ପିଲାଟି ନାଗ ସାପକୁ ହାତରେ ଧରି ନଚଉଛି, ଦେଖନ୍ତୁ ଏହି ଭୟଙ୍କର ଭିଡିଓ

ସୋସିଆଲ ମିଡିଆରେ ଦିନକୁ ଦିନ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି। କିନ୍ତୁ ଆପଣ ଏମିତି ବିପଜ୍ଜନକ ଭିଡିଓ କେବେ ଦେଖି ନଥିବେ। ଏହି ଭିଡିଓରେ ପିଲାଟି ନିଜ ଜୀବନକୁ ଖାତିର ନ କରି ବିଷାକ୍ତ ସାପକୁ ହାତରେ ଧରୁଛି।

ଏହି ଭିଡ଼ିଓରେ ଆପଣ ଦେଖିବେ ଯେ ଗୋଟେ ପୁଅ ନାଗ ସାପ ସାମ୍ନାରେ ବସିଛି। କିଛି ସେକେଣ୍ଡ ପରେ ପିଲାଟି ନାଗସାପର ଲାଞ୍ଜକୁ ଧରିବାକୁ ଚେଷ୍ଟା କରୁଛି।

ତା’ପରେ ପିଲାଟି ସାପକୁ ହାତରେ ଧରି ଉପରକୁ ଉଠାଉଛି ଏବଂ ସାପକୁ ନଚାଉଛି। ଅନେକ ଲୋକ ପିଲାକୁ ପାଗଳ ବୋଲି କହୁଛନ୍ତି। ଲାଗୁଥିଲା ଯେମିତି ସାପଟି କେତେବେଳେ ପିଲାକୁ କାମୁଡି ଦବ କିନ୍ତୁ ସାପଟି ପିଲାର କିଛି କ୍ଷତି କରିନଥିଲା।

 

View this post on Instagram

 

A post shared by Earth Reels (@earth.reel)

ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି। ଯଦି ପିଲାଟିକୁ ସାପ କାମୁଡି ଦେଇଥାନ୍ତା ତେବେ ଗୋଟେ ସେକେଣ୍ଡରେ ସେ ମରିଯାଇ ଥାନ୍ତା। ସେଥିପାଇଁ ଲୋକମାନେ କହୁଛନ୍ତି ସୋସିଆଲ ମିଡିଆରେ ଭାଇରାଲ ହେବାପାଇଁ ନିଜ ଜୀବନକୁ ବିପଦରେ ପକେଇବା ଠିକ୍ ନୁହଁ।

Leave a Reply

Your email address will not be published. Required fields are marked *