ଅଲିଉଡ଼ର ଆଗଧାଡ଼ିର ସିଙ୍ଗର ହ୍ୟୁମାନ ସାଗରଙ୍କ ନାମରେ ଆସିଲା ସଙ୍ଗିନୀ ଅଭି-ଯୋଗ । ଗୁ-ଣ୍ଡା ଲଗାଇ ମା-ରିଲେ ମା-ଡ଼ ।

ଅଲିଉଡ଼ର ଆଗ ଧାଡ଼ିର ଗାୟକ ହ୍ୟୁମାନ ସାଗର ଗୁଣ୍ଡା ଲଗାଇ ଜଣେ ଗୀତିକାରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ହ୍ୟୁମାନ ସାଗରଙ୍କ ମ୍ୟାନେଜର ଏଭଳି କାଣ୍ଡ ଘଟାଇ ଥିବା ଜାଣିବାକୁ ମିଳିଛି । ଗୀତିକାର ପ୍ରମୋଦ ପରିଡ଼ାଙ୍କୁ ଦୀର୍ଘ ପାଞ୍ଚ ବର୍ଷ କାଳ ଏଭଳି ମାଡ଼ ମାରିଛନ୍ତି ଯାହାଦ୍ୱାରା ତାଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ହୋଇ ପଡ଼ିଛି । ଦିନ ଥିଲା ଗୀତିକାର ପ୍ରମୋଦ ପରିଡ଼ା ଗୀତ ଲେଖୁଥିଲେ ଏବଂ ଗାୟକ ହ୍ୟୁମାନ ସାଗର ଗୀତ ଗାଉଥିଲେ । କିନ୍ତୁ ଆଜି ସେହି ଭରସା ଜୀବନ ନେବା ପର୍ଯ୍ୟନ୍ତ ଚାଲି ଯାଇଛି । ଆଜ୍ଞା ହଁ ! ଆଗ ଧାଡ଼ିର କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମ୍ୟାନେଜର ଏବଂ ତାଙ୍କ ସହଯୋଗୀ ଏଭଳି ମାଡ଼ ମାରିଛନ୍ତି ।

ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇ ପଡ଼ିଛି । ଗତକାଲି ବିଳମ୍ବିତ ରାତିରେ କଟକ ବାଦାମବାଡ଼ି ଥାନାରେ ଓଡ଼ିଶାର ଆଗଧାଡ଼ିର କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ନାମରେ ଗୀତିକାର ପ୍ରମୋଦ ପରିଡ଼ା ଏକ ଲିଖିତ ଅଭିଯୋଗ କରିଛନ୍ତି । ପ୍ରମୋଦଙ୍କ କହିବା କଥା ଯେ ଗତ କିଛିଦିନ ହେବ ହ୍ୟୁମାନ ସାଗର ତାଙ୍କର କିଛିଦିନ ଗାଉ ନଥିବା ବେଳେ ଗୀତିକାର ପ୍ରମୋଦ ପରିଡ଼ା ରାଗିଯାଇ ଫେସବୁକରେ ଏକ ପୋଷ୍ଟ କରିଥିଲେ ଏବଂ ସେଥିରେ ଲେଖିଥିଲେ ଯେ , କିଛି ସିଙ୍ଗର ନିଜକୁ ବଡ଼ ସିଙ୍ଗର ଭାବି ଆଉ କାହାକୁ ଖାତିର କରୁ ନାହାଁନ୍ତି ।

ଆଉ ଏମିତିରେ ଗତକାଲି ପ୍ରମୋଦ ପରିଡ଼ା ତାଙ୍କ ଭଡ଼ାଘରେ ଥିବା ବେଳେ ହ୍ୟୁମାନ ସାଗରଙ୍କ ମ୍ୟାନେଜର ଦିନେଶ ବେହେରା ଏବଂ ତାଙ୍କର ଜଣେ ସହଯୋଗୀ ହଠାତ ଗୀତିକାରଙ୍କ ଘରେ ପଶି ତାଙ୍କ କଲର ଧରି ମାଡ଼ ମାରିବା ସହିତ ସେ ହ୍ୟୁମାନ ସାଗର ବଦନାମ କରୁଥିବା କହିଥିଲେ ।

ଖାଲି ସେତିକି ନୁହେଁ , ତାଙ୍କୁ ଜୋର ଜବରଦସ୍ତ ଗାଡ଼ିରେ ବସାଇ ଏକ ନିଛାଟିଆ ଘର ଭିତରକୁ ନେଇ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଶେଷରେ ଏକ ରୋଡ଼ରେ ତାଙ୍କ ମୁଣ୍ଡକୁ ମାରି ଫଟାଇ ଦେଇଛନ୍ତି । ଯେଉଁ କାରଣରୁ ସେ ଗୁରୁତର ଅଛନ୍ତି । ଆଉ ବର୍ତ୍ତମାନ ସମୟରେ ସାରା କଟକରେ ଏହି ଘଟଣା ଚର୍ଚ୍ଚା ସୃଷ୍ଟି କରିଛି । ତେବେ ହ୍ୟୁମାନ ସାଗର ଏମିତି କରିବା ଆଦୋୖ ଠିକ ନଥିଲା । ଆଉ ଏମିତି କରିବା ଦ୍ୱାରା ଇଣ୍ଡଷ୍ଟ୍ରି ବଦନାମ ହେଉଛି ।

ପ୍ରମୋଦଙ୍କ କହିବା କଥା ଯେ ସେ ଆଗ ଧାଡ଼ିର ସିଙ୍ଗର ଲେଖିଥିଲେ ଯେଉଁଥିରେ କାହାରି ନାମ ଲେଖା ଯାଇ ନଥିଲା । ଆଉ ଏହି ପୋଷ୍ଟକୁ ନିଜ ଉପରକୁ ନେଇ ହ୍ୟୁମାନ ସାଗର ଏବଂ ତାଙ୍କ ମ୍ୟାନେଜର ଯାହା କଲେ ତାହା କରିବା ଉଚିତ ନଥିଲା । ତେବେ ଅଭିଯୋଗ ଆଧାରରେ ପୋଲିସ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *