ରାଜବୀର ଙ୍କ ଫଣ୍ଡ ବନ୍ଦ କରିବାକୁ ନେଇ କହିଲେ ମହିଳା ସାମ୍ବାଦିକ , କହିଲେ ତାଙ୍କ ମା କି ମାମୁଁ ଅସଲ ପରିଚୟ ଲୁଚାଇଛନ୍ତି :-

ବର୍ତ୍ତମାନ ସମୟରେ ସାରା ଓଡ଼ିଶାରେ ରାଜବୀର ଙ୍କ ଜୀବନ ବଞ୍ଚାଇବାକୁ ତାଙ୍କ ବାପା ମା କରୁଥିବା ସଂଘର୍ଷ ସବୁଠି ଚାଞ୍ଚଲ୍ୟ ସୃଷ୍ଟି କରୁଛି । ତେବେ ଏହାକୁ ନେଇ ଗତ କିଛିଦିନ ହେବ ଅନେକ ଏପରି ଭିଡ଼ିଓ ଭାଇରଲ ହୋଇଛି ଯାହାଦ୍ୱାରା ଏହି ମାମଲା ବର୍ତ୍ତମାନ ଦ୍ଵନ୍ଦରେ ଅଛି । ବର୍ତ୍ତମାନ ସୁଦ୍ଧା ଅନେକ ଲୋକ ରାଜବୀର ଙ୍କୁ ସାହାଯ୍ୟ ପାଇଁ ଫଣ୍ଡିଂ କରିଛନ୍ତି । କିନ୍ତୁ ଅନେକ ସୂତ୍ରରୁ ଏହା ଜଣା ପଡ଼ିଛି ଯେ ରାଜବୀର ଙ୍କ ମା କହୁଥିବା ସମସ୍ତ ଘଟଣା ମିଛ ବୋଲି ।

ତେବେ ଏହାକୁ ନେଇ ବର୍ତ୍ତମାନ ଆଉ ଏକ ଭିଡ଼ିଓ ଭାଇରଲ ହେଉଛି ଯେଉଁଥିରେ ଜଣେ ମହିଳା ସାମ୍ବାଦିକ ରାଜବୀରଙ୍କ ଫଂଡିଂ ବନ୍ଦ କରାଇ ଦେବେ ବୋଲି ରାଜବୀର ଙ୍କ ମା ଙ୍କୁ କହିଛନ୍ତି । ଏପରି କହିବା ପଛରେ କାରଣ ବିଷୟରେ ଯେତେବେଳେ ତାଙ୍କୁ ପ୍ରଶ୍ନ କରାଯାଇଛି ସେ ସର୍ବସାଧରଣଙ୍କ ସାମ୍ନାରେ ଅନେକ ଖୁଲାସା କରିଛନ୍ତି । ମହିଳା ସାମ୍ବାଦିକ ସୁନିତା ମହାନ୍ତ ଙ୍କ ଅନୁଯାୟୀ ସେ ନିଜେ ରାଜବୀର ଙ୍କ ମା ଙ୍କ ସହିତ ହ୍ଵାଟସ ରେ କଥା ହୋଇ ଫଣ୍ଡିଂ ବନ୍ଦ କରାଇବାକୁ ଧମକ ଦେବା କଥା ସତ ବୋଲ ସ୍ୱୀକାର କରିଛନ୍ତି । ଯାହାର ଏକ ଅଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ମଧ୍ୟ ଭାଇରଲ ହେଉଛି ।

