ଧନୀ ବାପାର ଗେଲ୍ହା ପୁଅ , ଦିନକୁ ଉଡାଇଥାଏ କୋଟି କୋଟି ଟଙ୍କା

ଅନେକ ଲୋକ ସୁନାରେ ଥାଳିରେ ଖାଇବା ଏବଂ ରାଜର ଗଦିରେ ଶୋଇବା ଭଳି ସ୍ବପ୍ନ ଦେଖିଥାନ୍ତି । କିନ୍ତୁ ନିଦ ଭାଙ୍ଗୁ ଭାଙ୍ଗୁ ତାଙ୍କର ସବୁ ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଯାଏ । ଆଉ ସ୍ବପ୍ନ ଭାଙ୍ଗିବା ପରେ ସେ ଲୋକ ଭାବି ନିଏ ଯେ , ଏଭଳି ତ କେବଳ ସିନେମାରେ ହିଁ ସମ୍ଭବ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଦୁବାଇର ଜଣେ ଧନୀ ବାପାର ପୁଅ ବିଷୟରେ କହିବାକୁ ଯାଉଅଛୁ । ଯିଏ ମାତ୍ର ଗୋଟିଏ ଗୋଟିଏ ଦିନରେ ଲକ୍ଷ ଲକ୍ଷ ଉଡାଇ ଦେଇଥାଏ । ଯାହାକି ଗୋଟିଏ ଗରିବ ଲୋକର ଅନେକ ପରିଶ୍ରମର ଫଳ ହୋଇଥାଏ । ତେବେ ଆସନ୍ତୁ ଏହି ପିଲା ବିଷୟରେ ସମ୍ପୂର୍ଣ୍ଣ ଭାବରେଭାବରେ ଜାଣିବା ।

ଦୁବାଇକୁ ସ୍ୱପ୍ନର ନଗରୀ କୁହାଯାଇଥାଏ । ଏଠାରେ ଲକ୍ଷ ଲକ୍ଷ ଧନୀ ଏବଂ ସମ୍ଭ୍ରାନ୍ତ ପରିବାର ରହିଥାନ୍ତି । ଆଉ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ , ଏଠାରେ ଗୋଟିଏ ପାଣି ବୋତଲର ଦର ଗୋଟିଏ ଲିଟର ପେଟ୍ରୋଲ ଠାରୁ ମଧ୍ୟ ଅଧିକ ଅଟେ । ତେବେ ସେଠାରେ ରହୁଥିବା ଲୋକଙ୍କ ପାଇଁ ଏହା ସାଧାରଣ କଥା ଅଟେ । କାରଣ ଦିନକୁ ସେମାନେ କୋଟି କୋଟି ଟଙ୍କା କମାଇଥାନ୍ତି । ଆଉ ସେମାନଙ୍କ ପିଲାମାନେ ଏହାକୁ କେଉଁଠି ଉଡାଇବେ , ସେ କଥା ଚିନ୍ତା କରିଥାନ୍ତି । ସେଥିପାଇଁ ସମସ୍ତେ ଏହି ପିଲା ମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥାନ୍ତି । ତେବେ ବାସ୍ତବରେ ଦୁବାଇ ନିଜର ବଡ଼ ବଡ଼ ଘର ପାଇଁ ପ୍ରସିଦ୍ଧ ହୋଇଥାଏ । ଦୁନିଆଁର ସବୁଠାରୁ ବଡ଼ ବିଲଡିଙ୍ଗ ବୁର୍ଜ ଖଲିଫା ମଧ୍ୟ ଦୁବାଇରେ ରହିଛି । ଏହାବ୍ୟତୀତ ସବୁଠାରୁ ବଡ଼ ଆଇଲାଣ୍ଡ ପାମ୍ ଆଇଲାଣ୍ଡ ମଧ୍ୟ ଏଠାରେ ରହିଛି । ଏହାବ୍ୟତୀତ ଏହାକୁ ସୁନାର ସହର କୁହାଯାଏ , କାରଣ ଏଠାରେ ବହୁ ପରିମାଣରେ ସୁନା ବ୍ୟବସାୟ ହୋଇଥାଏ । ତେବେ ଆପଣ ଏଥିରୁ ଅନୁମାନ କରି ପାରୁଥିବେ କି ଦୁବାଇରେ କେତେ ବଡ଼ ବଡ଼ ଧନୀ ଲୋକମାନେ ବାସ କରୁଥିବେ ।

