ମାସକୁ ୧୦ ହଜାର ଲେଖାଏ ଦେବେ ସୁମିତ, ୧୭ ହଜାର ଟଙ୍କା ଦେବାକୁ ହେଲେ ଅସମର୍ଥ ତେଣୁ କୋଟ ଦେଲା ଏପରି ରାୟ

ସୁମିତ-ତପସ୍ୱିନୀଙ୍କ ପାରିବାରିକ ମାମଲା ଏକ ଭିନ୍ନ ମୋଡ ନେଇଛି। ଜିଲ୍ଲା କୋର୍ଟ ସୁମିତ ଏବଂ ତାପସ୍ୱିନୀ ମାମଲାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ତପସ୍ୱିନୀ ସୁମିତଙ୍କ ଘରେ ରହିବା ନେଇ କୋର୍ଟ କହିଛନ୍ତି। ସୁମିତଙ୍କ ବ୍ରହ୍ମାନଗର ସ୍ଥିତ ଘରେ ତପସ୍ୱିନୀ ରହିବା ନେଇ କୋର୍ଟ ରାୟ ଦେଇଛନ୍ତି। କେବଳ ସେତିକି ନୁହେଁ ତାଙ୍କର ଭରଣପୋଷଣ ପାଇଁ ସୁମିତ ମାସିକ ୧୭ ହଜାର ଟଙ୍କା ଦେବେ ବୋଲି କହିଥିଲେ କୋର୍ଟ। କିନ୍ତୁ ଏଥିରେ ପରିବର୍ତ୍ତନ ଆଣିଛନ୍ତି ମାନ୍ୟବର ହାଇକୋର୍ଟ।

ଦୀର୍ଘ ଦୁଇ ମାସ ଧରି ଶଶୁର ଘର ସାମ୍ନାରେ ଲଢ଼ି ଆସୁଥିବା ତାପସ୍ୱିନୀ ଦାସଙ୍କୁ ଶେଷରେ ନ୍ୟାୟ ମିଳିଛି। ଜଣେ ଜୀବନ ସାଥୀ କରିବାକୁ ଜିଦ୍ ଧରି ଆଇନଗତ ଲଢେଇ ଜାରି ରଖିଥିବା ବେଳେ ଆଉ ଜଣେ କହୁଛି ଆମ ଦୁହିଁ ମନ ଆଉ ମିଶିବନି। ସେ ମୋତେ ବରବାଦ କରିଚାଲିଛି। ମୋ ପରିବାରକୁ ରାଜରାସ୍ତାକୁ ଆଣି ପକାଇଛି ନେଇ କୋର୍ଟରେ ଲଢେଇ କରୁଥିଲେ। ସୁମିତ ଏବଂ ତାପସ୍ୱିନୀଙ୍କ ପାରିବାରିକ ବିବାଦ ଯାହାକି କିଛି ମାତ୍ରାରେ ଥମିଛି। ଏହି ପାରିବାରିକ ହାଇଡ୍ରାମା ଦୀର୍ଘ ଦୁଇ ମାସ ହେବା ଚାଲି ଥିଲା ବର୍ତ୍ତମାନ ସେଥିରେ ବିରାମ ଲାଗିଛି।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ସୁମିତ ଏବଂ ତାପସ୍ୱିନୀ ଦୁହେଁ ପରସ୍ପରକୁ ଭଲ ପାଇ କୋର୍ଟ ମ୍ୟାରେଜ କରିଥିଲେ। ହେଲେ ତାଙ୍କ ମଧ୍ୟରେ ଏପରି କଣ ଘଟିଲା ଯେ ବର୍ତ୍ତମାନ ଯେଉଁ କୋର୍ଟରେ ସେ ଦିନେ ହାତ ଧରିଥିଲେ ଆଜି ସେହି କୋର୍ଟରେ ଦୁହେଁ ଦୁହିଁଙ୍କ ଠାରୁ ଦୂରେଇ ଯିବା ପାଇଁ ଲଢୁଥିଲେ। କେବଳ ସେତିକି ନୁହେଁ ତାପସ୍ୱିନୀ ସୁମିତଙ୍କ ଲଢେଇ ନା କେବଳ କୋର୍ଟରେ ଚାଲିଥିଲା ବରଂ ସୋସିଆଲ ମିଡ଼ିଆରେ ମଧ୍ୟ ଦେଖିବାକୁ ମିଳିଥିଲା।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ତାପସ୍ବିନୀ କୌଣସି ରୋଜଗାର କରୁ ନଥିବାରୁ ତାଙ୍କର ସ୍ୱାମୀଙ୍କ ରୋଜଗାର ଉପରେ ଆଇନଗତ ଅଧିକାର ରହିଛି। ତେଣୁ ତାପସ୍ବିନୀ ଙ୍କ ଭରଣପୋଷଣ ପାଇଁ ୧୭ ହଜାର ଟଙ୍କା ଦେବେ ବୋଲି ଜିଲ୍ଲା କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ହାଇକୋର୍ଟ ଏଥିରେ ପରିବର୍ତ୍ତନ ଆଣିଛନ୍ତି। ସୁମିତଙ୍କ ପକ୍ଷରୁ ଦିଆ ଯାଉଥିବା ଏହି ଭରଣପୋଷଣ ଟଙ୍କାକୁ ହ୍ରାସ କରିଛନ୍ତି। ତେବେ ୧୭ ହଜାର ଟଙ୍କା ନୁହେଁ ବରଂ ୧୦ ହଜାର ଟଙ୍କା ଭରଣପୋଷଣ ବାବଦକୁ ଦେବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହିତ ଦୁହିଁଙ୍କୁ ଏକାଠି କରିବା ପାଇଁ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ତାହା ହେଉଛି ମାସକ ଭିତରେ ଆସ୍କାରେ ଘରଭଡା ନେଇ ସୁମିତ ଓ ତାପସ୍ବିନୀ ଏକାଠି ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କାରଣ ସୁମିତ ଆସ୍କା ରେ ଚାକିରୀ କରିଛନ୍ତି। ତେବେ ଦୁହେଁ ଯେ ପର୍ଯ୍ୟନ୍ତ ଏକାଠି ନ ରହିଛନ୍ତି ସେ ପର୍ଯ୍ୟନ୍ତ ଦୁହିଁଙ୍କ ମଧ୍ୟରେ ବିବାଦ ଲାଗି ରହିବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *