ଘରର ଅସୁବିଧା ପାଇଁ ମୁଁ ବାଲି ସିମେଣ୍ଟ କାମ ଠାରୁ ଆରମ୍ଭ କରି ଧାନ ମଧ୍ୟ କରିଛି, ଆଜି ଗୁଲୁଆ ଭାଇଙ୍କ ପାଇଁ ମୋ ପାଖରେ ସବୁକିଛି ଅଛି।

ସମସ୍ତେ ଭାବନ୍ତି ଲୋକକୁ ହସେଇବା ବହୁତ୍ ସହଜ କିନ୍ତୁ ଏଇଟା ଗୋଟେ ଛୋଟ କାମ ନୁହେଁ। ଜଣେ କାନ୍ଦୁଥିବା ଲୋକକୁ ହସେଇବା ବହୁତ୍ କଷ୍ଟ। ସେଥିପାଇଁ ବହୁତ୍ ପରିଶ୍ରମ କରିବାକୁ ପଡେ। ଆମ ଓଡ଼ିଆ ଚଳଚ୍ଚିତ୍ରର ପ୍ରସିଦ୍ଧ କମେଡିଆନ କାଳିଆ ଷଣ୍ଢ ଙ୍କୁ ପ୍ରାୟ ସମସ୍ତେ ଜାଣିଛନ୍ତି କିନ୍ତୁ ତାଙ୍କ ଷ୍ଟ୍ରଗଲ ବିଷୟରେ କେହି ଜାଣି ନାହାଁନ୍ତି ସେଥିପାଇଁ ସେ ନିଜେ ନିଜ ଜୀବନର କିଛି ଅଭୁଲା କାହାଣୀ କହିଛନ୍ତି।

ଷଣ୍ଢ କହିଛନ୍ତି ଯେତେବେଳେ ସେ ଗାଆଁ ରେ ରହୁଥିଲେ ସେ ଗୁଲୁଆଙ୍କ ଭିଡ଼ିଓ ବହୁତ୍ ଦେଖନ୍ତି। ଆଉ ତାଙ୍କ ଭିଡିଓ ଦେଖି ସାରି ସେ ନିଜ ଗାଆଁ ଲୋକଙ୍କୁ ତାଙ୍କ ମିମିକ୍ରି କରି ଦେଖାନ୍ତି। ତାପରେ ଷଣ୍ଢଙ୍କ ମାମୁଁ ପୁଅ ସାନ ଭାଇ ନିହାର ତାଙ୍କୁ ଗୁଲୁଆଙ୍କ ସହ ଭିଡିଓ କରିବାକୁ କହିଲେ। ଆଉ ଗୁଲୁଆଙ୍କ ସହ କଥା ହେବା ପାଇଁ ତାଙ୍କୁ ଗୋଟେ ୱାଟସ ଅପ ଗ୍ରୁପ ରେ ଜଏନ କରିଦେଲେ। ସେଠୁ ସେ ଗୁଲୁଆଙ୍କ ନମ୍ବର ପାଇଁ ଫୋନ୍ କଲେ କିନ୍ତୁ ସେ ଫୋନ୍ ଉଥେଇଲେନି। ସେଥିପାଇଁ ସେ ଓଡ଼ିଆ ଭାଷା ପେଜ୍ ନାମକ ଗୋଟେ ଫେସ୍ ବୁକ୍ ଆଇଡିରୁ ଫୋନ୍ କରି ତାଙ୍କ ସହ କରିବାକୁ କହିଲେ ଆଉ ତାପରେ ଗୁଲୁଆ ନିଜ ସହ ଗୋଟେ ବୁଢ଼ୀ ଲୋକଙ୍କୁ ସାଥିରେ ଧରି ଆସିବାକୁ କହିଲେ।

