ଝିଅର କଳା ହେବା ସାଜିଲା କାଳ , ଘର ଆଗରେ ବସିଛନ୍ତି ମାଆ ଆଉ ଝିଅ

ନିଜର ବୋଲି ଭୁଲିଗଲା ବାପା । ନିଜ ଝିଅକୁ କଲା ପର । ଝିଅର ରଙ୍ଗ ସାଜିଲା କାଳ । ବାପାକୁ ଦରକାର ଥିଲା ଗୋରୀ ଝିଅ ଆଉ ସ୍ତ୍ରୀ । କିନ୍ତୁ ସବୁକିଛି ଓଲଟା ହୋଇଗଲା । ସୁନ୍ଦରତା କୁ ଦେଖିଲା ବାପା । ଆଉ ନିଜ ଝିଅକୁ କରି ଦେଲା ପର । ନିଜ ଝିଅକୁ ଅନାଇଲା ନାହିଁ ବାପା । ତେବେ ଏପରି ଘ-ଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟବସ୍ତୁ ପାଲଟି ଯାଇଛି ।

ନିଜ ଜନ୍ମ କଲା ଝିଅ ପାଇଁ କିପରି ଜଣେ ବାପା ରା-କ୍ଷସ ସାଜି ପାରିଲା । ତେବେ ଏପରି ଘ-ଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସିଂଲା ଥା-ନା ଅନ୍ତର୍ଗତ ତାଡଦା ଗ୍ରାମରେ । ତେବେ ଏହି ଗ୍ରାମର ଚନ୍ଦନ ଦାସ ନାମକ ଜଣେ ବ୍ୟକ୍ତି ୨୦୧୩ ମସିହାରେ ବସ୍ତା ଥା-ନା ଅନ୍ତର୍ଗତ ଜ୍ୟୋସ୍ନା ଦାସଙ୍କୁ ବିବାହ କରିଥିଲେ । ଆଉ ବିବାହର ଦୁଇ ବର୍ଷ ପରେ ଗୋଟିଏ ଝିଅ ଜନ୍ମ ହୋଇଥିଲା । କିନ୍ତୁ ଝିଅ କଳା ବୋଲି ବାପର ସମସ୍ୟା ଥିଲା ।

ତେଣୁ ସେ ନିଜ ସ୍ତ୍ରୀ ଆଉ ଝିଅଙ୍କୁ ଭଲ ନ ପାଇ ବାହାରେ ବମ୍ବେରେ ଜଣେ ଝିଅକୁ ଭଲ ପାଉଥିଲେ ବୋଲି ତାଙ୍କ ସ୍ତ୍ରୀ ଜ୍ୟୋସ୍ନା କହିଛନ୍ତି। ତେବେ ସେ ଏପରି ବାପା କି , ନିଜ ଝିଅକୁ ଖାଇବାକୁ ନ ଦେଇ ଆଉ ଗାଆଁ ର ପିଲାଙ୍କୁ ଖାଇବାକୁ ଦେଇଥାନ୍ତି ବୋଲି ତାଙ୍କ ସ୍ତ୍ରୀ କହିଛନ୍ତି ଆଉ ତାଙ୍କ ଝିଅ କା-ନ୍ଦି କା-ନ୍ଦି ଆସି ଏହି କଥା ତାଙ୍କ ମାଆ ପାଖରେ କହିଥାଏ । ଏପରିକି ଝିଅର ଦେହ ଖରାପ ହେବା ପରେ ତାର ବାପା ତାକୁ ହସ୍ପିଟାଲ ନେଇ ନଥିଲେ ।

ଗାଆଁର ଜଣେ ବ୍ୟକ୍ତିଙ୍କ ସାହାଯ୍ୟରେ ଜ୍ୟୋସ୍ନା ନିଜ ଝିଅକୁ ଡ଼ାକ୍ତର ପାଖକୁ ନେଇଥିଲେ ଆଉ ତାପର ଦିନ ଘରକୁ ଫେରି ଘରେ ପଶିବାକୁ ଚେଷ୍ଟା କରିଥିଲେ କିନ୍ତୁ ଗେଟ୍ ରେ ତାଲା ପକାଇ ଦେଇଥିଲେ ଚନ୍ଦନ । ଆଉ ତାପରେ ମା ଝିଅ କା-ନ୍ଦି କା-ନ୍ଦି ମନ୍ଦିରରେ ଯାଇ ଆଶ୍ରୟ ନେଇଥିଲେ । ତେବେ ଏ ବାବଦରେ ଚନ୍ଦନ କହିଛନ୍ତି କି , ଜ୍ୟୋସ୍ନା ତାଙ୍କ ବାପା ମାଆଙ୍କର ଯତ୍ନ ନିଅନ୍ତି ନାହିଁ , ସେ ଆଉ ଗୋଟିଏ ପୁଅକୁ ଭଲ ପାଆନ୍ତି ।

Leave a Reply

Your email address will not be published. Required fields are marked *