କଳିଯୁଗ ହୋଇଯିବ ଶେଷ , ମାଡ଼ି ଆସୁଛି ଭୟଙ୍କର ସମୟ , ୨୦୨୫ ମସିହାରେ ସାତ ଦିନ ସାତ ରାତି ହେବ ଅନ୍ଧାର

କୁହାଯାଏ ମାଳିକା ବଚନ ସତ ହେବ । ମାଳିକାରେ ଯାହା ସବୁ ଲେଖା ହୋଇଛି ସେଗୁଡିକ ଗୋଟି ଗୋଟି କରି ସତ ହେବ । ଆଉ ଏହି ପୃଥିବୀ ବିନାଶ ହେବ । ଧ୍ଵଂସ ହୋଇ ଚୁରମାର ହୋଇଯିବ । ଆଉ କେହି ରହିବେ ନାହିଁ ଏ ଧରା ପୃଷ୍ଠରେ । କଳିଯୁଗ ଶେଷ ହୋଇଯିବ । କାହିଁକି ନା ଏ ମଣିଷ ଜାତିର ପାପ ଆଉ ଅଧର୍ମକୁ ଆଉ ଭଗବାନ ସେହି ପାରିବେ ନାହିଁ । ତେଣୁ ଶେଷରେ ସବୁକିଛି ବିନାଶ ହୋଇଯିବ । ମଣିଷ ଜାତି ଲୋପ ପାଇଯିବ ।

ତେବେ ବର୍ତ୍ତମାନ ସମୟରେ ନାସାର ବୈଜ୍ଞାନିକ ମାନେ ଏପରି ଗବେଷଣା କରି କହିଛନ୍ତି । ସେମାନେ କହିଛନ୍ତି କି , ବର୍ତ୍ତମାନ ସୂର୍ଯ୍ୟ ଦେହରେ ଏକ କଳା ଚିହ୍ନ ଦେଖା ଯାଉଛି , ଯାହାକି ସୌର ଝଡ଼ର ମୁଖ୍ୟ କାରଣ ବୋଲି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ଧୀରେ ଧିରେ ଏହି ସୌର ଝଡ ପୃଥିବୀ ଆଡ଼କୁ ମାଡି ଆସୁଥିବା କଥା କୁହାଯାଉଛି । କିନ୍ତୁ ଆମେ ତାହାକୁ ଅନୁଭବ କରି ପାରୁନାହାଁନ୍ତି । ମାତ୍ର ଆଉ କିଛି ବର୍ଷ ପରେ ଆମେ ତାହାକୁ ଅନୁଭବ କରିପାରିବା । ଏହା ଉଗ୍ର ରୂପ ଧାରଣ କରିବ ଆଉ ସମସ୍ତ ସାଟେଲାଇଟକୁ ନଷ୍ଟ କରି ଦେବ।

ଏହାବ୍ୟତୀତ ଧରା ପୃଷ୍ଠରେ ରହିଥିବା ସମସ୍ତ ବିଦ୍ୟୁତ୍ ଦ୍ଵାରା ପରିଚାଳନା ହେଉଥିବା ଜିନିଷକୁ ଏହା ନଷ୍ଟ କରିଦେବ । ଆଉ ଏହି ସୌର ଝଡ଼ ପାଇଁ ବିଦ୍ୟୁତ୍ ସେବା ସବୁ ଦିନ ପାଇଁ ବନ୍ଦ ହୋଇଯିବ ବୋଲି ବୈଜ୍ଞାନିକ ମାନେ କହିଛନ୍ତି । ଯାହା ଫଳରେ ଚାରିଆଡ଼େ ଅନ୍ଧାର ହୋଇଯିବ । ଆଉ ଚାରିଆଡ଼େ ହା ହା କାର କରିଦେବ । ଲୋକ ମାନେ ଅନ୍ଧକାର ଯୋଗୁଁ ପାଗଳ ଭଳି ହୋଇଯିବେ । ଅନ୍ୟ ପକ୍ଷରେ ମାଳିକାରେ ଲେଖା ଯାଇଥିବା କଥା ସତ ହୋଇଯିବ । ଅର୍ଥାତ୍ ଚାରିଆଡ଼େ ଅନ୍ଧକାର ହୋଇଯିବା ଯୋଗୁଁ ଘର ଭିତରକୁ ସମସ୍ତ ଜୀବଜନ୍ତୁ ପ୍ରବେଶ କରିବେ ।

ତେବେ ଏହି ଘଟଣା ଘଟିବା ପାଇଁ ଆଉ ବେଶୀ ଦିନ ସମୟ ଲାଗିବ ନାହିଁ । ଆଉ ମାତ୍ର ଦୁଇ ରୁ ତିନି ବର୍ଷ ପରେ ଏହି ସବୁ ଘଟଣା ସତ ହୋଇଯିବ । ବିଶ୍ଳେଷକ ମାନଙ୍କ କହିବା ଅନୁଯାୟୀ , ୨୫ ମାର୍ଚ୍ଚ ୨୦୨୫ ମସିହାରେ ଏହି ସବୁ ଘଟଣା ଘଟିବ । ପଶ୍ଚିମ ଦିଗରୁ ଅନ୍ଧକାର ମାଡ଼ି ଆସିବ । ଆଉ ଚାରିଆଡ଼େ ଘନ ଅନ୍ଧକାର ହୋଇଯିବ । ଅନ୍ୟ ପକ୍ଷରେ ସମୁଦ୍ର ମଧ୍ୟ ମାଡ଼ି ଆସିବ ଆଉ ଚାରିଆଡ଼େ ଭସାଇ ଦେବ । ତେବେ ବୈଜ୍ଞାନିକ ମାନେ ସାତ ରାତି ସାତ ଦିନ ଅନ୍ଧକାର ହେବା କଥା କହି ନାହାଁନ୍ତି । କେବଳ ପାପର ଭାର ଧରା ପୃଷ୍ଠରେ ଅଧିକ ହୋଇ ଯାଇଥିବା ଯୋଗୁଁ ପୃଥିବୀ ଦିନେ ଧ୍ଵଂସ ହୋଇଯିବ ବୋଲି ମାଳିକାରେ ଉଲ୍ଲେଖ କରାଯାଇଛି ।

Leave a Reply

Your email address will not be published. Required fields are marked *