ଦେଖିବାକୁ ସୁନ୍ଦର ନହେଲେବି କେମିତି ୟୁଟ୍ୟୁବରେ ହେଲେ ଲୋକପ୍ରିୟ , ଏମିତି କିଛି କହିଛନ୍ତି କମେଡିଆନ ସୁନୀଲ…..

ବର୍ତ୍ତମାନ ଓଡ଼ିଆରେ ଏକାଧିକ କଳାକାର ନିଜର କମେଡି କଳା ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି । ଓଡ଼ିଶାରେ ଅନେକ ୟୁଟ୍ୟୁବର ବାହାରିଲେଣି , ଯେଉଁମାନେକି ନିଜର ଅଭିନୟ ଦ୍ୱାରା ଲୋକଙ୍କ ହୃଦୟରେ ରାଜ କରୁଛନ୍ତି । ଆଉ ତା ଭିତରେ କନକ ଲତା ଭାଉଜ ଚରିତ୍ର ମଧ୍ୟ ପ୍ରାୟ ସମସ୍ତଙ୍କୁ ଜଣା ।

ଯେଉଁ ଭିଡ଼ିଓକୁ ଲକ୍ଷ ଲକ୍ଷ ଭିଉ ଆସିବା ସହିତ ଲାଇକ ଏବଂ କମେଣ୍ଟ ମଧ୍ୟ କରିଛନ୍ତି ଦର୍ଶକ । ଆଉ ସେହି ଚରିତ୍ରରେ ଅଭିନୟ କରିଥିବା ବ୍ୟକ୍ତି ହେଉଛନ୍ତି ସୁନୀଲ । ନିଜ ଜୀବନରେ କିଭଳି ସଂଘର୍ଷ କରି ଏଭଳି ଲକ୍ଷ ଲକ୍ଷ ଲୋକଙ୍କ ପ୍ରିୟ ହୋଇ ପାରିଛନ୍ତି ସେ ବିଷୟରେ ସେ ସମସ୍ତଙ୍କ ସାମ୍ନାରେ କହିଛନ୍ତି ।

ସୁନୀଲ ପ୍ରଥମେ ନିଜ ଗାଁରେ ଏକ ଯାତ୍ରା ଦଳରେ କମେଡି କରୁଥିଲେ ଏବଂ ସେହିଠାରୁ ସେ ନିଶ୍ଚିତ କରିଥିଲେ ଯେ ଅଲିଉଡ଼ର ଜଣେ ହିରୋ ହେବେ । ମାତ୍ର ଲୋକେ ତାଙ୍କୁ ଦେଖି କହିଲେ ଯେ ହିରୋ ଚରିତ୍ର ପାଇଁ ସେ ଠିକ ନୁହଁନ୍ତି । ପୁଣି ଏମିତି ଦୁଇଟି ଫିଲ୍ମରେ କମେଡି ଚରିତ୍ରରେ ଅଭିନୟ କରିବା ପରେ ସୁଦ୍ଧା ଲୋକଙ୍କ ପାଖରେ ସେ ପରିଚିତ ହୋଇପାରି ନଥିଲେ । ଆଉ ପରେ ସେ ୟୁଟ୍ୟୁବ ଆସିବା ପରେ ୟୁଟ୍ୟୁବରେ କ୍ୟାରିଅର ବନାଇବାକୁ ନିଷ୍ପତ୍ତି ନେଲେ । ଆଉ ୟୁଟ୍ୟୁବରେ ମଧ୍ୟ ତାଙ୍କ ଜୀବନରେ ଅନେକ ସଂଘର୍ଷ ରହିଥିଲା । ପ୍ରଥମେ ସେ କଣା ଚରିତ୍ରରେ କମେଡି କରି ଲୋକଙ୍କର ଖୁବ ମନୋରଞ୍ଜନ କରିଥିଲେ ।

ଯାହାକୁ ଦର୍ଶକ ବେଶ ପସନ୍ଦ କରିଥିଲେ । ଆଉ ତାପରେ ଯେତେବେଳେ ସେ ମହିଳା ଚରିତ୍ରରେ ଅଭିନୟ କରିବା ଆରମ୍ଭ କଲେ ସେତେବେଳେ ଲୋକେ ତାହାକୁ ଅଧିକ ପସନ୍ଦ କରିବାରେ ଲାଗିଲେ । ଲୋକେ ତାଙ୍କୁ ଦେଖିଲେ କଣା କିମ୍ବା କନକ ଭାଉଜ କହି ମଜାରେ ଡାକନ୍ତି । ତେବେ ବର୍ତ୍ତମାନ କଥା କହିବାକୁ ଗଲେ ତାଙ୍କର ୟୁଟ୍ୟୁବ ଚ୍ୟାନେଲରେ ଲକ୍ଷ ଲକ୍ଷ ପ୍ରଶଂସକ ରହିଛନ୍ତି । କନକ ଲତା ଚରିତ୍ରରେ ଅଭିନୟ କରିବା ପରେ କାଳିଆ ଷଣ୍ଢ ଏବଂ ସୋନୁ ମୋନୁ କିଭଳି ପ୍ରେଙ୍କ କଲ କରି ତାଙ୍କୁ ଶୋଧିଥିଲେ ସେ ବିଷୟରେ ମଧ୍ୟ ସେ କହିଛନ୍ତି । ସୁନିଲ ବିବାହିତ ଏବଂ ତାଙ୍କ ପତ୍ନୀ ତାଙ୍କୁ ୟୁଟ୍ୟୁବରେ ଖୁବ ସପୋର୍ଟ କରୁଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *