ନିର୍ବନ୍ଧ ସରିଲା ଦୁଇ ଓଡ଼ିଆ ଅଭିନେତ୍ରୀଙ୍କର ।

ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ଓଡ଼ିଆ ଅଭିନେତ୍ରୀ ରିୟା ଦେ। ରିୟାଙ୍କ ଜୀବନରେ ସୁନେଲି ରଙ୍ଗ ବୁଣି ରିୟାଙ୍କ ଜୀବନକୁ ସୁନେଲି ସୁନେଲି କରିବେ ଜୀବନ ସାଥି ହେବାକୁ ଯାଉଥିବା ସୁନୀଲ କୁମାର। ବନ୍ଧୁଗଣ ଅଭିନେତ୍ରୀ ରିୟା ଦେ ଓଡ଼ିଆ ସିନେ ଜଗତର ଏକ ଉଜ୍ଜ୍ୱଳମୟୀ ତାରକା।

କ୍ରିମିନାଲ ଫିଲ୍ମ ମାଧ୍ୟମରେ ଓଡ଼ିଆ ସିନେ ଜଗତରେ ଅରିଂଦମଙ୍କ ବିପକ୍ଷରେ ନଜର ଆସିଥିବା ଏହି ଅଭିନେତ୍ରୀ ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ନଜର ଆସିଛନ୍ତି। ପ୍ରେମ ଅଢେ଼ଇ ଅକ୍ଷର,ଗୋଲାପୀ ଗୋଲାପୀ ଏପରି ଅନେକ ସୁପର ହିଟ ଫିଲ୍ମି ଓଡ଼ିଆ ସିନେ ଜଗତକୁ ଭେଟି ଦେଇଛନ୍ତି। ହେଲେ ବନ୍ଧୁଗଣ ବର୍ତ୍ତମାନ ଅଭିନେତ୍ରୀ ରିୟାଙ୍କର ନିର୍ବନ୍ଧ ସାରିଥିବା ବେଳେ ସେ କାହାକୁ ବିବାହ କରିବାକୁ ଯାଉଛନ୍ତି ଆସନ୍ତୁ ଜାଣିବା। ଓ ଜାଣିବା ଆଉ କେଉଁ ଅଭିନେତ୍ରୀଙ୍କର ସେହି ସମାନ ଦିନରେ ନିର୍ବନ୍ଧ ହୋଇଛି।

ବନ୍ଧୁଗଣ ଲିପ୍ସା ମିଶ୍ରଙ୍କୁ ତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କାରଣ ଲିପ୍ସା ମିଶ୍ର ଘରେ ଘରେ ପରିଚିତ ଧାରା ବାହିକ କିଛି ଲୁହ ପିଇଯାଏ ଓଠରେ ମୁଖ୍ୟ ଭୂମିକାରେ ଅଭିନୟ କରି ସାଉଁଟି ଥିଲେ ଦର୍ଶକଙ୍କ ଭଲ ପାଇବା ଆଉ ଏହା ପରେ ସେ ଅନେକ ଚଳଚିତ୍ରରେ ନଜର ଆସିଥିଲେ। କେବଳ ଚଳଚିତ୍ର ନୁହେଁ ଘରୋଇ ଟିଭି ଚ୍ୟାନେଲ ରେ ପ୍ରସାରିତ ଅନେକ ଧାରା ବାହିକରେ ମଧ୍ୟ ନଜର ଆସିଥାନ୍ତି।

ତେବେ ଗୋଟିଏ ଦିନରେ ଅଭିନେତ୍ରୀ ରିୟା ଦେ ଓ ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କର ନିର୍ବନ୍ଧ ସରିଛି। ଏବେ ଦୁହେଁ ଜୀବନର ଆଉ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି। ନୂଆ ପରିବାର ନୂଆ ଜୀବନକୁ ନେଇ ସେମାନେ ବହୁତ ଖୁସି ଅଛନ୍ତି। ତେବେ ଦୁଇ ଅଭିନେତ୍ରୀ ଓଡ଼ିଶାର ଘରେ ଘରେ ବେଶ ପରିଚିତ ଥିବା ବେଳେ ଦୁହିଙ୍କୁ ସମସ୍ତେ ଖୁବ ଭଲ ପାଆନ୍ତି।

