ମୁଁ ଦେଖିଛି କେମିତି ହେଲା ଦୁର୍ଘ-ଟଣା, ସବୁଦିନ ଠାରୁ କାଲି ଟିକେ ଜୋରେ ଆସୁଥିଲା କରୋମଣ୍ଡଳ ଏକ୍ସପ୍ରେସ।

ଗତ କାଲି ସନ୍ଧ୍ୟା ବେଳେ ବାଲେଶ୍ବର ଜିଲ୍ଲାରେ ଏମିତି କିଛି ଘ-ଟିଥିଲା ଯାହାକୁ ଦେଖିଲେ ଆପଣଙ୍କ ହୃଦୟ ଥରି ଉଠିବ। କରୋମଣ୍ଡଳ ଏକ୍ସପ୍ରେସ ଚେନ୍ନାଇ ସେଣ୍ଟ୍ରାଲ ରୁ ବାହାରି ହାୱଡ଼ାର ଶାଲିମାର କୁ ଯାଏ। ଗତକାଲି ରାତି ୩.୧୫ ରେ କରୋମଣ୍ଡଳ ହାୱଡ଼ାର ଶାଲିମାର ଷ୍ଟେ-ସନ୍ ଛାଡ଼ି ପ୍ରାୟ ସନ୍ଧ୍ୟା ୬.୩୦ ସମୟରେ ବାଲେଶ୍ଵରରେ ପହଞ୍ଚିଥିଲା। କିନ୍ତୁ ସେଇ ସମୟରେ କରୋମଣ୍ଡଳ ଏକ୍ସପ୍ରେସ ଲାଇନ ବିଚ୍ୟୁତ ହେଇ ଗୋଟେ ମାଲ ବୁହା ଟ୍ରେନ୍ ସହିତ ଧ-କ୍କା ହେଇଥିଲା।

ବାଲେଶ୍ଵର ବାହାନଗା ଷ୍ଟେସ-ନର ଲେବୁଲ୍ କ୍ରସିଂ ପାଖରେ ଦୁର୍ଘ-ଟନା ହେଲା ବେଳେ ଭାଗବତ ପ୍ରସାଦ ରଥ ସେଇ ଲେବୁଲ୍ କ୍ରସିଂ ଉପରେ ବସିଥିଲେ।ତାଙ୍କ କହିବା ଅନୁସାରେ ସେ ସବୁବେଳେ ସନ୍ଧ୍ୟା ସମୟରେ ତାଙ୍କ ସାଙ୍ଗଙ୍କ ସହିତ ପବନ ଖାଇବାକୁ ଯାଆନ୍ତି। ସେ ଦିନ ସେ ଆଉ ତାଙ୍କ ସାଙ୍ଗ ବସି କଥା ହେଉଥିଲେ ପ୍ରଥମେ ମାଲ୍ ବୁହା ଟ୍ରେନ୍ ୧ ନମ୍ବର ରେ ଯାଉଥିଲା ହଠାତ୍ ଗେଟ୍ ପଡିଲା

ମୁଁ ମୋ ସାଙ୍ଗ ନିରଞ୍ଜନଙ୍କୁ କହିଲି ହାଇ ଏକ୍ସପ୍ରେସ ଆସିବ ବୋଧେ। କିନ୍ତୁ ହଠାତ୍ କରୋମଣ୍ଡଳ ଏକ୍ସପ୍ରେସ ୨ ନମ୍ବର ଲାଇନରୁ ବାହାରି ୧ ନମ୍ବର ମାଲ୍ ବୁହା ଟ୍ରେନ୍ ଉପରେ ଚଢିଗଲା। କିନ୍ତୁ ମତେ ଲାଗିଲା ସବୁଦିନ କରୋମଣ୍ଡଳ ଏକ୍ସପ୍ରେସ ଯେତିକି ସ୍ପିଡ୍ ରେ ଆସେ କାଲି ଟିକେ ଅଧିକ ସ୍ପିଡ୍ ରେ ଆସୁଥିଲା।

ଆମ ଆଖି ଆଗରେ ଏ ସବୁ ଘଟିଗଲା। ଠିକ୍ ସେଇ ସମୟରେ ବେଙ୍ଗାଲୁରୁ-ହାୱରା ସୁପରଫାଷ୍ଟ ଟ୍ରେନ୍ ଆସି କରୋମଣ୍ଡଳ ଏକ୍ସପ୍ରେସରେ ଧ-କ୍କା ହେଇଗଲା। ସେଇ ଧ-କ୍କା ଭିତରେ ଗୋଟେ ବଡ଼ ପଥର ଆସି ମୋ ଦେହରେ ବାଜିଲେ ମୁଁ ତଳେ ବଡିଗଲି। ମୋ ସାଙ୍ଗ ମତେ ଉଠେଇଲା ଆମେ ଦିଜଣ ଘର ଆଡ଼କୁ ଦୌଡ଼ି ପଳେଇଲେ। ରାତି ସାରା ଟ୍ରେନରୁ ଲୋକଙ୍କ ଉ-ଦ୍ଧାର କାମ ଚାଲିଛି କୁଡ଼ା କୁଡା ଶ-ବ ଉ-ଦ୍ଧାର ହେଉଛି। ଆମ ଦୁଇ ଜଣଙ୍କ ଭାଗ୍ୟ ଭଲ ଥିଲା ସେଥିପାଇଁ ଆମେ ବଞ୍ଚିଗଲୁ।

Leave a Reply

Your email address will not be published. Required fields are marked *