ବାଉନ୍ସ ଚେକ ଦେଇ ପିଣ୍ଟୁନନ୍ଦଙ୍କୁ ଠକି ଦେଲେ ପ୍ରଯୋଜକ ।

ସାହାଯ୍ୟ କରିବେ କହି ପ୍ରଯୋଜକ ଠ-କି ଦେଲେ । ସାହାଯ୍ୟର ହାତ ବଢ଼ାଇ ପ୍ରଯୋଜକ ହାତ ଫେରାଇ ନେଲେ । ବି-ପଦ ବେଳେ ବାଉନ୍ସ ଚେକ ଦେଇ ଉପହାସ କରିଲେ । ଦୁନିଆରେ ଏମିତିବି ମଣିଷ ଅଛନ୍ତି ଯିଏ ବିପଦ ସମୟରେ ମି-ଛ ସାହାଯ୍ୟ କରି ବାହା ବାହା ନିଅନ୍ତି । ପିଣ୍ଟୁନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ତାଙ୍କ ଚିକିତ୍ସା ପାଇଁ ଯେତେବେଳେ 50 ଲକ୍ଷ ଟଙ୍କାର ଆବଶ୍ୟକତା ଥିବା ଡାକ୍ତର କହିଲେ ସେତେବେଳେ ପିଣ୍ଟୁନନ୍ଦ ହତ ବାକ ହୋଇଯାଇ ସାରା ଓଡିଶା ବାସୀଙ୍କୁ ହାତ ଯୋଡି ଅନୁରୋଧ କରିଥିଲେ କି ତାଙ୍କୁ ସାହାଯ୍ୟ କରିବା ପାଇଁ ।

ସାରା ଓଡିଶା ବାସୀ ପିଣ୍ଟୁନନ୍ଦଙ୍କ ଏପରି ପରିସ୍ଥିତିରେ ସହଯୋଗ ର ହାତ ବଢାଇଥିବା ବେଳେ ପିଣ୍ଟୁନନ୍ଦ ଙ୍କୁ ତାଙ୍କ ସିନେ ଜଗତର ପରିବାରର ଜଣେ ବରିଷ୍ଠ ପ୍ରଯୋଜକ ୫୦ ହଜାର ଟଙ୍କାର ବାଉନ୍ସ ଚେକ ଦେଇ ଏବେ ଚର୍ଚ୍ଚାକୁ ଆସିଛନ୍ତି । ଏଭଳି କିଛି ଖୁଲାସା କରିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ଅଭିନେତା ବବି ମିଶ୍ର ।

ବବି ମିଶ୍ରଙ୍କ କହିବା କଥା ଏମିତି ସମୟରେ ପିଣ୍ଟୁନନ୍ଦଙ୍କୁ ଏପରି ସାହାଯ୍ୟ କରି ଜଣେ ଏତେ ବଡ଼ ଅଭିନେତା ନିଜ ବଡ଼ ହୃଦୟର ପରିଚୟ ଦେଇ ପିଣ୍ଟୁନନ୍ଦଙ୍କ ହାତ ଧରି କହିଯାଇଥିଲେ । ପିଣ୍ଟୁନନ୍ଦ ଙ୍କ ହାତରେ ହିଁ ଚେକ ବଢ଼ାଇ କହିଥିଲେ ମୁଁ ତୁମ ଦାଦା ତୁମେ ମୋ ପୁତୁରା ମୁଁ ତୁମ ସହ ସବୁ ସମୟରେ ଅଛି ତୁମର କିଛି ହେଲେ ମଧ୍ୟ ଅସୁବିଧା ହେବ ନାହିଁ ।

ତେବେ ଏଭଳି କିଛି କହିବା ସମୟରେ ପିଣ୍ଟୁନନ୍ଦ ଚେକ ପ୍ରଦାନ କରିଥିବା ବ୍ୟକ୍ତି ଙ୍କ ନିକଟରେ କୃତଙ୍ଗ ହୋଇଥିଲେ । ହେଲେ ମାତ୍ର ଚେକ ପ୍ରଦାନ କରିବାର ଗୋଟିଏ ଦିନ ପରେ ଜଣା ପଡିଥିଲା କି ପ୍ରଯୋଜକ ଯେଉଁ ଚେକ ଦେଇଛନ୍ତି ତାହା ବାଉନ୍ସ ଚେକ ବୋଲି ଏହା ପରେ ସେହି ଚେକ ସମସ୍ତଙ୍କ ପାଇଁ ସାଜିଥିଲା ଉପହାସ ସଦୃଶ୍ୟ ।

