଗ୍ୟବାନ ତାଙ୍କ ଫ୍ୟାନ୍ସ ମାନଙ୍କୁ କେହି କିଣି ପାରିବେନି ପଇସା ଦେଇକି । ସେମାନେ ଭଲ ପାଇବାରେ ଜୀବନ ଦେବା ପାଇଁ ପ୍ରସ୍ତୁତ ଥାଆନ୍ତି ।

କିନ୍ତୁ ଫ୍ୟାନସ୍ ମାନଙ୍କ ଜୀବନ ତାଙ୍କ ପାଇଁ ବହୁତ୍ ମୂଲ୍ୟବାନ ସେଥିପାଇଁ ସେ ସର୍ବଦା ତାଙ୍କର ଦୀର୍ଘାୟୁ କାମନା କରନ୍ତି । ଫ୍ୟାନ୍ସ ମାନେ ହେଉଛନ୍ତି ତାଙ୍କ ପରିବାର । ତେଣୁ ସେ ତାଙ୍କ ଜନ୍ମଦିନକୁ ନିଜ ଫ୍ୟାନ୍ସଙ୍କ ପାଇଁ ଉତ୍ସର୍ଗ କରିଥିଲେ । ତେବେ ଅନୁଭବ କହିଥିଲେ ଏବେ ତାଙ୍କର ରାବଣ ଫିଲ୍ମ ଆସିବା ସୁନିଶ୍ଚିତ । ଶେଷରେ ରାବଣ ଫିଲ୍ମର ଗୋଟେ ଡ଼ାଇଲଗ୍ କହିଥିଲେ ଅନୁଭବ ଯେ ନିଜ ନିଜର ଫାଇଦା ପାଇଁ ତୁମେ ମୋତେ ନାୟକରୁ ଖଳନାୟକ ସଜେଇଛ । ହେଲେ ଗୋଟେ ପାଉଁଶ ତଳର ନିଆଁ ମୋ ଭିତରେ ବି କୁହୁଳୁଛି । ଦେବ ଦେବ ମହାଦେବଙ୍କ ରାଣ ମୁଁ ଫେରିବି । ମୋତେ ବଦନାମ୍ କରିଥିବା ଚରିତ୍ର ମାନଙ୍କ ହିସାବ ନେବି” ।

Leave a Reply

Your email address will not be published. Required fields are marked *