ଭାରତ ବିଶ୍ଵକପ ହାରିଲା ଆଉ ସେପଟେ ଜୀବନ ହାରିଦେଲା ଦେବ

ସାରା ଭାରତୀୟଙ୍କ ଗୋଟିଏ ପ୍ରିୟ ଖେଳ ହେଉଛି କ୍ରିକେଟ । ଆଉ ଯେତେବେଳେ କ୍ରିକେଟରେ ବିଶ୍ଵକପ ଯୋଡ଼ି ହୋଇଯାଏ ନା ସେତେବେଳେ ପୁରା ଭାରତ ବାସୀ ଆହୁରି ସତେଜ ହୋଇ ଯାଆନ୍ତି । ତେବେ ଚାରି ବର୍ଷ ହେବ ଭାରତୀୟ ମାନେ ଯେଉଁ ବିଶ୍ଵକପକୁ ଅନାଇ ବସିଥିଲେ ତାହା ଶେଷରେ ପହର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିଲା । ଆଉ ଯେଉଁଠି ଉପସ୍ଥିତ ରହିଥିଲେ ଲକ୍ଷ ଲକ୍ଷ ଭାରତ ବାସୀ । ସମସ୍ତେ ଉତ୍କଣ୍ଠାର ସହିତ ଅନାଇ ବସିଥିଲେ ।

ଆଉ ଶେଷରେ ସେହି ମୁହୂର୍ତ୍ତ ଆସି ଯାଇଥିଲା , ଯାହାକୁ କେହି କଳ୍ପନା ମଧ୍ୟ କରି ନଥିଲେ । ତେବେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆକୁ ୨୪୧ ରନ ର ବିଜୟ ଲକ୍ଷ୍ୟ ଦେଇଥିଲା ଭାରତ । ଆଉ ତାହାକୁ ଅତି ସହଜରେ ଜିତି ନେଇଥିଲା ଅଷ୍ଟ୍ରେଲିଆ । ମାତ୍ର ୪୪ ଓଭରରେ ଅଷ୍ଟ୍ରେଲିଆ ୨୪୧ ରନ କରି ନେଇଥିଲା । ଆଉ ଭାରତର ବିଜୟକୁ ଫିକା କରି ଦେଇଥିଲା । ଭାରତ ହାରି ଯାଇଥିଲା । ଆଉ କାନ୍ଦିଥିଲା ପୁରା ଭାରତ ସହିତ ସମସ୍ତେ ଭାରତୀୟ କ୍ରିକେଟ ଟିମ୍ ।

ବିରାଟ କୋହଲି ଏବଂ ରୋହିତ ଶର୍ମା ଆଉ ନିଜ କୋହ ଅଟକାଇ ପାରି ନଥିଲେ । ସେମାନଙ୍କ ଆଖିରୁ ଧାର ଧାର ହୋଇ ବୋହି ଯାଇଥିଲା ଲୁହ । ଆଉ ସେହି ଲୁହକୁ ସହି ପାରି ନଥିଲେ ଜଣେ ସାଧାରଣ ପିଲା ଦେବ ରଞ୍ଜନ । ଆଉ ଶେଷରେ ନିଜ ଜୀବନ ହାରିବାକୁ ମଧ୍ୟ ପଛାଇ ନଥିଲେ । ନିଜ ପ୍ରିୟ କ୍ରିକେଟର ମାନଙ୍କ ଆଖିରୁ ଲୁହ ଝରିବା ଦେଖି ସେ ଆଉ ନିଜ ଜୀବନ ରଖିବାକୁ ଠିକ୍ ବୋଲି ଭାବି ନଥିଲେ । ଆଉ ଶେଷରେ ଜୀବନ ହରାଇ ଦେଇଥିଲେ ।

ତେବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି , ଯାଜପୁର ଜିଲ୍ଲା ବିଞ୍ଜାରପୁର ଥାନା ଅନ୍ତର୍ଗତ ଜରି ପଞ୍ଚାୟତ କୁଲାସାହିରେ । ନୀଳମଣି ଦାସଙ୍କ ସାନ ପୁଅ ଦେବ ରଞ୍ଜନ ଦାସ ଯିଏ ବହୁତ କ୍ରିକେଟ ପ୍ରେମୀ ଥିଲେ ଶେଷରେ ସେହି କ୍ରିକେଟ ପାଇଁ ଜୀବନ ଦେଇ ଦେଲେ । ତେବେ ବର୍ତ୍ତମାନ ସମସ୍ତେ କହିବାରେ ଲାଗିଛନ୍ତି ଅଷ୍ଟ୍ରେଲିଆ ଏହି ପିଲାଟି ପାଖରୁ କିଛି ଶିଖିବା ଉଚିତ୍ । ଯିଏ ନିଜ ଦେଶ ପାଇଁ ଜୀବନ ଦେଇ ଦେଲା । ଏପରି ନୁହେଁ ଯେ , ବିଶ୍ଵକପ ଟ୍ରଫି ପାଇ ତା ଉପରେ ଗୋଡ଼ ଦେଇ ବସିବ ।

Leave a Reply

Your email address will not be published. Required fields are marked *