ତୋ ଛୁଆ କାହାର ମୁଁ ଜାଣିନି…. କିନ୍ତୁ ତାର ମୁଁ ଜେଜେ ନୁହେଁ… ଏବେ ନୁହେଁ କି କେବେ ନୁହେଁ: ଦିନେଶଙ୍କ ବାପା।

ତୁ କାହିଁକି ମୋ ଘର ଆଗରେ ମହାଭାରତ କରୁଛୁ। ମୁଁ ତତେ ଜାଣିନି। କି କେବେ ମଧ୍ୟ ଜାଣିବାକୁ ଚେଷ୍ଟା ବି କରିବି ନାହିଁ। ତୁ ମୋ ଘର ଆଗରୁ ଉଠିଯା। ଦିନେଶ ତତେ ଭଲ ପାଉଥିଲା କି ତୁ ଦିନେଶକୁ ଭଲ ପାଉଥିଲୁ ଏ କଥା ବାହାରେ ଥିଲା ତୁ କାହିଁକି ମୋ ଘର ଆଗରେ ଆସି ବସିକି ଆମ ମାନ ସମ୍ମାନ ମାଟିରେ ମିସାଉଛୁ। ତୁ ଆମ ଘର ଆଗରୁ ଉଠିକି ଚାଲିଯା।

ଦିନେଶଙ୍କ ବାପାଙ୍କ ଏ ବ୍ୟବହାର ଆଉ ଢଙ୍ଗ ରଙ୍ଗ ଦେଖଲେ ଲାଗୁନି କି ସେ କେବେ ଦୀପିକାଙ୍କୁ ବୋହୁ ରୂପେ ଗ୍ରହଣ କରିବେ ବୋଲି। ଦୀପିକାଙ୍କୁ ଦେଖିଲେ ଶାଶୁ ମୁହଁ ବୁଲାଇ ଚାଲିଯାଉଥିବା ବେଳେ ଦିନେଶଙ୍କ ବାପା ରା-ଗରେ ଫଁ ଫଁ ହେଉଛନ୍ତି। କେତେବେଳେ ଦୀପିକା ଟା-ଙ୍ଗିଥିବା ଜରି ପାଲ ଫୋ-ପାଡ଼ି ଦେଉଛନ୍ତି ତ ଆଉ କେତେବେଳେ ଦୀପିକା ବସିଥିବା ଚେୟାରକୁ ଫି-ଙ୍ଗି ଦେଉଛନ୍ତି। ହେଲେ ଦିନେଶଙ୍କ ବାପା ଏ କଥା ବୋଧେ ହୁଏ ଜାଣି ସାରିବେନି କି ଦୀପିକା ବି ଛାଡିବା ଝିଅ ନୁହନ୍ତି। ଦୀପିକାଙ୍କୁ ଯେତେ ଅସୁବିଧାରେ ପକାଇଲେ ମଧ୍ୟ ଦୀପିକା ଧାର-ଣାରୁ ଉଠୁ ହିଁ ନାହାଁନ୍ତି। ସେପଟେ ଦୀପିକା ମଧ୍ୟ ସିଧାସଳଖ କହି ସାରିଛନ୍ତି ଏ ଧାରଣା ସେବେ ସରିବ ଯେବେ ସେ ନ୍ୟା-ୟ ପାଇବେ।

ଦୀପିକାଙ୍କ କହିବା ମୁତାବକ DNA ଟେଷ୍ଟ ରି-ପୋର୍ଟ ଅନୁଯାୟୀ ଦୀପିକାଙ୍କ ପିଲାର ବାପା ହେଉଛନ୍ତି ଦିନେଶ ହେଲେ ଦିନେଶ କି ତାଙ୍କ ପରିବାର ଲୋକେ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି। ଆଉ ସେପଟେ ଦିନେଶଙ୍କ ବାପାଙ୍କ ଚାଲି ଚଳଣି ଆଦୌ କହୁ ନାହିଁ କି ଦିନେଶଙ୍କ ବାପା ଦୀପିକାଙ୍କ ଛୁଆକୁ କେବେ ନାତି ବୋଲି ଗ୍ରହଣ କରିବେ।

