ଯଦି ମୋବାଇଲ୍ ନମ୍ବରରେ ୫ ଅଛି ତେବେ ଆପଣ ଚାକିରି କରି ପାରିବେନି, ଜାଣନ୍ତୁ ଏହି ଅଦ୍ଭୁତ ନିୟମ ବିଷୟରେ।

ଗୋଟେ କମ୍ପାନୀର ମାଲିକ ଘୋଷଣା କରିଛନ୍ତି ଯେ ଯେଉଁ ଲୋକଙ୍କର ମୋବାଇଲ୍ ନମ୍ବରର ପଞ୍ଚମ ଅଙ୍କ ୫ ହେଇଥିବ ସେମାନେ କମ୍ପାନୀରେ ଚାକିରି କରିପାରିବେନି। ଏହି ଅଦ୍ଭୁତ ଘୋଷଣା ପରେ ଲୋକମାନେ ରାଗିଯାଇ କମ୍ପାନୀ ବିରୋଧରେ ଅନେକ ଅଭିଯୋଗ କରିଛନ୍ତି।

ଏହି ଘଟଣା ଚୀନର। ଯଦି ଚାକିରି କରିବାକୁ ଚାହୁଁଛନ୍ତି ତେବେ ଫୋନ୍ ନମ୍ବର ପରିବର୍ତ୍ତନ କରିବାକୁ ପଡ଼ିବ ବୋଲି ଶେଞ୍ଜେନ୍ ଶିକ୍ଷା କମ୍ପାନୀର ମାଲିକ ଚାକିରି କରିବାକୁ ଆସିଥିବା ଲୋକଙ୍କୁ କହିଛନ୍ତି।

ଚାକିରି ପାଇଁ ଏହି ବ୍ୟବସ୍ଥା ଗୋଟେ ଅନ୍ଧବିଶ୍ୱାସ ଆଧାରରେ ରଖାଯାଇଛି। ଯଦି ଆପଣଙ୍କ ଫୋନ୍ ନମ୍ବରର ପଞ୍ଚମ ଅଙ୍କ ୫ ତେବେ ଆପଣ ବହୁତ୍ ଭାଗ୍ୟବାନ ସେଥିପାଇଁ ଆପଣ ଚାକିରି କରିପାରିବେ। ଭାଗ୍ୟର ସଙ୍କେତ ଭାବରେ ବିବେଚନା କରାଯାଏ। ୱାଟସ୍ ଅନ୍ ୱାଇବୋ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଏହି ଅଦ୍ଭୁତ ନିୟମରେ ଉନ୍ନତ କୌଶଳ, କାର୍ଯ୍ୟ ଦକ୍ଷତା ଏବଂ ଉଚ୍ଚ ଶିକ୍ଷାର କୌଣସି ଆବଶ୍ୟକତା ନଥିଲା।

ଅଧିକାଂଶ ଲୋକ ଏହି ଘୋଷଣାକୁ ବିରୋଧ କରିଛନ୍ତି। ଜଣେ ୱାଇବୋ ବ୍ୟବହାରକାରୀ ଲେଖିଛନ୍ତି ବର୍ତ୍ତମାନ ଏକବିଂଶ ଶତାବ୍ଦୀ ଚାଲିଛି କିନ୍ତୁ ଏ ପର୍ଯ୍ୟନ୍ତ ଅନ୍ଧବିଶ୍ୱାସୀ ଲୋକ ଆମ ଦେଶରେ ଅଛନ୍ତି। ଏମିତି ଅନ୍ଧବିଶ୍ୱାସୀ ମାଲିକ ଲୋକଙ୍କ ବଦଳରେ ଜଣେ ଜ୍ୟୋତିଷଙ୍କୁ ନିଯୁକ୍ତି ଦେବା ଦରକାର।

କମ୍ପାନୀର ମାଲିକଙ୍କର ଏହି ଘୋଷଣାକୁ କିଛି ଲୋକ ସମର୍ଥନ କରିଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି – ମୋ ମା ମୋତେ କହିଥିଲେ ଯଦି ଫୋନ୍ ନମ୍ବରରେ ୦ ଏବଂ ୫ ନଥାଏ ତେବେ ବହୁତ୍ ଭଲ ସେଥିପାଇଁ ମୁଁ ମୋ ଫୋନ୍ ନମ୍ବରରେ ଗୋଟିଏ ବି ୫ ରଖିନି।

ଜ୍ୟୋତିଷ ଶାସ୍ତ୍ର ଏବଂ ସଂଖ୍ୟାବିଜ୍ଞାନ ବିଶେଷଜ୍ଞ ଜିମେନଜୁନ୍ କହିଛନ୍ତି ଯେ ଚାଇନାର କମ୍ପାନୀଗୁଡିକର ନିଯୁକ୍ତି ଅବସ୍ଥା ପ୍ରାଚୀନ ଚାଇନିଜ୍ ପାଠ୍ୟ ଦ୍ୱାରା ପ୍ରଭାବିତ ହୋଇଛି। ଜିମେନଜୁନ୍ କହିଛନ୍ତି ଯଦି ଫୋନ୍ ନମ୍ବରର ପଞ୍ଚମ ଅଙ୍କ ୫ ରୁହେ ତେବେ ସିନିୟରଙ୍କ କର୍ମଚାରୀଙ୍କ ସହ ସବୁବେଳେ ଝଗଡା ହୁଏ ଯାହାଫଳରେ କମ୍ପାନୀର ବହୁତ୍ କ୍ଷତି ହୁଏ।

ଅନେକ ୱାଇବୋ ବ୍ୟବହାରକାରୀ ସେମାନଙ୍କ ମାଲିକଙ୍କ ଅଜବ ନିୟମ ବିଷୟରେ ୱାଇବୋରେ ନିଜ ନିଜ ମନ୍ତବ୍ୟ ଦେଉଛନ୍ତି। ଜଣେ ଉପଭୋକ୍ତା କହିଛନ୍ତି ଅଫିସ୍ କୁଲରରୁ ପାଣି ପାଇଲେ ତାଙ୍କ ବସ୍ ତାଙ୍କ ଠାରୁ ମାସକୁ ୩୪୫ ଟଙ୍କା ନିଅନ୍ତି।

Leave a Reply

Your email address will not be published. Required fields are marked *