ଅନୁଭବ ଙ୍କୁ ବାହା ହେଲେ ଜୁସ ପିଆଇବି ସିଝା ଖୁଆଇବି ।

ମୋ ଧନର ମୁଁ ହେବି ବିଗ ସପୋଟର । ମୋ ଧନ କୁ କେହି କିଛି କହିବ ତ ମୁଁ ବାଘୁଣୀ ଭଳି ତାକୁ ମାଡି ବସିବି। ମୋ ଧନ ଅନୁଭବ ମହାନ୍ତିକୁ ବିବାହ କରିବା ପରେ ତାଙ୍କୁ ବିବାଦରୁ ମୁକ୍ତ କରିବି । ସାରା ଓଡିଶା ବାସୀ ଜାଣନ୍ତି ରାଣୀ ପଣ୍ଡା କେଉଁ ଭଳି ଝିଅ। ମୁଁ ଅନ୍ୟାୟରେ କେବେ କାହାକୁ ଛାଡେନି। ତେଣୁ ମତେ ବାହା ହେବା ପରେ ଅନୁଭବ ମହାନ୍ତି ଆଉ ଚିନ୍ତାରେ ରହିବେ ନାହିଁ। ଅନୁଭବ ମହାନ୍ତିଙ୍କୁ ମୁଁ ଭଲ ପାଏ। ଅନୁଭବ ମହାନ୍ତିଙ୍କୁ ମୁଁ ସ୍ନେହ କରେ।

ମୁଁ ତାଙ୍କୁ ବାହା ହେବା ପରେ କହିବି ଧନ ମଦ ଛାଡି ଦିଅ ଖାଲି ଜୁସ ପିଅ। ମୁଁ ଧନକୁ ଚିକେନ୍ ଖୁଆଇବି,ସିଝା ଖୁଆଇବି । ଏମିତି କେତେ କଣ ନିଜେ ତିଆରି କରି ଖୁଆଇବି । କେବଳ ମୋ ଧନ ମତେ ବିବାହ କରିବାକୁ ରାଜି ହେଲେ ହେଲା । ମୁଁ ଭଗବାନ ଙ୍କୁ ଡାକୁଛି ଅନୁଭବ ମହାନ୍ତିଙ୍କ ସହ ମୋ ଯୋଡିଟାକୁ ଟିକେ ଫିକ୍ସ କରିଦିଅ । ଅନୁଭବ ମାନେ ମୋ ଧନର କଣ୍ଠରେ ମା ସରସ୍ୱତୀ ବିଜେ କରନ୍ତୁ । ମୋ ଧନ ମତେ ବାହା ହେବାକୁ ରାଜି ହେଇ ଯାଉ ।

ଅନୁଭବ ମହାନ୍ତିଙ୍କୁ ନେଇ ରାଣୀ ଏବେ ଦିନରେ ବି ସ୍ୱପ୍ନ ଦେଖିବା ଆରମ୍ଭ କରି ଦେଇଛନ୍ତି । ପ୍ରତ୍ୟକ ମୁହୂର୍ତ୍ତରେ ଗଣମାଧ୍ୟମରେ ଦେଖିବାକୁ ମିଳୁଛି। ରାଣୀ ପଣ୍ଡାଙ୍କ ପ୍ରତିକ୍ରିୟା । ପୂର୍ବରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ୱର୍ଗତଃ ପ୍ରଦୀପ ମହାରଥୀଙ୍କୁ ବିବାହ କରିବାକୁ କହିଥିବା ରାଣୀ ପଣ୍ଡା ଏବେ ହେବାକୁ ଚାହୁଁଛନ୍ତି ଅନୁଭବଙ୍କ ହୃଦୟ ରାଣୀ । ଆଉ ରାଣୀ ପଣ୍ଡା ଏ କଥା ମଧ୍ୟ ଭାବି ସାରିଛନ୍ତି କି ଅନୁଭବ ମହାନ୍ତିଙ୍କୁ ବିବାହ କରିବା ପରେ କଣ କରିବେ ।