ଏବେ ନୁହେଁ କି କେବେ ବି ମଧ୍ୟ ନାତି ବୋଲି ଯେମିତି ଗ୍ରହଣ କରିବେ ନାହିଁ ସେଇଭଳି ବ୍ୟବହାର କରୁଛନ୍ତି। ଅନେକ କ-ଷ୍ଟ ଯ-ନ୍ତ୍ରଣା ସହି ଏକ ବର୍ଷର କୁନି ପୁତ୍ରକୁ ଛାଡି ଦୀପିକା ୧୭ ଦିନ ହେଲାଣି ଧାର-ଣାରେ ବସିଛନ୍ତି। ଦୀପିକା କହୁଛନ୍ତି କି ଏମାନେ ପଥର ପାଲଟି ଯାଇଛନ୍ତି ମଣିଷ ହୋଇଥିଲେ ମୋ କ-ଷ୍ଟ ଦେଖି ସେମାନେ କେବେ ହେଲେ ମଧ୍ୟ ସହି ପାରିନଥାନ୍ତେ।କିଛି ନହେଲେ ବି ଘର ବାରଣ୍ଡାରେ ରହିବାକୁ ଅନୁମତି ଦେଇଥାନ୍ତେ।

ମୁଁ କାହା ପାଇଁ ଏଠି ଧାର-ଣାରେ ବସିଛି ମୁଁ କାହା ପାଇଁ ନ୍ୟା-ୟ ମାଗୁଛି ଦିନେଶଙ୍କ ପୁଅ ପାଇଁ,ଦିନେଶଙ୍କ ର-କ୍ତରୁ ଜନ୍ମ ନେଇଥିବା ଛୁଆ ଟା ପାଇଁ। ଭୁଲ ତ ଆମେ ଦୁହେଁ କରିଥିଲେ ହେଲେ କ-ଷ୍ଟ କାହିଁକି ଆମ ଛୁଆ ପାଇବ ଆମ ଭୁଲ ପାଇଁ ସେ କାହିଁକି ଲୋକଙ୍କ ଠାରୁ ନାନା କଥା ଶୁଣିବ।

ଦିନେଶ ତୁମେ ଯଦି ତାକୁ ବାପାର ପରିଚୟ ଦେବ ପୁଅ ବୋଲି ଗ୍ରହଣ କରିବ ତେବେ ସେ ଏ ସମାଜରେ ବଡ଼ ହେଲେ ମୁଣ୍ଡ ଟେକି ବାଟ ଚାଲିବ। କାହିଁକି ନା ତାର କିଛି ବି ଭୁଲ ନାହିଁ ଭୁଲ ଆମ ଦୁହିଁଙ୍କର ଥିଲା। ମୋର ଭୁଲ ଏତିକି ଥିଲା କି ମୁଁ ତୁମ ଛଳନାକୁ ସତ ଭାବିନେଇଥିଲି। ମୁଁ ତୁମ ପ୍ରତରଣାର ପ୍ରେମକୁ ଚିହ୍ନିବାରେ ଭୁଲ କରିଦେଇଥିଲି ଆଉ ମୁଁ କରିଥିବା ଭୁଲ ପାଇଁ ଶାସ୍ତି ମଧ୍ୟ ପାଇସାରିଲିଣି। ୧୭ ଦିନ ଭୋଗୁଛି ତୁମକୁ ଭଲ ପାଇ ଭୁଲ କରିଥିଲି ବୋଲି। ହେଲେ ମୁଁ କିନ୍ତୁ ଚାହୁଁନି ଆମ ପୁଅ ବିନା ଭୁଲରେ କୌଣସି କ-ଷ୍ଟ ପାଉ। ତେଣୁ ମୋ ପୁଅକୁ ବାପାର ପରିଚୟ ଦିଅ ଦିନେଶ।

ଶୁଣିନିଅ ଦିନେଶ ଏ ଧାର-ଣାର ଅନ୍ତ ସେବେ ହେବ ଯେବେ ମୋ ପୁଅକୁ ନ୍ୟା-ୟ ମିଳିବ ଯେବେ ତୁମେ ମୋ ପୁଅକୁ ଗ୍ରହଣ କରିବ ଆଉ ମତେ ସ୍ତ୍ରୀ ଭାବେ ସମ୍ମାନର ସହ ଘରକୁ ନେବ। ତା ପୂର୍ବରୁ କେବେ ବି ହେଲେ ମୁଁ ଏ ଧାରଣାରୁ ହଟିବି ନାହିଁ।

Leave a Reply

Your email address will not be published. Required fields are marked *