ବାବା ଭେଙ୍ଗା ଭବିଷ୍ୟବାଣୀ: ପୁଟିନ କରିବେ ସମଗ୍ର ବିଶ୍ୱ ଉପରେ ରାଜ୍, ବାବା ଭେଙ୍ଗା ଋଷ ବିଷୟରେ କରିଥିଲେ ଏହି ଭବିଷ୍ୟବାଣୀ:-

ନାଟୋରେ ସାମିଲ ହେବା ବିଷୟକୁ ନେଇ ଋଷ ଏବଂ ୟୁକ୍ରେନ ମଧ୍ୟରେ ଜବରଦସ୍ତ ଯୁଦ୍ଧ ଚାଲିଛି । ଆମେରିକା ଏବଂ ନାଟୋ ଦେଶଗୁଡିକର ଧମକକୁ ଖାତିର ନକରି ଋଷ ସେନା ୟୁକ୍ରେନର ଅନେକ ଭାଗରେ ଆକ୍ରମଣ କରିଛି । ଏହି ଯୁଦ୍ଧରେ ଋଷର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦବଙ୍ଗ ମନୋଭାବ ସମଗ୍ର ବିଶ୍ୱ ଦେଖୁଛି ।

ବର୍ତ୍ତମାନ ଋଷ ବିଶ୍ଵର ନୂତନ ସମ୍ରାଟ ହେବାକୁ ଯାଉଛି ବୋଲି ବିଶ୍ୱରେ ଚର୍ଚ୍ଚା ହେଉଛି । ଆମେରିକା ଏବଂ ୟୁରୋପର ରାଜ୍ ବର୍ତ୍ତମାନ ଶେଷ ହେବାକୁ ଯାଉଛି କି? ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଷୟରେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଯଦି ଏହି ଭବିଷ୍ୟବାଣୀକୁ ବିଶ୍ୱାସ କରାଯାଏ, ତେବେ ୟୁକ୍ରେନ ଯୁଦ୍ଧ ପରେ ପୁଟିନ ବର୍ତ୍ତମାନ ଦୁନିଆର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ହେବାକୁ ଯାଉଛନ୍ତି ଏବଂ ଋଷ ବିଶ୍ୱକୁ ଶାସନ କରିଵାକୁ ଯାଉଛି ।

ବାବା ଭେଙ୍ଗା ଭବିଷ୍ୟବାଣୀ କହିଥିଲେ ଯେ ଭବିଷ୍ୟତରେ ଋଷ ବିଶ୍ଵର ସମ୍ରାଟ ହେବ ଏବଂ ୟୁରୋପ ଅନାଦି ଭୂମିରେ ପରିଣତ ହେବ । ବାବା ଭେଙ୍ଗା କହିଥିଲେ, ‘ସବୁକିଛି ବରଫ ପରି ତରଳି ଯିବ । କିନ୍ତୁ ଗୋଟିଏ ଜିନିଷକୁ କେହି ଛୁଇଁ ପାରିବେ ନାହିଁ, ତାହା ହେଉଛି ଭ୍ଲାଡିମିରଙ୍କ ଗର୍ବ, ଋଷର ଗର୍ବ । ଋଷକୁ କେହି ଅଟକାଇ ପାରିବେ ନାହିଁ । ବାବା ଭେଙ୍ଗା ଏହା ମଧ୍ୟ କହିଛନ୍ତି ଯେ ଋଷ ସମସ୍ତଙ୍କୁ ନିଜ ରାସ୍ତାରୁ ହଟାଇ ଦେବ ଏଵଂ ବିଶ୍ୱକୁ ଶାସନ କରିବ ।

ବାବା ଭେଙ୍ଗାର ପ୍ରକୃତ ନାମ ଭେଙ୍ଗେଲିଆ ପାଣ୍ଡେଭା ଗୁସ୍ତେରୋବା ଅଟେ । ତାଙ୍କ ଜନ୍ମ 1911 ମସିହାରେ ବୁଲଗେରିଆରେ ହୋଇଥିଲା । ଯେତେବେଳେ ତାଙ୍କୁ 12 ବର୍ଷ ହୋଇଥିଲା, ଭୟଙ୍କର ଝଡ଼ରେ ସେ ତାଙ୍କ ଦୃଷ୍ଟିଶକ୍ତି ହରାଇ ଥିଲେ । ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଏହି ଝଡ ହୁଏତ ତାଙ୍କୁ ଅନ୍ଧ କରିଦେଇଛି କିନ୍ତୁ ଭବିଷ୍ୟତ ଦେଖିବା ପାଇଁ ତାଙ୍କୁ ବିଶେଷ ଶକ୍ତି ଦେଇଛି । ବାବା ଭେଙ୍ଗା 1996 ମସିହାରେ 85 ବର୍ଷ ବୟସରେ ମୁତ୍ୟୁ ବରଣ କରିଥିଲେ ।

ବାବା ଭେଙ୍ଗା ତାଙ୍କ ଜୀବନକାଳ ମଧ୍ଯରେ 5079 ପର୍ଯ୍ୟନ୍ତ ଅନେକ ଭବିଷ୍ୟବାଣୀ କରିଛନ୍ତି । ଏଥିମଧ୍ୟରୁ ଅନେକ ଭବିଷ୍ୟବାଣୀ ଠିକ୍ ବୋଲି ପ୍ରମାଣିତ ହୋଇଛି । ଏଥିମଧ୍ୟରେ ବିଶ୍ଵର ବିଭିନ୍ନ ଦେଶରେ ପଙ୍ଗପାଳ ଆକ୍ରମଣ, ପାନୀୟ ଜଳର ଅଭାବ, ଭୂକମ୍ପ,ସୁନାମି ଭଳି ଅନେକ ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଛି । ସେ ଏହା ମଧ୍ୟ ଭବିଷ୍ୟବାଣୀ କରିଥିଲେ ଯେ 2022 ମସିହାରେ ବିଶ୍ଵ ସମାପ୍ତ ହୋଇଯିବ ।

Leave a Reply

Your email address will not be published. Required fields are marked *