ମୁମ୍ବାଇ ଇଣ୍ଡିଆନ୍ସର ଟେନ୍ସନ ବଢ଼ାଇଲେ ହାର୍ଦିକ ପାଣ୍ଡ୍ୟା । ରୋହିତଙ୍କ ପ୍ରଶଂସକ ହେଲେ ଖୁସି ।

ଆଗକୁ ଆସୁଛି ବିଶ୍ୱର ସବୁଠାରୁ ବଡ଼ ଲିଗ ମ୍ୟାଚ ଆଇପିଏଲ ୨୦୨୪ । ଯାହାକୁ ନେଇ ସବୁ ଆଇପିଏଲ ଫ୍ୟାନ୍ସ ଖୁସି ଥିଲେ ହେଁ ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହାକୁ ନେଇ କିଛି ଲୋକ ଖୁସି ହୋଇଥିବା ବେଳେ ଆଇପିଏଲ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସକୁ ଏକ ଶକ୍ତ ଝଟକା ଲାଗିଛି । କାରଣ ମୁମ୍ବାଇ ଇଣ୍ଡିଆନ୍ସ ଯେଉଁ କୋଟି କୋଟି ଟଙ୍କା ଦେଇ ପାଣ୍ଡ୍ୟାଙ୍କୁ ନିଜ ଦଳର ଅଧିନାୟକ ଭାବରେ ମନୋନୀତ କରିଥିଲା ତାହା ବୋଧହୁଏ ଆଉ ହୋଇ ପାରିବ ନାହିଁ । କାରଣ ହାର୍ଦିକ ପାଣ୍ଡ୍ୟା ବର୍ତ୍ତମାନ ସୁଦ୍ଧା ଆହତ ସମସ୍ୟାରୁ ସୁସ୍ଥ ହୋଇପାରି ନାହାଁନ୍ତି । ଯେଉଁ କାରଣରୁ ବର୍ତ୍ତମାନ ମୁମ୍ବାଇ ଇଣ୍ଡିଆନ୍ସ ଚିନ୍ତାରେ ପଡ଼ିଛି କାରଣ ଆଇପିଏଲ ୨୦୨୪ ସୁଦ୍ଧା ପାଣ୍ଡ୍ୟାଙ୍କ ସୁସ୍ଥ ହେବାର ଆଶା କମ ରହିଛି ।

ସୂଚନା ଅନୁଯାୟୀ ନିକଟରେ ଶେଷ ହୋଇଥିବା ଦିନିକିଆ ବିଶ୍ୱକପ ୨୦୨୩ରେ ବାଂଲାଦେଶ ବିପକ୍ଷ ମ୍ୟାଚ ସମୟରେ ଏକ କ୍ୟାଚ ଧରିବା ବେଳେ ଗଭୀର ଆଘାତ ପାଇଥିଲେ । ସେହି ସମୟ ଠାରୁ ହିଁ ସେ ଅନ୍ତର୍ଜାତୀୟ ମ୍ୟାଚ ଠାରୁ ଦୂରରେ ଅଛନ୍ତି । ଏହାବ୍ୟତୀତ ଅନେକ ସମୟରେ ତାଙ୍କର ସୁସ୍ଥ ହେବାକୁ ନେଇ ଆଧିକାରୀକ ସୂଚନା ମଧ୍ୟ ମିଳିଥାଏ ।

ତାଙ୍କର ଆଘାତ ଏତେ ଅଧିକ ଥିଲା ଯେ ସେ ଭାରତ ଖେଳିଥିବା ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ସିରିଜ ମ୍ୟାଚରୁ ମଧ୍ୟ ବାଦ ପଡ଼ିଥିଲେ । ଏହାପରେ ସେ ଆଫଗାନିସ୍ତାନ ବିପକ୍ଷ ସିରିଜରୁ ସେ ଦଳରେ ସାମିଲ ହେବା କଥା କୁହାଯାଉଥିଲା । କିନ୍ତୁ ସେଥିରେ ମଧ୍ୟ ତାଙ୍କର ପ୍ରତ୍ୟାବର୍ତ୍ତନ ହେବ ନାହିଁ । ଏପଟେ ଟି20 ର ନମ୍ବର 1 ବ୍ୟାଟ୍ସମ୍ୟାନ ସୂର୍ଯ୍ୟ କୁମାର ଯାଦବ ମଧ୍ୟ ଆହତ ସମସ୍ୟା କାରଣରୁ ଟି 20 ସିରିଜରୁ ବାଦ ପଡ଼ି ସାରିଛନ୍ତି ।

ଆଉ ବର୍ତ୍ତମାନ ହାର୍ଦିକ ପାଣ୍ଡ୍ୟା ମଧ୍ୟ ଏହି ସିରିଜରୁ ବାଦ ପଡ଼ିଥିବା ସୂଚନା ମିଳିଛି । କିନ୍ତୁ ବିସିସିଆଇ କିମ୍ବା ହାର୍ଦିକଙ୍କ ପକ୍ଷରୁ ଏ ସମ୍ବନ୍ଧରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଯଦି ଏହା ସତ ହୁଏ ତେବେ ଜାନୁଆରୀରେ ହେବାକୁ ଥିବା ଆଫଗାନିସ୍ତାନ ବିପକ୍ଷ ସିରିଜରୁ ସେ ବାଦ ପଡ଼ିବେ । ତେଣୁ ଯଦି ସେ ସୁସ୍ଥ ନହୁଅନ୍ତି ତେବେ ଆଇପିଏଲ ୨୦୨୪ ରୁ ମଧ୍ୟ ବାଦ ପଡ଼ିବେ ଏବଂ ତାହା ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜ ପାଇଁ ଚିନ୍ତାର ବିଷୟ ହେବ ।

ଏପଟେ ହାର୍ଦିକଙ୍କ କ୍ୟାରିଅର ପାଇଁ ମୁମ୍ବାଇ ଇଣ୍ଡିଆନସର ବଡ଼ ହାତ ରହିଛି । କିନ୍ତୁ ରୋହିତଙ୍କୁ ଏଥର ଅଧିନାୟକ ପଦରୁ ହଟା ଯିବା ପରେ ରୋହିତଙ୍କ ଫ୍ୟାନ୍ସ କ୍ରୋଧିତ ହୋଇଥିଲେ । ଆଉ ବର୍ତ୍ତମାନ ପାଣ୍ଡ୍ୟାଙ୍କ ନଫେରିବା କଥା ଶୁଣି ଏଭଳି କୁହାଯାଉଛି ଯେ ରୋହିତଙ୍କ ଫ୍ୟାନ୍ସ ଖୁସି ଅଛନ୍ତି ବୋଲି । କିନ୍ତୁ ଯେତେବେଳେ ପାଣ୍ଡ୍ୟାଙ୍କ ତରଫରୁ କୌଣସି ମନ୍ତବ୍ୟ ନଶୁଣିବାକୁ ମିଳିଛି ସେତେ ପର୍ଯ୍ୟନ୍ତ କୌଣସି କଥା ସ୍ପଷ୍ଟ କୁହାଯାଇ ପାରିବ ନାହିଁ ।

Leave a Reply

Your email address will not be published. Required fields are marked *