ତାପର ଦିନ ସକାଳେ ଷଣ୍ଢ କେତେ ବୁଢ଼ୀ ଲୋକଙ୍କୁ ପଚାରିଲେ କେହି ରାଜି ନ ହେବାରୁ ସେ ନିଜ ଜେଜେ ମାଆଙ୍କୁ ମି-ଛରେ ମେଡ଼ିକାଲ କୁ ନେବାକୁ କହି ସୁଟିଂ ସେଟ୍ କୁ ନେଇଗଲେ ଭିଡିଓ କଲେ। ଗୁଲୁଆଙ୍କ ପାଇ ସେ ଆଜି ଏତେ ବାଟରେ ପହଞ୍ଚିଛନ୍ତି ବୋଲି ସେ କହିଲେ। ଗୁଲୁଆ ଟୁକୁନା, ପ୍ରଳୟ, ଅନୁଗୁଲିଆ ବଣ୍ଟି, ଖୋର୍ଦ୍ଧା ଟୋକା ଏମିତି ଅନେକ ପିଲାଙ୍କୁ ବହୁତ୍ ସାହାଯ୍ୟ କରିଛନ୍ତି।

ଷଣ୍ଢ ଯେତେବେଳେ ୟୁଟୁବ୍ ରେ ଭିଡ଼ିଓ କରୁନଥିଲେ ସେତେବେଳେ ସେ ଗୋଟେ ପ୍ରାଙ୍କ ଚ୍ୟାନେଲ ରେ ଆଜ୍ଞା ମାଇଣ୍ଡ କଲେକି ପ୍ରୋଗ୍ରାମରେ କାମ କରନ୍ତି ଏବଂ ଘର ଚଳେଇବା ପାଇଁ ବାପାଙ୍କ ସହ ଧାନ କଟନ୍ତି, ସିମେଣ୍ଟ ବୁହନ୍ତି, ପାଇପ୍ କାମ କରନ୍ତି। ଚ୍ୟାନେଲରେ ପୋଗ୍ରାମ ପାଇଁ ଯିବାକୁ ତାଙ୍କ ଗାଆଁରୁ ଗାଡ଼ି ଯାଇନଥିଲା ସେଥିପାଇଁ ସେ ଘରେ ଗୋଟେ ଗାଡ଼ି ପାଇ କହିଲେ କିନ୍ତୁ ଘର ଲୋକ ମନ କଲେ। ସେଥିପାଇଁ କିଛି ଦିନ ପରେ ସେ ଗୋଟେ ଭଙ୍ଗା ସ୍କୁଟି କହା ଠାରୁ କିଣିକି ଆଣିଲେ।

ସ୍କୁଟି ପଇସା ଦେବା ପାଇ ସେ ଗୋଟେ ଥର ପୋଗ୍ରାମ ମାଲିକକୁ ୫୦୦ ତାଙ୍କ ମାଗିଲେ କିନ୍ତୁ ସେ ବହୁତ୍ କଥା କହି ମାତ୍ର ୩୦୦ ଟଙ୍କା ଦେଲେ । ଆଉ ଗୋଟେ ଥର ଏମିତି ଲୋକଙ୍କ ସହ ପ୍ରାଙ୍କ କରୁ କରୁ ଲୋକ ଆସି ତାଙ୍କୁ ବହୁତ୍ ବଡେଇ ତାଙ୍କ ମୁହଁ ଫଟେଇ ଦେଲେ। ତା ପରେ ପୋଗ୍ରାମ ମାଲିକ ତାଙ୍କ ଦେହ କେମିତି ଅଛି ନ ପଚାରି ତା ପର ଦିନ ସୁଟିଂ ପାଇଁ କହିଲେ ସେଥିପାଇଁ ସେ ସେଠୁ କାମ ଛାଡି ଦେଇ ନିଜେ ଗୋଟେ ଚ୍ୟାନେଲ ଖୋଲିଲେ ଏବଂ ଗୁଲୁଆଙ୍କ ସହ ମିଶି ଭିଡିଓ କଲେ। ଗୁଲୁଆଙ୍କ ଜନ୍ମ ଦିନରେ ସେ ଗୁଲୁଆଙ୍କୁ ଶୁଭ କାମନା ଜଣାଇ ବହୁତ୍ ଧନ୍ୟବାଦ ଦେଇଛନ୍ତି।

Leave a Reply

Your email address will not be published. Required fields are marked *