କାନ୍ଦିବି ପଛେ ବାହା ହେବିନି । ଏମିତି କିଛି କହିଲେ ମହିଳା । କହିଲେ ଚିକେନ୍ ପକୋଡ଼ା ବିକ୍ରି କରି ମୋ ଝିଅକୁ ମଣିଷ କରିବି ।

ରାଜଧାନୀରେ ଏକ ଛୋଟ ଠେଲାରେ ଚିକେନ୍ ପକୋଡ଼ା ବିକୁଥିବା ରଶ୍ମିତା ଲେଙ୍କା । ରାଜଧାନୀ ଭୁବନେଶ୍ବରର ନୟାପଲ୍ଲୀ ଅଞ୍ଚଳରେ ଏକ ଛୋଟ ଠେଲା ଚିକେନ୍ ପକୋଡ଼ା , ଚିକେନ୍ ଲେଗ ପିସ ଏବଂ ଅଣ୍ଡା ଚପ ବନାଇ ଗ୍ରାହକଙ୍କୁ ହସହସ ମୁହଁରେ ବିକ୍ରି କରିଥାନ୍ତି । ସେ ରାଜନୀତି ବିଜ୍ଞାନରେ ଏମଏ ସମ୍ପର୍କରେ କରିଛନ୍ତି କିନ୍ତୁ ଚିକେନ୍ ପକୋଡ଼ା ବିକୁଛନ୍ତି ।

ତେବେ ରଶ୍ମିତା କେବଳ ତାଙ୍କର ଛଅ ବର୍ଷର ଝିଅର ସ୍ୱପ୍ନ ପୂରଣ କରିବାକୁ ବଞ୍ଚିକି ଅଛନ୍ତି । ନହେଲେ ସେ ଅନେକ ଥର ନିଜ ଜୀବନକୁ ହାରି ଦେବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ଛୋଟ ଝିଅଟେର ବା ଭୁଲ କଣ ? ନିଜ ଝିଅର କଥା ଭାବି ସେ ଚଳିବା ପାଇଁ ଏବଂ ଜୀବନ ବିତାଇବାକୁ ରାସ୍ତା କଡ଼ରେ ଠେଲା ଲଗାଇଛନ୍ତି ।

ଯେଉଁ ସ୍ୱାମୀ ରଶ୍ମିତାଙ୍କ ପାଖରେ ପାଖରେ ରହୁଥିଲେ ଏବଂ ତାଙ୍କୁ ଖୁବ ଭଲ ପାଉଥିଲେ ଆଜି ସେ ଆଉ ଏ ଦୁନିଆରେ ନାହାଁନ୍ତି । ସେ ସବୁଦିନ ପାଇଁ ରଶ୍ମିତା ଏବଂ ତାଙ୍କଟ ଛଅ ବର୍ଷର ଝିଅକୁ ଛାଡ଼ି ଆରପାରିକୁ ଚାଲି ଯାଇଛନ୍ତି । ଦୁଇ ମାସ ତଳେ ଲିଭର ରୋଗରେ ପୀଡ଼ିତ ହୋଇ ତାଙ୍କର ଜୀବନ ଯାଇଥିଲା । ସେଥିପାଇଁ ହିଁ ଆଜି ରଶ୍ମିତା ସବୁ ପୁରୁଷଙ୍କୁ ନେହୁରା ହେଉଛନ୍ତି ଯେ କେହି ମଦ ନପିଅନ୍ତୁ ବୋଲି ।

ଘରେ କେବଳ ଶାଶୁ ଏବଂ ନିଜର ଛୋଟ ଝିଅଟିଏ , ଯିଏକି ଏବେ ପାଠ ପଢ଼ୁଛି । ଝିଅକୁ ବଡ଼ ମଣିଷ କରିବାକୁ ଭାରି ଇଚ୍ଛା ରଶ୍ମିତାଙ୍କର । ସେଥିପାଇଁ ହିଁ ସେ ରାତିଦିନ ଏହି ଛୋଟ ଦୋକାନରେ ପରିଶ୍ରମ କରୁଛନ୍ତି । ତାଙ୍କ ଶାଶୁ ମଧ୍ୟ ଅନେକ ଥର କହିଛନ୍ତି ଯେ ତାଙ୍କୁ ଦ୍ୱିତୀୟ ବିବାହ କରିବାକୁ କିନ୍ତୁ ରଶ୍ମିତା ମନା କରିଛନ୍ତି ।

ରଶ୍ମିତା ୨୦୧୪ ରେ ଭଲପାଇ ବିବାହ କରିଥିଲେ । କିନ୍ତୁ ଜୀବନରେ ଏଭଳି ମୋଡ଼ କେବେ ଆସିବ ବୋଲି ସେ ଭାବି ନଥିଲେ । ଗତ ଦୁଇମାସ ତଳେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା । ରଶ୍ମିତା ନିଜ ଝିଅର ଲୁଚି ଛପି କାନ୍ଦୁଥିବା କଥା ବୁଝି ପାରନ୍ତି । ସେ ତାଙ୍କ ଝିଅକୁ କହିଛନ୍ତି ଯେ ଯେତେବେଳେ ଯାହା ଦରକାର ସେ ନିଜ ମାଙ୍କୁ କହି ପାରିବ ।

ରଶ୍ମିତା କହିଛନ୍ତି ଯେ ତାଙ୍କୁ ସାହାଯ୍ୟ କେହିବି କରିବା ଆବଶ୍ୟକତା ନାହିଁ କିନ୍ତୁ ସେ ଯେଉଁଠି ଦୋକାନ କରିଛନ୍ତି ତାହାକୁ ଯେମିତି କେହିବି ନଉଠାନ୍ତୁ । ନଚେତ ନିଜ ଝିଅର ସ୍ବପ୍ନକୁ ଗଢ଼ିବାର ଆଶା ତାଙ୍କର ପୂରଣ ହୋଇ ପାରିବ ନାହିଁ । ରଶ୍ମିତା ଖୁବ ସାହସୀ ଏବଂ ସେ କହିଛନ୍ତି ଯେ ନିଜ ସ୍ୱପ୍ନ ତାଙ୍କର ସ୍ୱପ୍ନରେ ହିଁ ରହିଗଲା । କିନ୍ତୁ ନିଜ ଝିଅର ସ୍ବପ୍ନକୁ ସେ ନିଶ୍ଚୟ ପୂରଣ କରିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *