ଯଦି ମୁଁ ଆଗ ଖୋଲିବି ମତେ ସମ୍ଭାଳି ପାରିବ ତ : ରାଣୀ ପଣ୍ଡା

ଆସୁଛି ଯାତ୍ରା ସ୍ୱର୍ଣ୍ଣ ମନ୍ଦିରରେ ଶହେ ହାତୀକୁ ଶହେ ଘୋଡା ଏକା ଲଢ଼ିବେ ରାଣୀ ପଣ୍ଡା। ନିଜ ଜୀବନ କାହାଣୀ ଉପରେ ଆଧାରିତ ଏହି ନାଟକ ଟି ଲୋକଙ୍କ ବେଶ ଭଲ ଲାଗିବ ବୋଲି ରାଣୀ ପଣ୍ଡା କୁହନ୍ତି। ତେବେ ରାଣୀ ପଣ୍ଡା ତାଙ୍କ ଅନୁଷ୍ଠାନ ଏହି ଯାତ୍ରାକୁ ଖଣ୍ଡଗିରିରେ ଅନୁଷ୍ଠିତ କରିବାର ଯୋଜନା ରଖିଛନ୍ତି କାରଣ ରାଣୀ ପଣ୍ଡା କୁହନ୍ତି ଖଣ୍ଡଗିରି ଏପରି ଏକ ସ୍ଥାନ ଯେଉଁଠିକୁ ଓଡ଼ିଶାର ସମସ୍ତ ସ୍ଥାନରୁ ଲୋକେ ଆସନ୍ତି ଯାତ୍ରା ଦେଖିବା ପାଇଁ ତେଣୁ ରାଣୀ ପଣ୍ଡାଙ୍କୁ ଭଲ ପାଉଥିବା ପ୍ରତ୍ୟକଟି ମଣିଷ ଏହି ନାଟକ ଦେଖିବା ପରେ ରାଣୀ ପଣ୍ଡାଙ୍କ ଜୀବନ କେତେ ସଂଘର୍ଷ ମୟ କେତେ ବିବାଦ ପୂର୍ଣ୍ଣ।

ରାଣୀ ପଣ୍ଡାଙ୍କ ଜୀବନରେ କେବଳ ସୁଖ ଅଛି ନା ଦୁଃଖ ଅଛି ତାହା ଦର୍ଶକ ଜାଣି ପାରିବେ। ତେବେ ରାଣୀ ପଣ୍ଡା କୁହନ୍ତି ତାଙ୍କୁ ଖଣ୍ଡଗିରି ଯାତ୍ରାକୁ ବାରଣ କରାଯାଇଥିଲା ଯାହା ଫଳରେ ତାଙ୍କ ଅନୁଷ୍ଠାନର ଦୁଇ ଶହ କଳାକାର ଙ୍କ ପେଟରେ ଲାତ ମରାଯାଇଥିଲା। ଏଥର ଯେହେତୁ ତାଙ୍କ ଜୀବନ ଉପରେ ଏକ ନାଟକ ପର୍ଯ୍ୟବେସିତ ହେବାକୁ ଯାଉଛି ତେଣୁ ରାଣୀ ପଣ୍ଡା ସମସ୍ତଙ୍କୁ ଅନୁରୋଧ କରିଛନ୍ତି ନାଟକ ଟି ଦେଖିବାକୁ ଆସନ୍ତୁ ଆଉ ରାଣୀ ପଣ୍ଡାଙ୍କ ଜୀବନ କେତେ ସଂଘର୍ଷ ପୂର୍ଣ୍ଣ ତାହା ଜାଣନ୍ତୁ।

ଆଉ ରାଣୀ ପଣ୍ଡା କହିଛନ୍ତି କି ଯଦି ଏଥର ତାଙ୍କୁ କିମ୍ବା ତାଙ୍କ ଅନୁଷ୍ଠାନକୁ ଖଣ୍ଡଗିରି ବାରଣ କରାଯାଏ ତେବେ ସେ ଦିନେ ଖଣ୍ଡଗିରିରେ ପଛ ଖୋଲିଥିଲେ ଯାହାକୁ ନେଇ ଖଣ୍ଡଗିରି ଗରମ ହୋଇଯାଇଥିଲା ଆଉ ସେମିତି ସମୟ ଆସିଲେ ରାଣୀ ପଣ୍ଡା ଆଗ ଖୋଲିଦେବେ ବୋଲି କହିଛନ୍ତି। ତେବେ ଯେତେବେଳେ ଟ୍ରାଫିକ ଜାମ ହେବ ଆଉ ଯାହା ଯାହା ହେବ ସେତେବେଳେ ସମ୍ଭାଳି ପାରିବାର ଅଛି।

ଯେତେବେଳେ ରାଣୀ ପଣ୍ଡା ଆଗ ଖୋଲିବ ସେତେବେଳେ ସମ୍ଭାଳି ପାରିବେ ତ ବୋଲି ରାଣୀ ପଣ୍ଡା ପ୍ରଶ୍ନ କରିଥିଲେ। ଆଉ ହଁ ପରେ ରାଣୀ ପଣ୍ଡାଙ୍କୁ ଆଉ ଦୋଷ ଦେବନି ବୋଲି ରାଣୀ ପଣ୍ଡା ଗଣମାଧ୍ୟମରେ ସିଧାସଳଖ କହିଛନ୍ତି। ରାଣୀ ପଣ୍ଡା କାହାକୁ ଭୟ କରେନି କାରଣ ରାଣୀ ପଣ୍ଡା କାହାର ଖାଇନି କି କାହାର ଧାର ଧାରିନି। ନିଜ ଗୋଡ଼ରେ ସେ ନିଜେ ଛିଡା ହୋଇଛି ତେଣୁ ରାଣୀ ପଣ୍ଡା ସହ ଲାଗିଲେ ସେ ଛାଡିବନି ବୋଲି ରାଣୀ କହିଛନ୍ତି।

