ଯଦି ସ୍ତ୍ରୀକୁ ଛାଡି ଶାଳୀକୁ କୁଣ୍ଡାଇବାରେ ଏତେ ଇଚ୍ଛା ତେବେ କଲେଜ ଛାଡ଼ି ସିନେମାରେ ଅଭିନୟ କରନ୍ତୁ।

ଗତ ଦୁଇ ତିନି ଦିନ ତଳେ କଟକ ଦୋଳଗୋବିନ୍ଦ ବଜ୍ରକିଶୋର ମହାବିଦ୍ୟାଳୟର ପ୍ରିନ୍ସିପାଲ୍ କଲେଜରେ ମଦ ପିଇ ଜଣେ ମ୍ୟାଡ଼ାମଙ୍କୁ କୁଣ୍ଡାଇ ଥିବାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଇଥିଲା। ଭିଡ଼ିଓ ଭାଇରାଲ ହେବା ପରେ କଲେଜର ଛାତ୍ରଛାତ୍ରୀ ମାନେ ପ୍ରିନ୍ସିପାଲଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କଲେଜରେ ତାଲା ପକାଇ ଦେଇଥିଲେ।

କିନ୍ତୁ ପ୍ରିନ୍ସିପାଲ ରାଧାକାନ୍ତ ରାଉତ କହିଥିଲେ ଭିଡ଼ିଓରେ ଥିବା ମ୍ୟାଡ଼ାମ୍ ଜଣଙ୍କ ତାଙ୍କ ସ୍ତ୍ରୀଙ୍କ ସାନ ଭଉଣୀ ଆଉ ତାଙ୍କ ଶାଳୀ ସେଥିପାଇଁ ଆମେ ଏମିତି ଥଟ୍ଟା ମଜା କରୁଥିଲୁ। ପ୍ରିନ୍ସିପାଲଙ୍କ କଥା ଶୁଣି ଫିଲ୍ମ ଅଭିନେତା ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।ସେ କହିଛନ୍ତି ଶିକ୍ଷକଙ୍କୁ ଗୁରୁ ଏବଂ ବିୟାଳୟକୁ ଆମେ ମନ୍ଦିର ବୋଲି ମାନୁ।

ଯେଉ ମନ୍ଦିରରେ ପିଲାଙ୍କ ଭବିଷ୍ୟତ ଗଢା ହେବା ସହିତ ତାଙ୍କୁ ଗୋଟେ ନୂଆ ଜୀବନ ଦିଆଯାଏ।କିନ୍ତୁ ଏଠି କଲେଜ ପ୍ରିନ୍ସିପାଲ ଏତେ ଶିକ୍ଷିତ ଲୋକ ହେଇକି ପିଲାଙ୍କ ଆଗରେ ମଦ ପିଇ ନିଜ ଶାଳୀକୁ କୁଣ୍ଡେଇ ପକାଉଛନ୍ତୀ।ଯଦି କଲେଜର ପ୍ରିନ୍ସିପାଲ ଏମିତି କାମ କରିବେ ତେବେ ପିଲା କଣ କରିବେ। ପିଲା ସେ ପ୍ରିନ୍ସିପାଲଙ୍କ ପାଖରୁ କଣ ଶିଖିବେ। ଯଦି ପ୍ରିନ୍ସିପାଲଙ୍କର ଶାଳୀକୁ କୁଣ୍ଡେଇବାରେ ଏତେ ଇଚ୍ଛା ତେବେ ନିଜ ଘରକୁ ଡ଼ାକିକି ନେଇ ଘର ଭିତରେ କୁଣ୍ଡାଉ ନାହାଁନ୍ତି।

ବିଦ୍ୟାଳୟ ପରି ଗୋଟେ ପବିତ୍ର ଜାଗାକୁ କାହିଁକି ଏମିତି ଖରାପ୍ କାମ କରି ନଷ୍ଟ କରୁଛନ୍ତି। ଯଦି ବୁଢ଼ା ବୟସରେ ସ୍ତ୍ରୀକୁ ଛାଡି ଶାଳୀକୁ କି ଆଉ କାହାକୁ କୁଣ୍ଡାଇବାକୁ ଏତେ ଇଚ୍ଛା ତେବେ ଆମ ସାଥିରେ ଆସି ଫିଲ୍ମ କରନ୍ତୁ କେହି କିଛି କହିବେନି। ଯେତେ ଯାହାକୁ କୁଣ୍ଡେଇବା କଥା କୁଣ୍ଡେଇବେ। ନା ସ୍ତ୍ରୀ କଣ କହିବ ନା କଲେଜ ପିଲା। ଏମିତି ସବୁ କଲେଜରେ ଚାଲୁଥିବ ସେଥିପାଇଁ ସରକାର ସବୁ କଲେଜର ସିସିଟିଭି ଦେଖି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍।

Leave a Reply

Your email address will not be published. Required fields are marked *