ଏବେ ଓଲିଉଡ ଜଗତରେ ଆରମ୍ଭ ହୋଇଛି ବିବାହର ଋତୁ। ଆଉ ଯାହା ସୂଚନା ମିଳୁଛି କି ଖୁବଶୀଘ୍ର ଘୋଷଣା ହେବ ଅଭିନେତ୍ରୀ ଲିପ୍ସା ଓ ରିୟା ଦେଙ୍କ ବିବାହର ତାରିଖ। ଯେଉଁ ଦିନ ମଥାରେ ସିନ୍ଦୂର ପାଦରେ ଅଳତା ଆଉ ହାତରେ ସଙ୍ଖା ପିନ୍ଧି ନୂଆ ନୂଆ ବୋହୁ ସାଜି ବେଦୀ ଉପରେ ବସିବେ ଦୁଇ ଅଭିନେତ୍ରୀ। ସେହି ଦିନକୁ କେବଳ ଲିପ୍ସା ମିଶ୍ର କି ରିୟା ଦେ ଏହି ଦୁଇ ଜଣ ଅପେକ୍ଷା କରି ନାହାଁନ୍ତି ବରଂ ସାରା ଓଡିଶା ବାସୀ ଅପେକ୍ଷା କରିଛନ୍ତି ଏହି ଦିନକୁ। କାରଣ ଦୁହେଁ ଖୁବ ପରିଚିତ ଥିବା ବେଳେ ଲୋକେ ସେମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ମଧ୍ୟ ଉତ୍ସାହ ପ୍ରକାଶ କରିଥାନ୍ତି।

ତେବେ ଏହାରି ଭିତରେ ଦୁହିଁଙ୍କ ଜୀବନ ସାଥି ବର ବେଶରେ ଆସି ଦୁହିଁଙ୍କୁ ସବୁଦିନ ପାଇଁ ନିଜର କରି ନେବେ। ସାତ କଳସୀ ଆଠ ଦୀପକୁ ସାକ୍ଷୀ ରଖି ଦୁହିଁଙ୍କୁ ନିଜର ଜୀବନ ସାଥି କରିବେ ଆଉ ସାତ ଜନ୍ମ ପାଇଁ ଦୁହେଁ ଦୁହିଁଙ୍କର ସାଥି ହେବେ।

ତେବେ ଅଭିନେତ୍ରୀ ରିୟାଙ୍କ ନିର୍ବନ୍ଧରେ ଦୁଇ ପରିବାର ଉପସ୍ଥିତ ଥିବା ଦେଖିବାକୁ ମିଳିଥିବା ବେଳେ ରିୟାଙ୍କ ଭଉଣୀ ରିୟାଙ୍କ ବିବାହରେ ବେଶ ଖୁସି ଥିବା ଦେଖିବାକୁ ମିଳିଛି। ରିୟାଙ୍କ ମନର ମଣିଷ ରିୟାଙ୍କୁ ମୁଦି ପିନ୍ଧାଇ କେକ ଖୁଆଇ ଥିବା ବେଳେ ରିୟା ମଧ୍ୟ ତାଙ୍କ ସାଥୀଙ୍କୁ ମୁଦି ପିନ୍ଧାଇ ଥିଲେ ଆଉ କେକ ଖୁଆଇ ଥିଲେ ତେବେ ଠିକ ସେହିଭଳି ଲିପ୍ସା ମଧ୍ୟ ତାଙ୍କ ଜୀବନ ସାଥୀଙ୍କୁ ମୁଦି ପିନ୍ଧାଇ କେକ ଖୁଆଇଥିବା ଦେଖିବାକୁ ମିଳିଛି।

ତେବେ ଏବେ କେବଳ ସେହି ଦିନକୁ ଅପେକ୍ଷା କେବେ ଲିପ୍ସା ମିଶ୍ର ବିବାହ କରିବେ। ଓ ବିବାହ ବନ୍ଧନରେ ଆବଦ୍ଧ ହେବେ। ସେପଟେ ଲୋକେ କହୁଛନ୍ତି କି ଓଡ଼ିଆ ସିନେ ଜଗତରେ ଏବେ ଚାଲିଛି ବିବାହର ଋତୁ। ଏବେ ଏହି ଦୁଇ ଅଭିନେତ୍ରୀଙ୍କ ପରେ ଆଗକୁ ଆଉ କିଏ କିଏ ସାମ୍ନାକୁ ଆସୁଛନ୍ତି ଓ ବିବାହ କରୁଛନ୍ତି ତାହା ଉପରେ ସାରା ଓଡିଶାବାସୀଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *