(ବେଲ ଗଛ) ଗୃହର କେଉଁଠି ରହିଲେ ଧନର ବର୍ଷା। କେଉଁଠି ରହିଲେ ହୁଏ ସର୍ବନାଶ।

ବନ୍ଧୁମାନେ ଆମ ଜୀବନରେ ସୁଖ ସମୃଦ୍ଧି ପାଇବା ପାଇଁ ଆମେ ବିଭିନ୍ନ ପ୍ରକାର ଶାସ୍ତ୍ର ନିୟମ ଅବଲମ୍ବନ କରିଥାଉ। ସେହି ପରି ଘରେ କେଉଁ ଜିନିଷ ଅବା ଗଛ କେଉଁ ଦିଗରେ ଅବା କେଉଁ ସ୍ଥାନରେ ରଖିଲେ ତାହା ଆମ ଜୀବନରେ ସୁଖ ଏବଂ ଘର ପାଇଁ ସକାରାତ୍ମକ ଉର୍ଜା ଆଣିଥାଏ ଆସନ୍ତୁ ଜାଣିବା। ଆପଣ ମାନେ ଜାଣନ୍ତି କି ବେଲ ଗଛ ହେଉଛି ଅତ୍ୟନ୍ତ ପବିତ୍ର ଏବଂ ଏହା ଶିବଙ୍କର ଅତି ପ୍ରିୟ ଜିନିଷ ଅଟେ।

ଏହି ବେଲ ଗଛକୁ କେଉଁ ଜାଗାରେ ଲଗେଇବା ଆସନ୍ତୁ ଜାଣିବା ଏହି ବିଷୟରେ। ଏହାକୁ ଉଚିତ୍ ଜାଗାରେ ଲଗାଇଲେ ଏହା ଆମ ଘରକୁ ଧନର ବର୍ଷା ଆଣିଥାଏ। ବେଲ ଗଛ ଏକ ଦୁର୍ଲଭ ଗଛ ଅଟେ ଓ ତାର ଦୁର୍ଲଭତା ଓ କ୍ଷମତା ପାଇଁ ସମସ୍ତ ଦେବା ଦେବୀଙ୍କ ଆଶିଷ(ଏହାର ବ୍ୟବହାର ଦ୍ଵାରା) ସମସ୍ତ ମନୁଷ୍ୟ ଉପରେ ପଡ଼ି ଥାଏ। ଏଥିରେ ମାତା ଲକ୍ଷ୍ମୀଙ୍କ ଅଂଶ ମଧ୍ୟ ରହିଛି ଯାହା ଆପଣ ଅଳ୍ପ ବହୁତ୍ ଜାଣିଥିବେ। ତେବେ କଣ କଲେ ଆମ ଘରକୁ ମହାଲକ୍ଷ୍ମୀଙ୍କ ଆଗମନ ହେବ ଆସନ୍ତୁ ଜାଣିବା ଏହି ବିଷୟ ଉପରେ।ଆସନ୍ତୁ ଜାଣିବା ବେଲ ଗଛର ଉପକାରିତା ଓ ଔଷଧୀୟ ଗୁଣ ବିଷୟରେ।

୧. ବେଲ ଗଛରେ ସାକ୍ଷାତ ମହାଲକ୍ଷ୍ମୀ ଏବଂ ମାତା ଶକ୍ତିଙ୍କ ଆଶିଷ ରହିଥାଏ। ଏହି ବେଲ ଗଛର ତ୍ରିଶାଖାରେ ତ୍ରୀଶକ୍ତିଙ୍କ(ବ୍ରହ୍ମା,ବିଷ୍ଣୁ ଓ ମହେଶ୍ୱର) ବାସ ହୋଇଥାଏ। ତେଣୁ ପ୍ରତିଦିନ ସ୍ନାନ ସାରି ବେଲ ଗଛରେ ପାଣି ଦେବା ଦ୍ଵାରା କୋଟି ପୁଣ୍ୟ ମିଳିଥାଏ। ଏହା ଶିବଙ୍କର ପ୍ରିୟ ହୋଇଥିବାରୁ ତାଙ୍କ ଆଶିଷ ମଧ୍ୟ ପ୍ରାପ୍ତ ହୋଇଥାଏ। ଏହା ଦ୍ଵାରା ଚାକିରି ଅବା ବ୍ୟବସାୟରେ ସଫଳତା ମିଳିଥାଏ ଓ ଏହା ସହିତ ଧନ ବାନ ହେବାର ମଧ୍ୟ ସୁଯୋଗ ମିଳି ଥାଏ।

୨. ବେଲପତ୍ର ହେଉଛି ଶିବ ଏବଂ ସମସ୍ତ ଦେବା ଦେବୀଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ। ଏହି ବେଲ ପତ୍ରରେ ଚନ୍ଦନ ଲେପନ କରି ଶିବ ଏବଂ ସମସ୍ତ ଦେବୀ ଦେବତାଙ୍କୁ ଅର୍ପଣ କଲେ ଆପଣଙ୍କ ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ। ବେଲ ଗଛର କାଠକୁ ଚନ୍ଦନ ପରି ଘୋରି ଲଗାଇଲେ ଶିବ ଏବଂ ବିଭିନ୍ନ ଦେବା ଦେବୀ ପ୍ରସନ୍ନ ହୁଅନ୍ତି ଓ କୋଟି ପୁଣ୍ୟ ପ୍ରାପ୍ତି ହୋଇଥାଏ। ଏହି ବେଲ ଗଛର କାଠକୁ ଚନ୍ଦନ ପରି ମୁଣ୍ଡରେ ଲେପ ଲଗେଇଲେ ସମସ୍ତ ପ୍ରାଣୀଙ୍କୁ ବସ କରିଥାଏ। ଏହା ଦ୍ଵାରା ନିଜର ଦିବ୍ୟ ଚେତନା ଜାଗ୍ରତ ହୋଇଥାଏ। ଏହା ଦ୍ଵାରା ସମସ୍ତ ଅଲୌକିକ ଶକ୍ତି ସଞ୍ଚାରିତ ହୋଇଥାଏ ଓ ମନୁଷ୍ୟ ସଂସାରରେ ବିଜୟୀ ମଧ୍ୟ ହୋଇଥାଏ।