ସୁନିତା ଙ୍କ ଅନୁଯାୟୀ ଭଦ୍ରକ ଜିଲ୍ଲାରେ ତାଙ୍କର କିଛି ସହଯୋଗୀ ମିଶି ରାଜବୀର ଙ୍କୁ ସାହାଯ୍ୟ ପାଇଁ ଏକ ଫଣ୍ଡିଂ କରିଥିଲେ ଯେଉଁଥିରେ ଏବେ ସୁଦ୍ଧା ପାଖାପାଖି ଏକ ଲକ୍ଷ ଟଙ୍କା ଜମା ହୋଇଥିବା କଥା ମଧ୍ୟ କହିଛନ୍ତି । ଏହାପରେ କିଛି ଦିନ ତଳେ ରାଜବୀର ଙ୍କ ବାପା ମଦ ପିଉଥିବାର ଏକ ଭିଡ଼ିଓ ଭାଇରଲ ହେବା ପରେ ସୁନିତା ଙ୍କ ମନରେ ସନ୍ଦେହ ହୋଇଥିବାରୁ ସେ ଏହି ଘଟଣା ବିଷୟରେ ସବୁକିଛି ଜାଣିବାକୁ ଚେଷ୍ଟା କରିଥିଲେ । ତେଣୁ ଫଣ୍ଡିଂ ପାଇଁ ସୋସିଆଲ ମିଡିଆରେ ସେୟାର କରାଯାଇଥିବା ନମ୍ବର ରେ କଲ କରିବା ଦ୍ୱାରା ତାହା ଲାଗି ନଥିଲା ତେଣୁ ସେ ହ୍ଵାଟସ ଏପ ମେସେଜ କରିଥିଲେ ଏବଂ ଆକାଉଣ୍ଟ ଡିଟେଲସ ଦେବାକୁ କହିବା ସହିତ ଅନ୍ୟ ଡକ୍ୟୁମେଣ୍ଟ ମଧ୍ୟ ଦେବାକୁ କହିଥିଲେ ।

ଯାହାର ଉତ୍ତରରେ ରାଜବୀର ଙ୍କ ମା ବ୍ୟାଙ୍କ ଆକାଉଣ୍ଟ ଡିଟେଲସ ଦେବାକୁ ମନା କରି ଦେଲେ । ସୁନିତା ଙ୍କ କହିବା ଅନୁଯାୟୀ ରାଜବୀର ଙ୍କ ମା ଏବଂ ମାମୁଁ ମଧ୍ୟ ବ୍ୟାଙ୍କ ଆକାଉଣ୍ଟ ର ଡିଟେଲସ ଦେବାକୁ ନାରାଜ ହୋଇଛନ୍ତି । ଏହାଦ୍ୱାରା ଅଧିକ ସନ୍ଦେହ ହେବାରୁ ସୁନିତା ଫଣ୍ଡିଂ ବନ୍ଦ କରାଇବାକୁ ଧମକ ଦେଇଛନ୍ତି ବୋଲି ନିଜେ ସ୍ୱୀକାର କରିଛନ୍ତି । ଏନେଇ ସେ ନିଜର ସହଯୋଗୀ ଙ୍କୁ ମଧ୍ୟ ଜଣାଇଥିବା କଥା କହିଛନ୍ତି । ତେବେ ବର୍ତ୍ତମାନ ସମୟରେ ତାଙ୍କର ଦାବି ଏହା ଯେ ଯଦି ଘଟଣା ସତ୍ୟ ହୋଇଥାଏ ତେବେ ତାଙ୍କ ଦ୍ୱାରା କଲେକ୍ଟ ହୋଇଥିବା ଟଙ୍କା ରାଜବୀର ଙ୍କ ଆକାଉଣ୍ଟ ରେ ଜମା କରାଯିବ ।

କିନ୍ତୁ ଘଟଣାରେ ଯଦି କିଛିବି ମିଥ୍ୟା ଥାଏ ତେବେ ସେହି ଫଣ୍ଡିଂ ଅଲଗା ଲୋକଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ କରିବେ ବୋଲି କହିଛନ୍ତି । ଏହା ସହିତ ସେ ସରକାର ଙ୍କୁ ଅନୁରୋଧ କରି କହିଛନ୍ତି ଯେ ରାଜବୀର ମାମଲାରେ କେତେ ସତ୍ୟତା ରହିଛି ତାହାକୁ ତଦନ୍ତ କରିବାକୁ । କାରଣ ଏବେ ସୁଦ୍ଧା ରାଜବୀର ଙ୍କ ପରିବାର ର ଠିକ ପରିଚୟ କାହାକୁ ବି ଜଣା ନାହିଁ ।

Leave a Reply

Your email address will not be published. Required fields are marked *