ସୀମାରେ ନିଯୁକ୍ତ ଥିଲେ ପତି, ତାଙ୍କ ଦରମାରେ ହୋଟେଲରେ ଅନ୍ୟ ବ୍ୟକ୍ତିଙ୍କ ସହ ରାତି କାଟୁଥିଲେ ପତ୍ନୀ,ଜାଣନ୍ତୁ କ’ଣ ଘଟିଲା ଏହାପରେ:-

ସୁପ୍ରିମକୋର୍ଟରେ 25 ଫେବୃଆରୀ ଶୁକ୍ରବାର ଦିନ ଏକ ଭିନ୍ନ ଧରଣର ମାମଲା ସାମ୍ନାକୁ ଆସିଛି । ଏଠାରେ ଜଷ୍ଟିସ୍ ଡି.ୱାଇ.ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତ ଜଣେ ବଳାତ୍କାର ଅଭିଯୁକ୍ତଙ୍କ ଜାମିନ ବାତିଲ କରିବାକୁ ଚାହୁଁଥିବା ମହିଳାଙ୍କ ଆବେଦନକୁ ଖାରଜ କରିଛନ୍ତି । ଏହାପୂର୍ବରୁ ରାଜସ୍ଥାନ ହାଇକୋର୍ଟ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଥିଲା । ଏଥିରେ ସୁପ୍ରିମକୋର୍ଟ ମଧ୍ଯ କୌଣସି ହସ୍ତକ୍ଷେପ କରିନାହିଁ ।

ବାସ୍ତବରେ ସୁପ୍ରିମକୋର୍ଟର ସନ୍ଦେହ ହୋଇଥିଲା ଯେ ମହିଳା ଜଣକ ଯାହାକୁ ବଳାତ୍କାର ବୋଲି କହୁଥିଲେ ତାହା ପାରସ୍ପରିକ ସମ୍ମତିରେ ହୋଇଥିବା ସମ୍ପର୍କ ଅଟେ । ମହିଳାଙ୍କ ସ୍ୱାମୀ କେନ୍ଦ୍ରୀୟ ସୁରକ୍ଷା ବଳରେ ଚାକିରି କରନ୍ତି ଏବଂ ଘଟଣା ସମୟରେ ସେ ବର୍ଡରରେ ନିଯୁକ୍ତ ଥିଲେ । ଏଥି ସହିତ ସୁପ୍ରିମକୋର୍ଟ ମହିଳାଙ୍କୁ କହିଥିଲେ ଯେ ଆପଣ ଅଭିଯୁକ୍ତଙ୍କ ସହ ଆପଣଙ୍କ ନିଜ ଇଚ୍ଛାରେ ହୋଟେଲକୁ ଯାଇଛନ୍ତି ଏବଂ ଆଇଟିବିପିରେ କାର୍ଯ୍ୟରତ ଆପଣଙ୍କ ସ୍ୱାମୀଙ୍କ ଦରମା ମଧ୍ୟ ଏଥିରେ ଖର୍ଚ୍ଚ କରିଛନ୍ତି ।

ଜଷ୍ଟିସ୍ ଡି.ୱାଈ. ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତ ମହିଳାଙ୍କୁ କହିଛନ୍ତି ଯେ “ଆପଣ ଆପଣଙ୍କ ପିଲାମାନଙ୍କୁ ଘରେ ଛାଡିଦେଇ ଅଭିଯୁକ୍ତଙ୍କ ସହ ହୋଟେଲକୁ ଯାଇଥିଲେ । ତାଙ୍କ ସହିତ ରହିବା ପାଇଁ ଆପଣ ସହରରେ ଏକ ଅଲଗା ଘର ମଧ୍ୟ ନେଇଥିଲେ । ଆପଣ ଆପଣଙ୍କ ସ୍ୱାମୀ ପଠାଯାଇଥିବା ଦରମା ଟଙ୍କା ମଧ୍ଯ ଖର୍ଚ୍ଚ କରିଥିଲେ । ବର୍ଡରରେ ନିଯୁକ୍ତ ସେହି ନିରୀହ ଲୋକଟି, ତାଙ୍କ ପତ୍ନୀ ଘରେ କ’ଣ କରୁଛନ୍ତି ତାହା ମଧ୍ଯ ଜାଣିପାରୁନଥିଲା ।

ଜଷ୍ଟିସ ଚନ୍ଦ୍ରଚୂଡ ଆହୁରି ମଧ୍ୟ କହିଛନ୍ତି ଯେ “ଆରୋପ ପତ୍ରରୁ ଏହା ଜଣାପଡିଛି ଯେ ଏହା ଏକ ସମ୍ମତିଭିତ୍ତିକ ସମ୍ପର୍କ । ତେଣୁ ଏହି ବେଞ୍ଚ୍ 2 ଡିସେମ୍ବର 2021 ରେ ହାଇକୋର୍ଟ ଦେଇଥିବା ଆଦେଶରେ କୌଣସି ହସ୍ତକ୍ଷେପ କରିବ ନାହିଁ ।” ଏଥି ସହ ମହିଳାଙ୍କ ଓକିଲ ଆଦିତ୍ୟ ଜୈନ କହିଛନ୍ତି ଯେ ମହିଳାଙ୍କୁ ଅଭିଯୁକ୍ତ ହଇରାଣ ହୋଇଥିଲେ । ତାଙ୍କୁ ରେପ୍ କରିଥିଲେ ଏବଂ ଟଙ୍କା ପାଇଁ ବ୍ଲାକମେଲ ମଧ୍ୟ କରିଥିଲେ ।

ଓକିଲ ତାଙ୍କ ମତ ପ୍ରମାଣ କରିବାକୁ ଯାଇ ବ୍ୟାଙ୍କର କିଛି ଟ୍ରାଞ୍ଜାକ୍ସନ୍ ବିଷୟରେ କହିଥିଲେ । ସେ କହିଛନ୍ତି ଯେ ହାଇକୋର୍ଟ ଅଭିଯୋଗକାରୀଙ୍କ ଯୁକ୍ତିକୁ ବିଚାର କରୁନାହିଁ ।

ଯଦି ଏହି ମାମଲା ସତ୍ୟ ହୋଇଥାଏ ଏବଂ ମହିଳା ଜଣକ ତାଙ୍କ ସୈନିକ ସ୍ୱାମୀଙ୍କ ଟଙ୍କାକୁ ଏହିପରି ଭାବେ ଖର୍ଚ୍ଚ କରିଥାନ୍ତି, ତେବେ ଏହା ଅତ୍ୟନ୍ତ ଲଜ୍ଜାର କଥା ଅଟେ । ପତିପତ୍ନୀଙ୍କ ସମ୍ପର୍କ ବିଶ୍ୱାସ ଉପରେ ଆଧାରିତ । ତାଙ୍କ ମଧ୍ଯରେ ଏପରି ଧୋକା ବହୁତ ଦୁଃଖ ଦିଏ । ତେବେ କେହି ନିଜ ଜୀବନସାଥୀଙ୍କୁ ଏହିପରି ଧୋକା ଦେବା ଉଚିତ୍ ନୁହେଁ ।

Leave a Reply

Your email address will not be published. Required fields are marked *