ଦୁବାଇରେ ରହୁଥିବା ଏହି ଧନୀ ବାପାଙ୍କର ପୁଅର ମାତ୍ର ୧୯ ବର୍ଷ ଅଟେ । ତେବେ ସେ ଏମିତି ଏକ ପିଲା , ଯାହାର ଖର୍ଚ୍ଚ ଶୁଣି ଆପଣଙ୍କର ହୋସ ଉଡିଯିବ । ତେବେ ଏହି ପିଲାର ନାମ ରସିଦ ବେଲହାସା ଅଟେ । ଏହି ପିଲା ସେଲିବ୍ରିଟି ନୁହେଁ କିନ୍ତୁ କୌଣସି ସେଲିବ୍ରିଟି ଠାରୁ ମଧ୍ୟ କମ୍ ନୁହେଁ । ଏହି ପିଲାର ଖର୍ଚ୍ଚ ବିଷୟରେ ଶୁଣିବା ପରେ ବଡ଼ ବଡ଼ ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଏହି ପିଲା ଏତେ ଧନୀ ଅଟେ ଯେ , ସାରା ଜୀବନ କାମ ନ କରି ମଧ୍ୟ ବିଳାସପୂର୍ଣ ଜୀବନଯାପନ କରିପାରିବ । ତେବେ ରସିଦ ବଲିଉଡ ଏବଂ ହଲିଉଡ଼ ସେଲିବ୍ରିଟି ସହଙ୍କ ମିଶିବା ପାଇଁ ବହୁତ ଭଲ ପାଇଥାଏ । ଆଉ ତାର ଏହି ଇଚ୍ଛା ବହୁତ ସହଜରେ ପୂରଣ ହୋଇ ଯାଇଥାଏ ।

ଅନ୍ୟପକ୍ଷରେ ରସିଦର ଇନଷ୍ଟାଗ୍ରାମ ଫୋଲାଅର ମିଲିଅନରେ ରହିଛନ୍ତି । ଆଉ ସେ ପ୍ରତିଦିନ କିଛି ନା କିଛି ପୋଷ୍ଟ କରିଥାଏ । ଏହାବ୍ୟତୀତ ରସିଦର ନିଜର ଏକ ଚିଡିଆଖାନା ରହିଛି । ଯେଉଁଥିରେ ବିଭିନ୍ନ ପ୍ରକାରର ପଶୁପକ୍ଷୀ ରହୁଛନ୍ତି । ତେବେ ଏତେ ଟଙ୍କା ଥିବାରୁ ରସିଦ ଯେକୌଣସି ସେଲିବ୍ରିଟି ସହ ସହଜରେ ଦେଖା କରିପାରିଥାଏ ଆଉ ଯାହା କୌଣସି ସାଧାରଣ ଲୋକଙ୍କ କ୍ଷେତ୍ରରେ ଅସମ୍ଭବ ଅଟେ । ଆଉ ଆପଣ ତାର ଇନଷ୍ଟାଗ୍ରାମ ଆକାଉଣ୍ଟ ଦେଖିଲେ ସହଜରେ ଜାଣିପାରିବେ କି ବଡ଼ ବଡ଼ ସେଲିବ୍ରିଟି ଯଥା ଶାହରୁଖ ଖାନ , ସଲମାନ ଖାନ ଭଳି ବଡ଼ ବଡ଼ ସେଲିବ୍ରିଟି ସହ ରସିଦ ଦେଖା ଯାଇଥାଏ ।

ରସିଦର ବାପା ଦୁବାଇର ଜଣେ ବଡ ବ୍ୟବସାୟୀ ଅଟନ୍ତି । ତେଣୁ ରସିଦ ବିଳାସମୟ ଜୀବନ ବଞ୍ଚୁଅଛି । ଯେଉଁ ବୟସରେ ପାଠ ପଢିବା କଥା , ସେହି ବୟସରେ ରସିଦ ସେଲିବ୍ରିଟି ମାନଙ୍କ ସହ ମଜା କରୁଛି । ଏହାବ୍ୟତୀତ ରସିଦର କାର କଲେକ୍ସନ ମଧ୍ୟ ରହିଛି । ତାର ନିଜର ଗାଡି ରହିଛି । ଯାହାର ମୂଲ୍ୟ ୫ କୋଟିରୁ ମଧ୍ୟ ଅଧିକ ହେବ । ରସିଦ ପାଇଁ ନିଜର ବ୍ୟକ୍ତିଗତ ଡ୍ରାଇଭର ମଧ୍ୟ ରହିଛି । ଏହାବ୍ୟତୀତ ରସିଦର ଜୋତା କଲେକ୍ସନ ମଧ୍ୟ ରହିଛି । ଯାହାର ମୂଲ୍ୟ ୭ କୋଟି ହେବ । ତେବେ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇ ଯାଉଥିବେ କି ରସିଦର ବାପା ଏଭଳି କଣ କରୁଛନ୍ତି , ଯାହାଫଳରେ ରସିଦ ଏତେ ଟଙ୍କା ଉଡାଉଛି । ବାସ୍ତବରେ ରସିଦର ବାପା ଦୁବାଇର ସର୍ବଶ୍ରେଷ୍ଠ ୧୦୦ ବ୍ୟବସାୟୀ ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ଆଉ ତାଙ୍କର ମୁଖ୍ୟ କାମ ବଡ଼ ବଡ଼ ହୋଟେଲ ଗୁଡିକରେ ସୁଇମିଂ ପୁଲ ବନାଇବାର ଅଟେ । ଏହାବ୍ୟତୀତ ତାଙ୍କର ଅନେକ ତେଲ କୂଅ ରହିଛି । ଯେଉଁଥିପାଇଁ ତାଙ୍କ ପରିବାରକୁ କୌଣସି ଟଙ୍କାର ଅଭାବ ନାହିଁ ।

Leave a Reply

Your email address will not be published. Required fields are marked *