ହେଲେ ସାରା ଓଡିଶାବାସୀଙ୍କ ଆଶୀର୍ବାଦ ଏବଂ ସାହାଯ୍ୟ ସହଯୋଗ ପାଇଁ ପିଣ୍ଟୁନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ରେ ଉନ୍ନତି ଆସିଛି । ବବି ମିଶ୍ରଙ୍କ କହିବା ଅନୁଯାୟୀ ପିଣ୍ଟୁନନ୍ଦ ବର୍ତ୍ତମାନ ଦିଲ୍ଲୀରେ ଚିକିତ୍ସିତ ହେଉଛନ୍ତି । ଦୀର୍ଘଦିନ ଧରି ତାଙ୍କର ଚିକିତ୍ସା ଚାଲିବ । ଆଉ ଓଡିଶାବାସୀଙ୍କ ଆଶ୍ରିବାଦ ଭଲ ପାଇବା ଥିଲେ ପିଣ୍ଟୁନନ୍ଦ ପୁଣିଥରେ ସୁସ୍ଥ ହୋଇ ଫେରି ଆସିବେ ।

ଆଗକୁ ଯଦି ଅଧିକ ଚିକିତ୍ସା ପାଇଁ ଆଉ ସାହାଯ୍ୟ ସହଯୋଗର ଆବଶ୍ୟକତା ପଡ଼େ ତେବେ ସାରା ଓଡିଶାବାସୀଙ୍କୁ ବବି ମିଶ୍ର ଅନୁରୋଧ କରିଛନ୍ତି ସହଯୋଗ କରିବା ପାଇଁ । ତେବେ ବବି ମିଶ୍ର ଗଣମାଧ୍ୟମକୁ ଏପରି କିଛି ପ୍ରତି-କ୍ରିୟା ଦେବା ସମୟରେ କହିଥିଲେ କି ଏପରି ଦୁସମୟରେ ଏମିତି ଲୋକେ ଅଛନ୍ତି ଯେଉଁମାନେ ପିଣ୍ଟୁନନ୍ଦଙ୍କୁ ସାହାଯ୍ୟ କରିବା ଆଳରେ ଉପହାସ କରୁଛନ୍ତି ।

ସେ ଦର୍ଶକ ମାନେ ନୁହଁନ୍ତି ନିଜ ସିନେମା ପରିବାରର କିଛି ଏପରି ଲୋକ ଅଛନ୍ତି । ଗଣମାଧ୍ୟମ ସାମ୍ନାରେ ଏତେ ଟଙ୍କା ସାହାଯ୍ୟ କରୁଛନ୍ତି କହି ବାହା ବାହା ନେଉଛନ୍ତି ହେଲେ ବାସ୍ତବରେ ଦେଖିଲେ ବାଉନ୍ସ ଚେକ । ତେବେ ଟଙ୍କା କେବେ କୌଣସି କାର୍ଯ୍ୟରେ ପ୍ରତିବନ୍ଧକ ସାଜିବ ନାହିଁ । ଆପଣ ମାନେ ଭଗବାନଙ୍କୁ ଡାକନ୍ତୁ କି ପିଣ୍ଟୁନନ୍ଦ ଜଲ୍ଦି ସୁସ୍ଥ ହୋଇ ଯାଆନ୍ତୁ । ତେବେ ପିଣ୍ଟୁନନ୍ଦ ଜାଣିଛନ୍ତି ଓଡିଶାବାସୀଙ୍କ ଆଶୀର୍ବାଦ ତାଙ୍କ ଉପରେ ଅଛି ତେଣୁ ତାଙ୍କର କୌଣସି ଅସୁବିଧା ହେବ ନାହିଁ ।

Leave a Reply

Your email address will not be published. Required fields are marked *