ରାଣୀ ପଣ୍ଡା କହିଛନ୍ତି କି ସେ କାହାକୁ ଭୟ କରନ୍ତି ନାହିଁ। କାରଣ ରାଣୀ ପଣ୍ଡା ନିଜେ ପରିଶ୍ରମ କରି ନିଜ ଗୋଡ଼ରେ ଛିଡା ହୋଇଛନ୍ତି ତେଣୁ ରାଣୀ ପଣ୍ଡା ଙ୍କ ସହ ଲାଗିଲେ ଯାହା ହେବ ଯିଏ ସମ୍ଭାଳି ପାରିବ ସେ ରାଣୀ ପଣ୍ଡାଙ୍କ ସହିତ ଲାଗନ୍ତୁ ବୋଲି ରାଣୀ ପଣ୍ଡା କହିଛନ୍ତି। ରାଣୀ ପଣ୍ଡାଙ୍କ ସହ ଯିଏ ଲାଗିବ ତାଙ୍କର କେହି କିଛି କରି ପାରିବେ ନାହିଁ କାରଣ ରାଣୀ ପଣ୍ଡାଙ୍କ ସାଥିରେ ଗରିବ ଲୋକଙ୍କୁ ଆଶ୍ରିବାଦ ସ୍ନେହ ମମତା ଅଛି।

ସେ କାହାର ଅନିଷ୍ଟ ଚିନ୍ତା କରନ୍ତି ନାହିଁ ତେଣୁ ତାଙ୍କ ଉପରେ ସମସ୍ତଙ୍କର ଆଶ୍ରିବାଦ ଅଛି ତାଙ୍କର କେହି ଅନିଷ୍ଟ କରିବାକୁ ଚିନ୍ତା କଲେ ମଧ୍ୟ ସେ କେବେ ସଫଳ ହେବ ନାହିଁ ବୋଲି ରାଣୀ କହିଛନ୍ତି। ତେବେ ଏତେ ପରେ ବି ଯଦି କେହି ରାଣୀ ପଣ୍ଡାଙ୍କ ସାଥିରେ ଲାଗେ ତେବେ ରାଣୀ ପଣ୍ଡାଙ୍କୁ ସମ୍ଭାଳିବ ବୋଲି ମଧ୍ୟ ସେ କହିଛନ୍ତି।

ଏତେ ପରେ ବି ଯଦି ରାଣୀ ପଣ୍ଡାଙ୍କୁ ଖଣ୍ଡଗିରିକୁ ବାରଣ କରାଯାଏ ତେବେ ସେତେବେଳେ ରାଣୀ ପଣ୍ଡାଙ୍କ ରୂପ ଦେଖିବ ଖଣ୍ଡଗିରି, ପୋଲିସ ପ୍ରଶାସନ,ଯାତ୍ରାବାଲା ଦେଖିବେ ଆଉ ଯେଉଁ ମାନେ ରାଣୀ ପଣ୍ଡା ପଛରେ ଲାଗିଛନ୍ତି ସେ ମଧ୍ୟ ଦେଖିବେ। ଆଉ ପରେ କହିବେନି କାହିଁକି ମୁଁ ଉତୁପାତ ହେଲି ମୁଁ କାହା ସାଥିରେ ଆଗ ଲାଗେନି ମୋ ସାଥିରେ ଯିଏ ଲାଗେ ମୁଁ ବି ତାକୁ ଛାଡେନି।

ଚଳିତ ଥର ଖଣ୍ଡଗିରିରେ ରାଣୀ ପଣ୍ଡାଙ୍କ ଜୀବନ କାହାଣୀ ଉପରେ ଆଧାରିତ ନାଟକ ଶହେ ହାତୀକୁ ଶହେ ଘୋଡା ଏକା ଲଢ଼ିବେ ରାଣୀ ପଣ୍ଡା ନାଟକ ପରିବେଷଣ ହେବାକୁ ଥିବା ବେଳେ ଏହାକୁ ଯଦି ଖଣ୍ଡଗିରି କୁ ମନା କରାଯାଏ ତାହାଲେ କଣ ହେବ ପରିସ୍ଥିତି ସେନେଇ ଆଗୁଆ ରାଣୀ ପଣ୍ଡା ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ତେବେ ଦେଖିବାକୁ ବାକି ରହିଲା ଆଗକୁ କଣ ହେଉଛି ରାଣୀ ପଣ୍ଡା ଖଣ୍ଡଗିରି ରେ ନିଜର ଜଲବା ଦେଖାଉଛନ୍ତି ନା ଖଣ୍ଡଗିରିକୁ ରାଣୀ ପଣ୍ଡାଙ୍କୁ ବାରଣ କରାଯାଉଛି।

Leave a Reply

Your email address will not be published. Required fields are marked *