୩. ସୋମବାର ଦିନ ଅବା ଚତୁର୍ଦ୍ଦଶୀ ଦିନ ବେଲ ଗଛ ମୂଳରେ ଧୂପ,ଦୀପ ଦେଇ ସେହି ବେଲ ଗଛର ଚେର ଆଣି ଏକ ଲାଲ ସୂତାରେ ବାନ୍ଧି ଏହାକୁ ପ୍ରବେଶ ଦ୍ଵାରରେ ଟାଙ୍ଗି ଦିଅନ୍ତୁ। ଏହା ଦ୍ଵାରା ବାହାରର ନକାରାତ୍ମକ ଶକ୍ତି ବା ଦୁଷ୍ଟ ଶକ୍ତି ଗୃହକୁ ପ୍ରବେଶ କରେ ନାହିଁ। ଏହା ଶରୀର ମଧ୍ୟରେ ଥିବା ଦୁଷ୍ଟ ଶକ୍ତି ଅବା ନକାରାତ୍ମକ ଶକ୍ତି ବା ନଜର ଦୋ ମୁକ୍ତ କରିଥାଏ।

୪.ଯେଉଁ ମନୁଷ୍ୟର ବିବାହ ଅବା ସନ୍ତାନ ହେଉନଥାଏ ସେହି ବ୍ୟକ୍ତି ଏହି ବେଲ ଗଛକୁ ପୂଜା କରିବା ବା ଏହାର ଚେରକୁ ଧାରଣ କରିବା ଦ୍ୱାରା ଖୁବ୍ ଶୀଘ୍ର ବିବାହ ହୋଇଥାଏ। ସନ୍ତାନ ପ୍ରାପ୍ତି ହେଉନଥିବା ମନୁଷ୍ୟର ସନ୍ତାନ ପ୍ରାପ୍ତି ମଧ୍ୟ ହୋଇଥାଏ। ଯେଉଁ ବ୍ୟକ୍ତି ଶିବ ଅବା ପାର୍ବତୀଙ୍କୁ ପୂଜା କରେ ଏବଂ ବେଲ ଗଛ ମୂଳରେ ତାଙ୍କ ମନ୍ତ୍ର ଜପ କରେ। ତେବେ ଖୁବ୍ ଶୀଘ୍ର ତାଙ୍କ ମନର ସାନ୍ତନା ଦୂର ହୁଏ ଓ ସମସ୍ତ ମନୋକାମନା ମଧ୍ୟ ପୂର୍ଣ୍ଣ ହୋଇଥାଏ।

୫. ବେଲ ଗଛ ଘରର ଯେ କୌଣସି ସ୍ଥାନରେ ରହିଲେ ଏହା ଶୁଭ ହୋଇଥାଏ। ଏହି ବେଲ ଗଛର ଛାଇ ଘର ଉପରେ ପଡ଼ିଲେ ଘରର ବାସ୍ତୁ ଦୋଷ ଦୂର ହୋଇଥାଏ। ଘରର ନକାରାତ୍ମକତା ଦୂର ହୋଇଥାଏ। ବେଲ ଗଛ ଉତ୍ତର ପୂର୍ବ ଦିଗରେ ରହିବା ଦ୍ୱାରା ଧନ ଏବଂ ଅର୍ଥର ଅଭାବ ରୁହେ ନାହିଁ। ଅଭାବ ଥିଲେ ଧନ ଆଗମନର ବାଟ ଖୋଲି ଯାଏ। ଘରର ପୂର୍ବ ଦିଗରେ ବେଲ ଗଛ ରହିଲେ ତାହା ଘରକୁ ଶାନ୍ତି ଆସିଥାଏ। ଘରର ପଶ୍ଚିମ ଦିଗରେ ବେଲ ଗଛ ରହିଲେ ପୁରୁଶ୍ଵତ୍ଵ ପ୍ରାପ୍ତ ହୋଇଥାଏ। ଘରର ଦକ୍ଷିଣ ଦିଗରେ ବେଲ ଗଛ ରହିଲେ ଦୁର୍ଘଟଣା ଜନିତ ସମସ୍ୟା ଦୂର ହୋଇଥାଏ।

ଯଦି ଆପଣଙ୍କ ଘରେ ବେଲ ଗଛ ଥାଏ ତେବେ ଏହାକୁ ସବୁଦିନ ପୂଜା କରିପାରିବେ ଏବଂ ଯେ କୌଣସି ଦିନ ଏହାକୁ ରୋପଣ କରି ପାରିବେ। ଏହି ବେଲ ପତ୍ର ପ୍ରତିଦିନ ସେବନ କଲେ ବଳ ଏବଂ ଶୌନ୍ଦର୍ଯ୍ୟ ବୃଦ୍ଧି ପାଏ ତଥା ଗ୍ୟାସ,ଝାଡା ଏବଂ ସମସ୍ତ ସମସ୍ୟା ଦୂର ହୋଇଥାଏ। ଏହା ଥିଲା ବେଲ ପତ୍ରକୁ ନେଇ କିଛି ମହତ୍ତ୍ଵ ପୂର୍ଣ୍ଣ କଥା ମାନ।

Leave a Reply

Your email address will not be published. Required fields are marked *