ରାଣୀ ପଣ୍ଡା କହିସାରିଛନ୍ତି କି ଅନୁଭବ ମହାନ୍ତିଙ୍କୁ ବିବାହ କରିବା ପରେ ତିନି ଦିନ ପର୍ଯ୍ୟନ୍ତ କଟକ ବାଲିଯାତ୍ରା ପଡ଼ିଆରେ ଏକ ସାଙ୍ଘାତିକ ଭୋଜି କରିବେ । ତିନି ଦିନ ପର୍ଯ୍ୟନ୍ତ ସମସ୍ତଙ୍କୁ ଖୁଆଇବି। ଯିଏ ଆସିବ ସିଏ ଖାଇବ । ଆଉ ଯତେବେଳେ ରାଣୀ ପଣ୍ଡାଙ୍କୁ ଗଣମାଧ୍ୟମ ପ୍ରଶ୍ନ କରିଥିଲେ କି ବିବାହ ପରେ ଅନୁଭବ ମହାନ୍ତିଙ୍କୁ କେଉଁ ଉପହାର ଦେବେ ରାଣୀ ପଣ୍ଡା ଟିକେ ଭାବିକି କହିଥିଲେ କି ସୁନାର ଚପଲ ଗିଫ୍ଟ କରିବେ ।

ଯେହେତୁ ସେ ସୁନା ପ୍ରିୟ ତେଣୁ ସେ ତାଙ୍କ ଧନ ମାନେ ତାଙ୍କ ମନର ମଣିଷ ଅନୁଭବ ମହାନ୍ତିଙ୍କୁ ସୁନାର ଚପଲ ଗୋଟେ ଗିଫ୍ଟ କରିବେ । ତେବେ ରାଣୀ ପଣ୍ଡା ଅନୁଭବ ମହାନ୍ତିଙ୍କୁ ପସନ୍ଦ କରନ୍ତି ଆଉ ଏନେଇ ଯଦି କିଏ ଜଳୁଥିବେ ତେବେ ତାହା ରାଣୀ ପଣ୍ଡାଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରିବ ନାହିଁ । କାରଣ ରାଣୀ ପଣ୍ଡାଙ୍କ ମନକୁ ଯେତେବେଳେ ଯାହା ଆସେ ସେ କହିଦିଅନ୍ତି ।

ଆଉ ରାଣୀ ପଣ୍ଡା ଅନୁଭବ ମହାନ୍ତିଙ୍କୁ ଭଲ ପାଆନ୍ତି କେହି ଯଦି ଏଥିରେ ଜଳି ପୋଡି ପାଉଁଶ ହୋଇଯିବେ ତେବେ ରାଣୀ ପଣ୍ଡା କିଛି କରି ପାରିବେ ନାହିଁ ବୋଲି ମଧ୍ୟ କହିଛନ୍ତି । ସେପଟେ ରାଣୀ ପଣ୍ଡା ନୂଆ ବର୍ଷରେ ମଧ୍ୟ ଶୁଭେଚ୍ଛା ଜଣାଇ କହିଛନ୍ତି କି । ଭଗବାନ ସମସ୍ତଙ୍କୁ ଭଲରେ ରଖନ୍ତୁ ଖୁସିରେ ରଖନ୍ତୁ ଆଉ ଯଦି ପାରିବେ ଭଗବାନ ରାଣୀ ପଣ୍ଡାଙ୍କ ସହିତ ଅନୁଭବ ମହାନ୍ତିଙ୍କୁ ସେଟିଙ୍ଗ କରି ଦିଅନ୍ତୁ ।

ଗଲା କିଛି ଦିନ ହେବ ସାରା ଓଡ଼ିଶାରେ ଗୋଟିଏ କଥା ଅନୁଭବ ମହାନ୍ତି ରାଣୀ ପଣ୍ଡା । ଆଉ ଏହାରି ଭିତରେ ଅନୁଭବ ମଧ୍ୟ ରାଣୀ ପଣ୍ଡାଙ୍କୁ ନେଇ ଯେତେବେଳେ ମୁହଁ ଖୋଲିଲେ ସେତେବେଳେ ରାଣୀ ପଣ୍ଡାଙ୍କ ଦିଲ ଗାର୍ଡେନ ଗାର୍ଡେନ ହୋଇ ଯାଇଛି। କାରଣ ଅନୁଭବ ମହାନ୍ତି କହିଛନ୍ତି । ରାଣୀ ପଣ୍ଡା ଜଣେ ଭଲ ସ୍ତ୍ରୀ ଓ ଭଲ ବୋହୁ ହୋଇ ପାରିବେ ସେ ଦକ୍ଷତା ରାଣୀ ପଣ୍ଡାଙ୍କର ଥିବା ଅନୁଭବ ମହାନ୍ତି କହିଛନ୍ତି। ଆଉ ଏହି କଥା ଶୁଣିବା ପରେ ରାଣୀ ପଣ୍ଡା ଏବେ ଦିନରେ ବି ଦେଖୁଛନ୍ତି ଅନୁଭବ ମହାନ୍ତିଙ୍କ ସ୍ୱପ୍ନ ।

Leave a Reply

Your email address will not be published. Required fields are marked *