ବାହାଘର ପୂର୍ବରୁ ମଧ୍ୟସ୍ଥିକୁ ବାଧ୍ୟ କରି ଆଣିଥିଲେ ନମ୍ବର । ନିଜର ବାହାଘର କେମିତି ହୋଇଥିଲା ଏମିତି କିଛି କହିଲେ କବିତା ସାଗର ।

କବିତା ସାଗର ବ୍ଲଗ ଚ୍ୟାନେଲ ରେ କବିତା ଏବଂ ସାଗରଙ୍କୁ ତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ । କବିତା ଏବଂ ସାଗର ନିଜ ଚ୍ୟାନେଲରେ ଅନେକ କମେଡି ଝଗଡ଼ା ଭିଡିଓ ପୋଷ୍ଟ କରନ୍ତି । ଯାହାକୁ ଦର୍ଶକ ମଧ୍ୟ ବେଶ ପସନ୍ଦ କରନ୍ତି । ତେବେ ଯେତେବେଳେ ଉଭୟଙ୍କର ଏକ ଇଣ୍ଟରଭିଉ ନିଆଯାଇଥିଲା

ସେତେବେଳେ ଦୁହେଁ ନିଜର ବିବାହ କେମିତି ହେଲା ଅର୍ଥାତ ଲଭ ଏବଂ ଆରେଞ୍ଜ ଅଧିକର ସିକ୍ରେଟ କହିଥିଲେ । ଯେଉଁ ଭିଡିଓକୁ ମଧ୍ୟ ଦର୍ଶକ ମାନେ ଖୁବ ପସନ୍ଦ କରୁଛନ୍ତି. କବିତା ଏବଂ ସାଗର ହେଉଛନ୍ତି ଏଭଳି ଏକ ଯୋଡ଼ି ଯେଉଁମାନେ କି ମଜାରେ ଝଗଡ଼ା କରି ଲୋକଙ୍କ ମୁହଁରେ ହସ ଫୁଟାନ୍ତି ।

ଯେତେବେଳେ ସାଗରଙ୍କୁ ତାଙ୍କ ଲୋଭ ଷ୍ଟୋରୀ ଏବଂ ବିବାହ କେମିତି ହେଲା ସେ ବିଷୟରେ ପଚରା ଯାଇଥିଲା , ସେତେବେଳେ ସେ କହିଥିଲେ ଯେ ଦୁହିଁଙ୍କ ବିବାହ କହିବାକୁ ଗଲେ ପ୍ରଥମେ ଆରେଞ୍ଜ ଏବଂ ତାପରେ ଲୋଭରେ ଶେଷ ହେଲା । ସ୍ତ୍ରୀ କବିତାଙ୍କ ଗାଁରେ ଏକ ବିବାହ ଚାଲିଥିବା ସମୟରେ ପ୍ରଥମ କରି ତାଙ୍କର ସାଗରଙ୍କ ସହିତ ଦେଖା ହୋଇଥିଲା ।

ପରିବାର ଲୋକେ କବିତାଙ୍କ ପାଇଁ ପୁଅ ଖୋଜୁଥିବାରୁ ମଧ୍ୟସ୍ଥି ମଧ୍ୟ ଦୁଇ ପରିବାର ମଧ୍ୟରେ କଥାବାର୍ତ୍ତା ଆରମ୍ଭ କରିଦେଲେ । ଏପଟେ ଦୁହେଁ ପରସ୍ପର ସହିତ କଥା ହେବାକୁ ଚାହୁଁଥିଲେ ସୁଦ୍ଧା ନମ୍ବର ନଥିଲା । କିନ୍ତୁ ସାଗର ମଧ୍ୟସ୍ଥିଙ୍କୁ ବାଧ୍ୟ କରି ନମ୍ବର ଆଣି ପ୍ରଥମ ଥର ପାଇଁ କଥା ହୋଇଥିଲେ ।

ଏମିତି ଫୋନରେ କଥା ହେଉ ହେଉ ଦୁହେଁ ଦେଖା କରିବାକୁ ନିଷ୍ପତ୍ତି ନେଲେ । ପ୍ରଥମ ଥର ପାଇଁ ରଥଯାତ୍ରା ଦିନ ଦୁହେଁ ଦେଖା କରିବା ପରେ ସାଗରଙ୍କ ବାଇକରେ ପ୍ରଥମ ଥର ବସି କବିତା ବଟନପାର୍କ ବୁଲିଥିଲେ । ଏମିତିକି ସାଗର ତାଙ୍କୁ ମୋବାଇଲ ଗିଫ୍ଟ କରିବା ସହିତ ଗୋଲାପ ଫୁଲ ମଧ୍ୟ ଦେଇଥିଲେ । ସେହିଠାରୁ ଦୁହିଁଙ୍କ ପ୍ରେମ ହେଲା ଏବଂ ୨୦୧୭ ନଭେମ୍ବରରେ ଦୁହିଁଙ୍କର ବିବାହ ହେଲା. ବର୍ତ୍ତମାନ ଦୁହିଁଙ୍କର ଏକ ପୁଅ ମଧ୍ୟ ଅଛି ।

ତେବେ ସୋସିଆଲ ମିଡିଆରେତ ଦୁହେଁ ଲୋକପ୍ରିୟ. କିନ୍ତୁ ସେମାନେ ବଞ୍ଚିବା ପାଇଁ ଯେ କେବଳ ସୋସିଆଲ ମିଡ଼ିଆକୁ ପାଥେୟ କରିବେ ତାହା ନୁହେଁ । କାରଣ ସୋସିଆଲ ମିଡ଼ିଆକୁ ଭରସା କରି ଜୀବନ ବିତାଇବା ସମ୍ଭବ ନୁହେଁ । ସେଥିପାଇଁ ସେ ବିଜନେସକୁ ଆଧାର କରି ଚଳୁଥିବା ସହିତ ସୋସିଆଲ ମିଡ଼ିଆରେ ଭିଡ଼ିଓ କରି ଲୋକଙ୍କୁ ଏଣ୍ଟରଟେନମେଣ୍ଟ କରିବା ସହିତ ପଇସା ମଧ୍ୟ ରୋଜଗାର କରୁଛନ୍ତି ।

Leave a Reply

Your email address will not be published. Required fields are marked *