ଜେ-ଲରୁ ବାହାରି ଲୋ ପରୀକ୍ଷା ଦେଲେ ହନୀଟ୍ରାପ କୁଇନ ଅର୍ଚ୍ଚନା ନାଗ । କହିଲେ ‘ ମୁଁ ନିଜେ କେସ ନିଜେ ଲଢ଼ିବି ଆଉ ସମସ୍ତଙ୍କୁ କାଠଗଡ଼ା ……. “

ଅର୍ଚ୍ଚନା ନାଗ ହନୀଟ୍ରାପ ମାମ-ଲା ସାମ୍ନାକୁ ଆସିବା ପରେ ସବୁଠି ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ଏହି ହାଇ ପ୍ରୋଫାଇଲ ମାମ-ଲାରେ ଅନେକ ବଡ଼ ବଡ଼ିଆଙ୍କ ହାତ ଥିବା ମଧ୍ୟ ଶୁଣିବାକୁ ମିଳିଥିଲା । ଯାହାର ପ-ର୍ଦାଫା-ସ ନିଜେ ଅର୍ଚ୍ଚନା କରିବେ ବୋଲି ଧ-ମକ ଦେଇଥିଲେ । ଆଉ ବର୍ତ୍ତମାନ ଏହା ଅନୁମାନ କରାଯାଉଛି ସେ ସେହି ସମୟ ଆସିଛି ।

କାରଣ ଜେ-ଲରୁ ବାହାରି ଲୋ ପରୀକ୍ଷା ଦେଲେ ହନିଟ୍ରାପ କୁଇନ ଅର୍ଚ୍ଚନା ନାଗ । କହିଲେ ମୁଁ ଓକିଲ ହେବି ଏବଂ ନିଜ କେ-ଶ ନିଜେ ଲ-ଢ଼ିବି ଏବଂ ଗୋଟିକ ପରେ ଗୋଟିଙ୍କୁ ଆଣି କାଠଗଡ଼ାରେ ଛିଡ଼ା କରିବି । ଆଜ୍ଞା ହଁ , ଏହି ଅର୍ଥାତ ୧୪ ମାସ ସ୍ୱାମୀ ଜଗବନ୍ଧୁଙ୍କ ହାତ ଧରି ଝାରପଡ଼ା ଜେ-ଲରୁ ବାହାରିଲେ ଅର୍ଚ୍ଚନା ନାଗ ।

ଜେଲରୁ ଆସି ଘରେ ପହଞ୍ଚିଲେ ହନୀଟ୍ରାପ କୁଇନ ଅର୍ଚ୍ଚନା ନାଗ । ମା’ ହାତରୁ ମିଠା ଖାଇ ସମସ୍ତଙ୍କୁ ମୁଣ୍ଡିଆ ମାରି ନିଜ ଘର ଭିତରକୁ ପ୍ରବେଶ କଲେ । ଘର ଭିତରକୁ ଗଲେ ସାଲୱାର ପିନ୍ଧି ଏବଂ ଘରୁ ବାହାରିଲେ ଓକିଲ ଡ୍ରେସ ପିନ୍ଧି । ଖାଲି ସେତିକି ନୁହେଁ ସ୍ୱାମୀ ଏବଂ ପୁଅଙ୍କ ସହିତ ଲୋ ପରୀକ୍ଷା ଦେବାକୁ ଗଲେ ।

ଆଉ ପରୀକ୍ଷା ଦେଇ ସାରିବା ପରେ ବାହାରକୁ ବାହାରି ନିଜର ପ୍ରତି-କ୍ରିୟା ମଧ୍ୟ ଦେଇଥିଲେ ଅର୍ଚ୍ଚନା । ଗଣମାଧ୍ୟମ ସାମ୍ନାରେ ସେ କହିଛନ୍ତି ଯେ , ସେ ଆରମ୍ଭରୁ ସମସ୍ତଙ୍କୁ ସାମ୍ନା କରିଥିଲେ ଏବଂ ଶେଷ ପର୍ଯ୍ୟନ୍ତ ହିଁ ସାମ୍ନା କରିବେ ଏବଂ ନିଶ୍ଚିତ ଭାବରେ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିରୋ-ଧରେ ଲ-ଢ଼ିବେ । ତାସହିତ ନିର୍ଦୋଷ ଭାବରେ ବାହାରେ ବୁଲୁଥିବା ଦୋ-ଷୀ ମାନଙ୍କୁ କାଠଗଡ଼ାକୁ ଆଣିବେ ବୋଲି କହିଛନ୍ତି ଅର୍ଚ୍ଚନା ନାଗ ।

ଖାଲି ସେତିକି ନୁହେଁ ସେ ଏହା ମଧ୍ୟ କହିଛନ୍ତି ଯେ ସେ ନିଶ୍ଚୟ କୋର୍ଟର ଦ୍ୱାରସ୍ଥ ହେବେ ଏବଂ କୋର୍ଟର ସବୁ ନିୟମ ପାଳନ କରିବା ସହିତ ସବୁ ସାକ୍ଷ ପ୍ରମାଣକୁ କୋର୍ଟରେ ଉପସ୍ଥାପନ କରିବେ । କିଛିଦିନ ତଳେ ଇଡି ମାମ-ଲାରେ ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲା । ଦୁଇ ଲକ୍ଷ ଟଙ୍କା ଏବଂ ଦୁଇ ଜଣ ଜାମିଦାରିକ ବଦଳରେ ଅର୍ଚ୍ଚନାଙ୍କୁ ଜାମିନ ମିଳିଥିଲା । ଏହାବ୍ୟତୀତ ତାଙ୍କୁ ନାୟପଲ୍ଲୀ ଏବଂ ଖଣ୍ଡଗିରିର ଦୁଇଟି ମାମ-ଲାରେ ଜାମିନ ମିଳି ସାରିଥିଲା । ଏହାପରେ ଇଡି ହାଇକୋର୍ଟ ତରଫରୁ ଜାମିନ ମିଳିବା ପରେ ଅର୍ଚ୍ଚନା ବାହାରକୁ ଆସିବା ନେଇ ସ୍ପଷ୍ଟ ହୋଇ ଯାଇଛି ।

Leave a Reply

Your email address will not be published. Required fields are marked *