ବିଶାଳ ହାତୀକୁ ଦେଖି ଡାକ୍ତରଖାନାର ରୋଗୀମାନେ ଜୀବନ ବଞ୍ଚାଇ ଦୌଡ଼ିବାକୁ ଲାଗିଲେ।

ଆପଣ କିଛି କାମ ପାଇଁ ଡାକ୍ତରଖାନାକୁ ଯାଇଛନ୍ତି ଏବଂ ସେଠାରେ ଆପଣ ଦେଖିଲେ ଡାକ୍ତରଖାନା ଭିତରେ ଗୋଟେ ହାତୀ ବୁଲୁଛି ତେବେ ଆପଣ କ’ଣ କରିବେ? ପ୍ରଥମେ ଆପଣ ହାତୀ କବଳରୁ ବଞ୍ଚଇବା ପାଇଁ ସେଠାରୁ ଦୌଡ଼ି ପଳେଇବା ପାଇଁ ଚିନ୍ତା କରିବେ ନହେଲେ ହାତୀ ଠାରୁ କେମିତି ଦୂରରେ ରହିବେ ସେ ବିଷୟରେ ଭାବିବେ। ପଶ୍ଚିମବଙ୍ଗର ଜାଲପାଇଗୁରି ଆର୍ମି ହସ୍ପିଟାଲର ରୋଗୀ ଏବଂ ଡାକ୍ତରମାନେ ଏକ ଆଶ୍ଚର୍ଯ୍ୟଜନକ ଘ-ଟଣା ଦେଖିବାକୁ ପାଇଛନ୍ତି। ଭାରତୀୟ ବନ ସେବା ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦା ବିନ୍ନାଗୁରୀ ଆର୍ମି କ୍ୟାମ୍ପ ହସ୍ପିଟାଲ ଭିତର ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଆପଣ ଦେଖିପାରୁଥିବେ ଯେ ଗୋଟେ ହାତୀ ଡାକ୍ତରଖାନା ଭିତରେ ବୁଲୁଛି।

ମିଳିଥିବା ସୂଚନା ଅନୁସାରେ, ଦୁଇଟି ବଣୁଆ ହାତୀ ଡାକ୍ତରଖାନା ଭିତରେ ପଶି ସବୁଆଡେ ବୁଲିବା ଆରମ୍ଭ କଲେ । ଆଇଏଫଏସ୍ ଅଧିକାରୀ ସୁଶାନ୍ତ ନନ୍ଦା ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ କିଛି ଫଟୋ ସେୟାର କରିଛନ୍ତି ଯେଉଁଥିରେ ଡାକ୍ତରଖାନାର ଗ୍ୟାଲେରୀରେ ଗୋଟେ ହାତୀ ବୁଲୁଥିବାର ନଜର ଆସିଛି। ଫଟୋ ଗୁଡ଼ିକୁ ସେୟାର କରି କ୍ୟାପସନରେ ଲେଖୁଛନ୍ତି, ରୁମ୍ ରେ ହାତୀ, ଜାଲପାଇଗୁରି କ୍ୟାଣ୍ଟନମେଣ୍ଟ ରୁ’। ଡାକ୍ତରଖାନା ଭିତରେ ଦୁଇ ହାତୀର ମୁକ୍ତ ଭାବରେ ବୁଲୁଥିବାର ଏକ ଭିଡିଓ ମଧ୍ୟ ଅନଲାଇନରେ ଭାଇରାଲ ହେଇଛି।

ହାତୀଟି ଦୂରକୁ ଘୁଞ୍ଚି ନ ଯାଇ କିଛି ସମୟ ରାସ୍ତାରେ ଠିଆ ହେଇଛି ସେତିକି ବେଳେ କର୍ମଚାରୀମାନେ ଫଟୋ ଉଠାଇବା ଜାରି ରଖିଛନ୍ତି। ସୁଶାନ୍ତ ନନ୍ଦା ପୋଷ୍ଟ କରିଥିବା ଫଟୋ ଗୁଡ଼ିକୁ ବର୍ତ୍ତମାନ ସୁଦ୍ଧା ୧୬୦୦ ରୁ ଅଧିକ ଲାଇକ୍ ଏବଂ ୧୪୩ ରିଟ୍ୱିଟ ହାସଲ କରିଛି। ଟ୍ୱିଟର ବ୍ୟବହାରକାରୀମାନେ ଡାକ୍ତରଖାନାରେ ହାତୀ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି, ‘ମୁଁ ଭାବୁଛି ଯେତେବେଳେ ତୁମେ ସେମାନଙ୍କ ଜାଗା ନେଇ ଯାଅ ଏବଂ ତା ଉପରେ ସଂରଚନା ନିର୍ମାଣ କର ସେତେବେଳେ ଏମିତି ହୁଏ।

ଏହା ସେମାନଙ୍କର ଭୂମି ଏବଂ ସେମାନେ ଏହାକୁ ଫେରାଇବାକୁ ଚାହାଁନ୍ତି। ଅନ୍ୟ ଜଣେ ଲେଖିଛନ୍ତି, ‘କୋଠରୀରେ କେହି ହାତୀକୁ ସମ୍ବୋଧିତ କରିଛନ୍ତି କି?’ ତୃତୀୟ ଉପଭୋକ୍ତା ଲେଖିଛନ୍ତି, ସେ ମେଡିକାଲ ଯା-ଞ୍ଚ ପାଇଁ ଏଠାକୁ ଆସିଛି। ଚତୁର୍ଥ ଉପଭୋକ୍ତା ମନ୍ତବ୍ୟ ଦେଇଛନ୍ତି, ‘ଡାକ୍ତରଖାନାରେ ସବୁ ଠିକ୍ ଅଛି କି ନାହିଁ ତାହା ଯାଞ୍ଚ କରିବା ପାଇଁ ହାତୀ ଆସିବା ସବୁଠାରୁ ଆଶ୍ଚର୍ଯ୍ୟଜନକ ଯା-ଞ୍ଚ।’

Leave a Reply

Your email address will not be published. Required fields are marked *